୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ।

କୋକସରା ବ୍ଲକ ଜାତୀୟ ରାଜପଥ ଡ଼ଙ୍ଗରିଗୁଡା ଖେଳ ପଡ଼ିଆ ରେ ଶ୍ରୀ ଶ୍ରୀ ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ ରୁ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ଆୟୋଜନ ହୋଇଥିବା ବେଳେ ଶନିବାର ଅଧିବାସ ଓ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଘଣ୍ଟୁଆ,ମହିଳା ସଂକୀର୍ତ୍ତନ ଦଳ,ରାହାସ ଦଳ ର ହରିବୋଲ ନାମ ସଂକୀର୍ତ୍ତନ ରେ ହଜାର ହଜାର ସଂଖ୍ୟାରେ ମହିଳା ପ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇ ଭାବ […] The post ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ। appeared first on Odisha.News.

୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ।

କୋକସରା ବ୍ଲକ ଜାତୀୟ ରାଜପଥ ଡ଼ଙ୍ଗରିଗୁଡା ଖେଳ ପଡ଼ିଆ ରେ ଶ୍ରୀ ଶ୍ରୀ ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ ରୁ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ଆୟୋଜନ ହୋଇଥିବା ବେଳେ ଶନିବାର ଅଧିବାସ ଓ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଘଣ୍ଟୁଆ,ମହିଳା ସଂକୀର୍ତ୍ତନ ଦଳ,ରାହାସ ଦଳ ର ହରିବୋଲ ନାମ ସଂକୀର୍ତ୍ତନ ରେ ହଜାର ହଜାର ସଂଖ୍ୟାରେ ମହିଳା ପ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇ ଭାବ ଭକ୍ତିମୟ ପରିବେଶ ମଧ୍ୟରେ ପୂଜା ମଣ୍ଡପ ରୁ କଲସ ଧାରଣ କରି ମୁଟୁରା ନଦୀ ରୁ ପୁଜକ ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରା ର ପୂଜାକର୍ତ୍ତା କୃତିବାସ ଶବର ଓ ତୁଳସା ଶବର ସପତ୍ନୀକ ନଦୀ ପଠା ରୁ ପୁଣ୍ୟ କଲସ ରେ ମନ୍ତ୍ର ଉଚ୍ଚାରିତ ପବିତ୍ର ଜଳ ନେଇ ହଜାର ହଜାର ମହିଳା ଶ୍ରଦ୍ଧାଳୁ ଙ୍କ ସହ ବିରାଟ ଶୋଭାଯାତ୍ରାରେ ହରିନାମ ଧ୍ୱନି ରେ ମୁଖରିତ କରି ଯଜ୍ଞ ମଣ୍ଡପ ରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ରବିବାର ସକାଳ ରୁ ୨୪/୦୨ ପର୍ଯ୍ୟନ୍ତ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେବ। ଶ୍ରୀ ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଙ୍ଘ ର କର୍ମକର୍ତ୍ତା ରାଜୀବ ଅଗ୍ରୱାଲ, କେତନ ପାତ୍ର, ସୁଶୀଲ ପଣ୍ଡା, ରାଜେଶ କୁମାର ଗୁପ୍ତା, ସୁଦର୍ଶନ ବେହେରା, କୃପାସିନ୍ଧୁ ପାତ୍ର, ଅନିରୁଦ୍ଧ ପାତ୍ର, ପଞ୍ଚକ ପୋଢ଼, ମୁକ୍ତେଶ୍ଵର ନାଏକ, ହୃଷିକେଶ ଦାସ, ନିଲାଞ୍ଚଳ ରାଉତ,ହିମାଂଶୁ ରାଉତ ଓ ନିତାଇ ସଂକୀର୍ତ୍ତନ କଳାକାର ସଙ୍ଘ ର ଶତାଧିକ କର୍ମକର୍ତ୍ତା ସମେତ ଟ୍ରାଫିକ ନିୟନ୍ତ୍ରଣ ରେ କୋକସରା ପୋଲିସ କର୍ମଚାରୀ ଓ ବ୍ଲକ ଡ୍ରାଇଭର ସଙ୍ଗ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

The post ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ। appeared first on Odisha.News.