ଓଡ଼ିଶା ଛାତ୍ର ସଂଗଠନ ତରଫରୁ ଦିଲ୍ଲୀରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆଜି ନୀଳାମ୍ବର ଦାଶ ଏବଂ ସୌମ୍ୟରଞ୍ଜନ ବଡ଼ପଣ୍ଡାଙ୍କ ନେତୃତ୍ଵରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଓଡ଼ିଶା ଛାତ୍ର ସଂଗଠନ ତରଫରୁ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ ମହୋଦୟ ଙ୍କୁ ପ୍ରଥମେ ଏଠାରେ ପାଠ ପଢୁଥିବା ଓଡ଼ିଆ ଭଉଣୀ ମାନେ ରାକ୍ଷୀ ବାନ୍ଧିବା […] The post ଓଡ଼ିଶା ଛାତ୍ର ସଂଗଠନ ତରଫରୁ ଦିଲ୍ଲୀରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆଜି ନୀଳାମ୍ବର ଦାଶ ଏବଂ ସୌମ୍ୟରଞ୍ଜନ ବଡ଼ପଣ୍ଡାଙ୍କ ନେତୃତ୍ଵରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଓଡ଼ିଶା ଛାତ୍ର ସଂଗଠନ ତରଫରୁ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ ମହୋଦୟ ଙ୍କୁ ପ୍ରଥମେ ଏଠାରେ ପାଠ ପଢୁଥିବା ଓଡ଼ିଆ ଭଉଣୀ ମାନେ ରାକ୍ଷୀ ବାନ୍ଧିବା ସହ ଆଶୀର୍ବାଦ ଗ୍ରହଣ କରି ଥିଲେ। ତତସହିତ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଧର୍ମାନନ୍ଦ ରାଉତ, ପ୍ରଫେସର ଭାଗିରଥି ନନ୍ଦ, ପ୍ରଫେସର ସୁମନ କୁମାର ଝା, ପ୍ରଫେସର୍ ବିନୋଦ , ପ୍ରଫେସର୍ ଶିବଶଙ୍କର ମିଶ୍ର, କୁଳସଚିବ ଶ୍ରୀ ସନ୍ତୋଷ ଶ୍ରୀବାସ୍ତବ, ଡ଼. ଆରତୀ ଶର୍ମା, ଡ଼. ସବିତା ରାୟ, ଡ଼. ପରମେଶ ଶର୍ମାଙ୍କ ସମେତ ବିଶ୍ଵବିଦ୍ୟାଳୟର ସମସ୍ତ ଶୌକ୍ଷଣିକ, ଅଣଶୈକ୍ଷଣିକ ତଥା ସୁରକ୍ଷା କର୍ମୀ ମାନଙ୍କୁ ଓଡ଼ିଶାର ପ୍ରାୟ ୨୦୦ ରୁ ଅଧିକ ଭଉଣୀ ରାକ୍ଷୀ ବାନ୍ଧିଥିଲେ। ତାହା ସହିତ ଦିଲ୍ଲୀରେ ରାସ୍ତା କଡ଼ରେ ବୁଲୁଥିବା ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
The post ଓଡ଼ିଶା ଛାତ୍ର ସଂଗଠନ ତରଫରୁ ଦିଲ୍ଲୀରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ appeared first on Odisha.News.