ପିଇବା ପାଣି ପାଇଁ ୧୦୦ ପରିବାର ହଇରାଣ

ଜଳେଶ୍ୱର, ୩।୧୧(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଶିଖରପୁର ପଞ୍ଚାୟତର ନାଣ୍ଢିପୋଖରୀ ଛକଠାରେ ବସବାସ କରି ଆସୁଥିବା ପ୍ରାୟ ୧୦୦ ପରିବାର ପିଇବା ପାଣି ନ ପାଇ ହଇରାଣ ହେଉଛନ୍ତି। ସେଠାରେ ଥିବା ନଳକୂପ ପ୍ରାୟ ବର୍ଷେ ହେଲା ଖରାପ ହୋଇଛି। ତାହା ମରାମତି ହୋଇପାରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗଛନ୍ତି। ଏଠାରେ ପ୍ରାୟ ସମସ୍ତେ ଲୋକ ହରିଜନ ଶ୍ରେଣୀର । ପୋଖରୀର ଗୋଟିଏପଟେ ମୁଖ୍ୟ ରାସ୍ତା ଥିବା ବେଳେ […] The post ପିଇବା ପାଣି ପାଇଁ ୧୦୦ ପରିବାର ହଇରାଣ appeared first on Dharitri Odia News.

ପିଇବା ପାଣି ପାଇଁ ୧୦୦ ପରିବାର ହଇରାଣ

ଜଳେଶ୍ୱର, ୩।୧୧(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଶିଖରପୁର ପଞ୍ଚାୟତର ନାଣ୍ଢିପୋଖରୀ ଛକଠାରେ ବସବାସ କରି ଆସୁଥିବା ପ୍ରାୟ ୧୦୦ ପରିବାର ପିଇବା ପାଣି ନ ପାଇ ହଇରାଣ ହେଉଛନ୍ତି। ସେଠାରେ ଥିବା ନଳକୂପ ପ୍ରାୟ ବର୍ଷେ ହେଲା ଖରାପ ହୋଇଛି। ତାହା ମରାମତି ହୋଇପାରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗଛନ୍ତି। ଏଠାରେ ପ୍ରାୟ ସମସ୍ତେ ଲୋକ ହରିଜନ ଶ୍ରେଣୀର । ପୋଖରୀର ଗୋଟିଏପଟେ ମୁଖ୍ୟ ରାସ୍ତା ଥିବା ବେଳେ ଅନ୍ୟ ୩ ପଟେ ଲୋକେ ବସବାସ କରି ଆସୁଛନ୍ତି। ପୋଖରୀ କୂଳରେ ନଳକୂପ ଖନନ ହୋଇଥିବା ବେଳେ ତାହା ଭାଙ୍ଗିରୁଜିଗଲାଣି। ପୋଖରୀ ପାଣିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ପିଇବା ପାଣି ଲାଗି ମହିଳାମାନେ ଦୀର୍ଘପଥ ଅତିକ୍ରମ କରି ଅନ୍ୟ ସାହିରୁ ପାଣି ନେଉଛନ୍ତି। ମାଟିତଳେ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଗାଁରେ ଥିବା ପାଇପ୍‌ ପାଣି ମିଳିପାରୁ ନାହିଁ। ଠିକ୍‌ ଭାବେ କାର୍ଯ୍ୟ ହୋଇ ନ ଥିବାରୁ ପିଇବା ପାଣି ସେ ଅଞ୍ଚଳକୁ ଯାଉ ନ ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ବଳରାମ ସିଂ, ଅମୂଲ୍ୟ ସିଂ, ଅର୍ଜୁନ ବେହେରା, ଶ୍ୟାମନାଥ ସିଂ, ସୁଶାନ୍ତ ସିଂ ପ୍ରମୁଖ ନଳକୂପ ସମ୍ପର୍କରେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ସୁଫଳ ପାଇପାରିନାହାନ୍ତି। ଅନ୍ୟପକ୍ଷରେ ଭାଗଚାଷ କରି ସ୍ଥାନୀୟ ଲୋକେ ଚଳିଆସୁଥିବା ବେଳେ ଗାଁ ଦାଣ୍ଡରେ ବିଦ୍ୟୁତ୍‌ ନାହିଁ।ଶ୍ମଶାନ ଗୃହ ନ ଥିବାରୁ ଶବ ସକତ୍ାର କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ସମସ୍ତଙ୍କୁ ପାଇଖାନ ମିଳି ନ ଥିବାରୁ କେତେକ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

The post ପିଇବା ପାଣି ପାଇଁ ୧୦୦ ପରିବାର ହଇରାଣ appeared first on Dharitri Odia News.