ପାହାଡ଼ ଉପରୁ ଖସିପଡ଼ିଲେ ଯୁବକ

ବନ୍ଧନ ଗତକାଲି ସାଙ୍ଗସାଥୀଙ୍କ ସହ ବଣ ଭୋଜି କରିବାକୁ ମଣ୍ଡାସରୁ କୁଟି ଯାଇଥିଲେ। ସେଠାରେ ସେ ସାଙ୍ଗ ମାନଙ୍କ ସହ ସୁଉଚ୍ଚ ପାହାଡ଼ ଉପରକୁ ଚଢିଥିଲେ। ଆଉ ସେଠାରୁ ବନ୍ଧନ ପ୍ରାୟ ଦୁଇ ଶହ ଫୁଟ ତଳକୁ ପଡ଼ିଯାଇଥିଲେ।

ପାହାଡ଼ ଉପରୁ ଖସିପଡ଼ିଲେ ଯୁବକ

ସାଙ୍ଗ ସାଥୀଙ୍କ ସହ ମିଶି ବଣଭୋଜି କରିବାକୁ ଯାଇଥିଲେ। ହେଲେ ପାହାଡ଼ ଉପରୁ ଖସି ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମଣ୍ଡାସରୁ କୁଟି ପର୍ଯ୍ୟଟନ ସ୍ଥଳିରେ। ମୃତକ ହେଲେ ବନ୍ଧନ ପ୍ରଧାନ।

ବନ୍ଧନ ଗତକାଲି ସାଙ୍ଗସାଥୀଙ୍କ ସହ ବଣ ଭୋଜି କରିବାକୁ ମଣ୍ଡାସରୁ କୁଟି ଯାଇଥିଲେ। ସେଠାରେ ସେ ସାଙ୍ଗ ମାନଙ୍କ ସହ ସୁଉଚ୍ଚ ପାହାଡ଼ ଉପରକୁ ଚଢିଥିଲେ। ଆଉ ସେଠାରୁ ବନ୍ଧନ ପ୍ରାୟ ଦୁଇ ଶହ ଫୁଟ ତଳକୁ ପଡ଼ିଯାଇଥିଲେ। ସାଙ୍ଗମାନେ ଘଞ୍ଚ ଜଙ୍ଗଲରେ ମୃତ ଦେହକୁ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। ହେଲେ ମୃତ ଦେହକୁ ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ରାଇକିଆ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।