ପାର୍ସଲ ବୋମା ଘଟଣାର ରାୟ ଆସିବା ପରେ ଏମିତି ବଡ଼କଥା କହିଦେଲେ ସୌମ୍ୟଙ୍କ ମା’

ବଲାଙ୍ଗୀର,୨୮॥୫: ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୁଞ୍ଜିଲାଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଏହି ରାୟ ପରେ ମୃତ ସୌମ୍ୟଙ୍କ ବାପାମା’ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି, ପୁଞ୍ଜିଲାଲଙ୍କୁ ଫାଶୀ ହେବା ନେଇ ଆଶା ରଖିଥିଲୁ। ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ। ପୁଅର ଆତ୍ମା କିଛିଟା […] The post ପାର୍ସଲ ବୋମା ଘଟଣାର ରାୟ ଆସିବା ପରେ ଏମିତି ବଡ଼କଥା କହିଦେଲେ ସୌମ୍ୟଙ୍କ ମା’ appeared first on Dharitri Odia News.

ପାର୍ସଲ ବୋମା ଘଟଣାର ରାୟ ଆସିବା ପରେ ଏମିତି ବଡ଼କଥା କହିଦେଲେ ସୌମ୍ୟଙ୍କ ମା’

ବଲାଙ୍ଗୀର,୨୮॥୫: ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୁଞ୍ଜିଲାଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ତେବେ ଏହି ରାୟ ପରେ ମୃତ ସୌମ୍ୟଙ୍କ ବାପାମା’ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି, ପୁଞ୍ଜିଲାଲଙ୍କୁ ଫାଶୀ ହେବା ନେଇ ଆଶା ରଖିଥିଲୁ। ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ। ପୁଅର ଆତ୍ମା କିଛିଟା ଶାନ୍ତି ପାଇବ। ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବନି। ସେ ଯଦି ଉପରକୋର୍ଟ ଯିବ, ଆମେ ବି ଯିବୁ। ଦୀର୍ଘ ୭ ବର୍ଷ ହେଲା କୋର୍ଟ ଆସୁଥିଲୁ ଆଜି ଏହି ରାୟ ମିଳିଲା।

୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟି ନବବିବାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତ ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ନିକଟସ୍ଥ ଭଇଁଷା କଲେଜର ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ୨୦୦୦ ପୃଷ୍ଠାର ଚାର୍ଜଶଟ୍‌ ଦାଖଲ କରିବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରାୟ ୨ବର୍ଷ କାଳ ଏହାର ଶୁଣାଣି ଓ ନ୍ୟାୟିକ ପ୍ରକ୍ରିୟା ଚାଲିଥିଲା। ୬୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏଡିଜେ ୨୮ ତାରିଖରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିବେ ବୋଲି ଶୁଣାଇଥିଲେ।

The post ପାର୍ସଲ ବୋମା ଘଟଣାର ରାୟ ଆସିବା ପରେ ଏମିତି ବଡ଼କଥା କହିଦେଲେ ସୌମ୍ୟଙ୍କ ମା’ appeared first on Dharitri Odia News.