ପାର୍କିଂ ନଥିଲେ ବନ୍ଦ ହେବ ସପିଂ ମଲ୍, BMCକୁ ଚିଠି ଲେଖିଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ପଳାଶୁଣି ରସୁଲଗଡ଼ ରାସ୍ତା ଜାମ୍ ଘଟଣାରେ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ। ବିଏମସିକୁ ଚିଠି ଲେଖିଛି କମିଶନରେଟ୍ ପୋଲିସ।ଆପ୍ରୁଭାଲ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ବିଡିଏ ଓ ବିଏମସି। ପାର୍କିଂ ନଥିଲେ ବନ୍ଦ୍ ହେବ ସପିଙ୍ଗ ମଲ୍। ଗତ ସପ୍ତାହରେ ଏକାଧିକ ଥର ପଳାସୁଣୀ ରସୁଲଗଡ଼ ଛକ ହେଲା ଜାମ୍ ହୋଇଥିଲା। ଉଭୟ ପଟ ରାସ୍ତାରେ ଥିବା ବିଶାଲ ମେଗା ମାର୍ଟ ଏବଂ ଭି-ଟୁ ସପିଂ ମଲକୁ ଆସୁଥିବା ଲୋକେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ। ଏମିତିକି ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ଯିବା ଆସିବା ବେଳେ ଫସି ରହୁଥିଲା ଗାଡ଼ି ଆଉ ରାସ୍ତା ହେଉଥିଲା ଜାମ୍। ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ୍ ରୋଡ ପର୍ଯ୍ୟନ୍ତ ହୋଇଥିଲା ବେଆଇନ ଗାଡ଼ି ପାର୍କିଂ। ଏନେଇ ପୋଲିସ ତାଗିଦ୍ କରିବା ବେଳେ ବିଶାଲ ମାର୍ଟର ମ୍ୟାନେଜର ପୋଲିସକୁ ପାଲଟା ଗାଳିଗୁଲଜ ଏବଂ ଅସଦାଚରଣ କରିଥିଲେ। ପରେ ବିଶାଲ ମେଗା ମାର୍ଟ ସପିଂ ମଲକୁ ବନ୍ଦ କରିବା ସହ ସଂପୃକ୍ତ ମ୍ୟାନେଜରକୁ ମଞ୍ଚେଶ୍ୱର ଥାନାରେ ପୋଲିସ ପଚରାଉଚରା କରିଥିଲା। ପରେ ଘଟଣାକୁ ନେଇ କମିଶନରେଟ୍ ପୋଲିସ କଡା ଆଭିମୁଖ୍ୟ ନେଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ବିଏମସିକୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି। ଆଗକୁ ରାଜଧାନୀରେ ଥିବା ସମସ୍ତ ସପିଂ ମଲ୍ ନିଜ ଗ୍ରାହକଙ୍କ ପାଇଁ ସଠିକ୍ ପାର୍କିଂ ବ୍ୟବସ୍ଥା କରିଛନ୍ତି ନା ନାହିଁ ତାହା ଯାଞ୍ଚ୍ କରିବ ବିଡ଼ିଏ ଏବଂ ବିଏମସି। ଯଦି
ଭୁବନେଶ୍ୱର: ପଳାଶୁଣି ରସୁଲଗଡ଼ ରାସ୍ତା ଜାମ୍ ଘଟଣାରେ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ। ବିଏମସିକୁ ଚିଠି ଲେଖିଛି କମିଶନରେଟ୍ ପୋଲିସ।ଆପ୍ରୁଭାଲ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ବିଡିଏ ଓ ବିଏମସି। ପାର୍କିଂ ନଥିଲେ ବନ୍ଦ୍ ହେବ ସପିଙ୍ଗ ମଲ୍।
ଗତ ସପ୍ତାହରେ ଏକାଧିକ ଥର ପଳାସୁଣୀ ରସୁଲଗଡ଼ ଛକ ହେଲା ଜାମ୍ ହୋଇଥିଲା। ଉଭୟ ପଟ ରାସ୍ତାରେ ଥିବା ବିଶାଲ ମେଗା ମାର୍ଟ ଏବଂ ଭି-ଟୁ ସପିଂ ମଲକୁ ଆସୁଥିବା ଲୋକେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ। ଏମିତିକି ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ଯିବା ଆସିବା ବେଳେ ଫସି ରହୁଥିଲା ଗାଡ଼ି ଆଉ ରାସ୍ତା ହେଉଥିଲା ଜାମ୍।
ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ୍ ରୋଡ ପର୍ଯ୍ୟନ୍ତ ହୋଇଥିଲା ବେଆଇନ ଗାଡ଼ି ପାର୍କିଂ। ଏନେଇ ପୋଲିସ ତାଗିଦ୍ କରିବା ବେଳେ ବିଶାଲ ମାର୍ଟର ମ୍ୟାନେଜର ପୋଲିସକୁ ପାଲଟା ଗାଳିଗୁଲଜ ଏବଂ ଅସଦାଚରଣ କରିଥିଲେ।
ପରେ ବିଶାଲ ମେଗା ମାର୍ଟ ସପିଂ ମଲକୁ ବନ୍ଦ କରିବା ସହ ସଂପୃକ୍ତ ମ୍ୟାନେଜରକୁ ମଞ୍ଚେଶ୍ୱର ଥାନାରେ ପୋଲିସ ପଚରାଉଚରା କରିଥିଲା। ପରେ ଘଟଣାକୁ ନେଇ କମିଶନରେଟ୍ ପୋଲିସ କଡା ଆଭିମୁଖ୍ୟ ନେଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ବିଏମସିକୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି। ଆଗକୁ ରାଜଧାନୀରେ ଥିବା ସମସ୍ତ ସପିଂ ମଲ୍ ନିଜ ଗ୍ରାହକଙ୍କ ପାଇଁ ସଠିକ୍ ପାର୍କିଂ ବ୍ୟବସ୍ଥା କରିଛନ୍ତି ନା ନାହିଁ ତାହା ଯାଞ୍ଚ୍ କରିବ ବିଡ଼ିଏ ଏବଂ ବିଏମସି। ଯଦି କେହି ଏହାର ଖିଲାପ ବା ସଠିକ୍ କାଗଜ ନଦେଖାଇବେ ତେବେ ସେହି ସପିଂ ମଲ୍ ବନ୍ଦ କରାଯିବ।