ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ
ଓ୍ବାଶିଂଟନ୍,୧୦।୨: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ବୃଦ୍ଧ। ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କୌଣସି ଫିଲ୍ମର ସ୍କ୍ରିପ୍ଟ ନୁହେଁ। ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କୁ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସ ଏବେ ବୃଦ୍ଧଙ୍କ ଘରେ ପହଞ୍ଚି ତଦନ୍ତ ଜାରି ରଖିଛି। ବୃଦ୍ଧ ଚାଲର୍ସ ବୟାନରେ କହିଛନ୍ତି, ପିଆଜକୁ ସେ ଭୂଲ ଉପାୟରେ କାଟୁଥିଲେ। ଯାହାକୁ ଦେଖି ତାଙ୍କ […] The post ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ appeared first on Dharitri Odia News.
ଓ୍ବାଶିଂଟନ୍,୧୦।୨: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ବୃଦ୍ଧ। ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କୌଣସି ଫିଲ୍ମର ସ୍କ୍ରିପ୍ଟ ନୁହେଁ। ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କୁ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସ ଏବେ ବୃଦ୍ଧଙ୍କ ଘରେ ପହଞ୍ଚି ତଦନ୍ତ ଜାରି ରଖିଛି।
ବୃଦ୍ଧ ଚାଲର୍ସ ବୟାନରେ କହିଛନ୍ତି, ପିଆଜକୁ ସେ ଭୂଲ ଉପାୟରେ କାଟୁଥିଲେ। ଯାହାକୁ ଦେଖି ତାଙ୍କ ପ୍ରେମିକା ରାଗି ଯାଇଥିଲେ। ନିଜ ହିତାହିତ ଜ୍ଞାନ ଭୁଲି ପ୍ରେମିକାଜଣକ ଛୁରି ଉଠାଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ। ବୃଦ୍ଧ ଦାବି କରିଛନ୍ତି କି, ଝଗଡା ସମୟରେ ନିଜ ଆତ୍ମରକ୍ଷା ପାଇଁ ସେ ପ୍ରେମିକାଙ୍କୁ ମାଡି ବସିଥିଲେ। ଏହି ସମୟରେ ଅସାବଧାନତା ହେତୁ ତାଙ୍କୁ ବେକରେ ଛୁରି ଲାଗିଯାଇଥିଲା। ଯେଉଁଥିରେ ମହିଳାଙ୍କ ଜୀବନ ଚାଲିଯାଇଥିଲା। କିନ୍ତୁ ପୋଲିସ ମୁତାବକ ଚାଲର୍ସ ମିଛ କାହାଣୀ ବର୍ଣ୍ଣନା କରୁଛନ୍ତି।
ମୃତକ ମହିଳା ହେଲେ ମାର୍ସିଆ ଲିଙ୍କସ୍। ପୋଲିସ ଅନୁଯାୟୀ, ହତ୍ୟା ପରେ ଚାଲର୍ସ ପୋଲିସ ଷ୍ଟେଶନକୁ ଯୋଗାଯୋଗ କରିଥିଲେ। ଚାଲର୍ସଙ୍କ ଫୋନ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପୋଲିସ ମାର୍ସିଆଙ୍କ ମୃତଦେହ ରୋଷେଇ ଘରେ ପଛମାଡି ପଡିଥିବାର ଦେଖିବାକୁ ପାଇଥିଲା। ଯେତେବେଳେ ପୋଲିସ ରୋଷେଇ ଘରର ତଦନ୍ତରେ ପିଆଜର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ମିଳି ନ ଥିଲା। ମୃତଦେହ ପାଖରେ ସ୍ବରଚିତ ଭାବେ ରକ୍ତଲଗା ଛୁରୀ ରଖାଯାଇଥିଲା। ପୋଲିସ ମହିଳାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଦେଖିବାକୁ ପାଇଛି।
The post ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ appeared first on Dharitri Odia News.