୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍କାଷ୍ଟ
ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ଆସନଗୁଡିକର ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ସକାଶେ ସମୁଦାୟ ୩୦୪୬ଟି ବୁଥ ପ୍ରସ୍ତୁତ ହୋଇସାରିଛି । ସମସ୍ତ ନିର୍ବାଚନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଇନଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ସମସ୍ତ ଦିଗ ପ୍ରତି ପ୍ରଶାସନ ନଜର ରଖିଛି । ଅପ୍ରୀତିକର […] The post ୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍କାଷ୍ଟ appeared first on Dharitri Odia News.
ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ଆସନଗୁଡିକର ନିର୍ବାଚନ ଅନୁଷ୍ଠିତ ହେବ।
ଏହି ନିର୍ବାଚନ ସକାଶେ ସମୁଦାୟ ୩୦୪୬ଟି ବୁଥ ପ୍ରସ୍ତୁତ ହୋଇସାରିଛି । ସମସ୍ତ ନିର୍ବାଚନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଇନଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ସମସ୍ତ ଦିଗ ପ୍ରତି ପ୍ରଶାସନ ନଜର ରଖିଛି । ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ଜିଲ୍ଲାସ୍ତରରେ ଓ୍ବେବକାଷ୍ଟ ଦ୍ବାରା ନଜର ରଖାଯିବ। ଏଥି ନିମନ୍ତେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଛତ୍ରପୁରଠାରେ ଓ୍ବେବକାଷ୍ଟ ହେବ। ୧୩ ତାରିଖ ନିର୍ବାଚନର ୭୦୩ଟି ବୁଥର ଓ୍ବେବକାଷ୍ଟ ହେବ। ଏହି ଓ୍ବେବକାଷ୍ଟ ଦ୍ବାରା ୭୦୩ଟି ବୁଥରେ କିଭଳି ମତଦାନ ସଂଗ୍ରହ ହେଉଛି ସେହି ପ୍ରକ୍ରିୟା ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକ ସିଧାସଳଖ ଦେଖିପାରିବେ। ଏହି ବ୍ୟବସ୍ଥା ଦ୍ବାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେବା ଆଶା ରଖାଯାଉଛି।
The post ୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍କାଷ୍ଟ appeared first on Dharitri Odia News.