ପିଏମ୍‌ ଆବାସ ଯୋଜନାରେ ପଛୁଆ ମୟୂରଭଞ୍ଜ ଜିଲ୍ଲା, ୮୪୩ ଅଫିସରଙ୍କ ଦରମା ବନ୍ଦ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ।

ପିଏମ୍‌ ଆବାସ ଯୋଜନାରେ ପଛୁଆ ମୟୂରଭଞ୍ଜ ଜିଲ୍ଲା, ୮୪୩ ଅଫିସରଙ୍କ ଦରମା ବନ୍ଦ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜଣେ ଅଧେ ନୁହେଁ ବରଂ ଏକାଥରେ ୮୪୩ ସରକାରୀ ଅଧିକାରୀ ଙ୍କ ଦରମା ବନ୍ଦ ପାଇଁ ପ୍ରତି ବ୍ଲକ କୁ ଚିଠି କରିଛନ୍ତି ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସୟ।

ମୟୂରଭଞ୍ଜ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ % ପଛରେ ରହିଛି । ଫଳରେ ହଜାର ହଜାର ହିତାଧିକାରୀ ଘରଟିଏ ନ ପାଇ ନିରାଶ ହୋଇ ଯାଇଛନ୍ତି ରହିଛନ୍ତି । ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଚାଲି ଆସିଛନ୍ତି ଜିଲ୍ଲାପାଳ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ର ନୀରିକ୍ଷଣ ନିମନ୍ତେ ଅନାଗ୍ରହ ଏବଂ କାର୍ଯ୍ୟ ସମ୍ପନ୍ନ ପାଇଁ ଅପାରଗତା କାରଣରୁ ଏହି ଲକ୍ଷ ପୂରଣ ହୋଇପାରୁନାହିଁ । ଯାହା ପାଇଁ ଏହି ଦରମା ବନ୍ଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି। ଏନେଇ ସବୁ ବ୍ଲକର ବିଡିଓଙ୍କୁ ଚିଠି ହୋଇଛି।

ଦରମା ବନ୍ଦ ଥିବା ଅଧିକାରୀଙ୍କ ମଧ୍ୟରେ ଜେଇ, ସହକାରୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ପିଇଓ, ଏଡିଓ, କମ୍ପ୍ୟୁଟର ଅପରେଟର ପ୍ରମୁଖ ସାମିଲ ଅଛନ୍ତି। ଆଗକୁ ଦୀପାବଳି ଥିବା ବେଳେ ଅନେକ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଜିଲ୍ଲାରେ ଚର୍ଚ୍ଚାର କେରଣ ପାଲଟିଛି।

ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା। ମାତ୍ର ଏ ପର୍ଯ୍ୟନ୍ତ ମୂଳ ଲକ୍ଷ୍ୟରୁ ୬୫ % କାମ ପଛରେ ଅଛି।

ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା। ମାତ୍ର ଏ ପର୍ଯ୍ୟନ୍ତ ମୂଳ ଲକ୍ଷ୍ୟରୁ ୬୫ % କାମ ପଛରେ ଅଛି। ଏହାକୁ ନେଇ ଖପ୍ପା ହୋଇଛନ୍ତି ନୂଆ ଜିଲ୍ଲାପାଳ ହେମକାନ୍ତ ସୟ ।