ପିଇଓଙ୍କ ବଦଳି ଦାବୀ ନେଇ ବିଡ଼ିଓଙ୍କୁ ଦାବୀ ପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗାଁ ସାଥି ମଧ୍ୟରେ ମନରେଗା କାର୍ଯ୍ୟକୁ ନେଇ ଅସନ୍ତୋଷ ଚମର ସୀମାରେ ପହଞ୍ଚିଛି। ପିଇଓ ପ୍ରାପ୍ୟ ଦେଇନଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲି ଲତା ସାହୁଙ୍କ ବଦଳି ଦାବୀ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଦାବୀ ପ୍ରଦାନ କରିଛିନ୍ତି ଗାଁ ସାଥି। ବର୍ତମାନ ମନରେଗା ଯୋଜନାରେ ସମସ୍ତ କାର୍ଯ୍ୟ ପ୍ରାୟତଃ […]

ପିଇଓଙ୍କ ବଦଳି ଦାବୀ ନେଇ ବିଡ଼ିଓଙ୍କୁ ଦାବୀ ପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗାଁ ସାଥି ମଧ୍ୟରେ ମନରେଗା କାର୍ଯ୍ୟକୁ ନେଇ ଅସନ୍ତୋଷ ଚମର ସୀମାରେ ପହଞ୍ଚିଛି। ପିଇଓ ପ୍ରାପ୍ୟ ଦେଇନଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲି ଲତା ସାହୁଙ୍କ ବଦଳି ଦାବୀ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଦାବୀ ପ୍ରଦାନ କରିଛିନ୍ତି ଗାଁ ସାଥି। ବର୍ତମାନ ମନରେଗା ଯୋଜନାରେ ସମସ୍ତ କାର୍ଯ୍ୟ ପ୍ରାୟତଃ କରାଯାଉଥିବା ବେଳେ ସମସ୍ତ ଦୁର୍ନୀତି ଚରମ ସୀମାରେ ପହଁଚିଛି। ତଳ ସ୍ଥର କର୍ମଚାରୀ ଗାଁ ସାଥି ଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ମନରେଗା କାର୍ଯ୍ୟରୁ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଉଛି କିନ୍ତୁ ମନରେଗା କାର୍ଯ୍ୟ କରି ବହୁତ ଲୋକ ଟଙ୍କା ପାଉନଥିବା ଅଭିଯୋଗ ହେଉଥିବା ବେଳେ କର୍ମଚାରୀ ବିଭିନ୍ନ ଲୋକଙ୍କ ନାମରେ ଜବ କାର୍ଡରେ ଟଙ୍କା ଛାଡିଥିବା ଜଣାପଡିଛି।