ବାୟୁସେନାର ଜାଗୁଆର ଫାଇଟର ପ୍ଲେନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
ଜାମନଗର: ଗୁଜରାଟର ଜାମନଗର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ କାଲାଭାଡ ରୋଡର ସୁଭାରଦା ଗାଁ ଉପକଣ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିମାନ ଦୁର୍ଘଟଣା ଯୋଗୁଁ ଏକ ନିଆଁ ଲାଗିଯାଇଥିଲା ଏବଂ ସବୁଠି ଧୂଆଁ ଧୂଆଁ ଲଦେଖାଯାଇଥିଲା। ଜାମନଗର ଏସପି ପ୍ରେମ ସୁଖ ଡେଲୁ କହିଛନ୍ତି, “ବାୟୁସେନା (ଜାଗୁଆର) ଟ୍ରେନି ବିମାନରେ ଦୁଇଜଣ ପାଇଲଟ ଥିଲେ। ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି। ତେବେ […] The post ବାୟୁସେନାର ଜାଗୁଆର ଫାଇଟର ପ୍ଲେନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ appeared first on Odisha.News.
ଜାମନଗର: ଗୁଜରାଟର ଜାମନଗର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ କାଲାଭାଡ ରୋଡର ସୁଭାରଦା ଗାଁ ଉପକଣ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିମାନ ଦୁର୍ଘଟଣା ଯୋଗୁଁ ଏକ ନିଆଁ ଲାଗିଯାଇଥିଲା ଏବଂ ସବୁଠି ଧୂଆଁ ଧୂଆଁ ଲଦେଖାଯାଇଥିଲା।
ଜାମନଗର ଏସପି ପ୍ରେମ ସୁଖ ଡେଲୁ କହିଛନ୍ତି, “ବାୟୁସେନା (ଜାଗୁଆର) ଟ୍ରେନି ବିମାନରେ ଦୁଇଜଣ ପାଇଲଟ ଥିଲେ। ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି। ତେବେ ଅନ୍ୟ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ଡିଏମ୍ ଏବଂ କଲେକ୍ଟର ଦୁର୍ଘଟଣା ସମ୍ପର୍କରେ କହିଛନ୍ତି, “ଆଜି ଜାମନଗରରେ ଏକ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ବିମାନଟି ଏକ ଖୋଲା ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
The post ବାୟୁସେନାର ଜାଗୁଆର ଫାଇଟର ପ୍ଲେନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ appeared first on Odisha.News.