ପିଏମ୍‌ କିଷାନ ନାଁରେ ଠକେଇ: ଲିଙ୍କ୍‌ ପଠାଇ ଆକାଉଣ୍ଟ ଖାଲି କଲେ ଠକ

କନକ ବ୍ୟୁରୋ: ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକ ଯେତେ ସତର୍କ ହେଉଛିନ୍ତି, ସାଇବର ଠକ ନୂଆ ନୂଆ ତରିକାରେ ଲୋକଙ୍କୁ ଚୂନ ଲଗାଇଛନ୍ତି । ଲୋକଙ୍କ ବିଶ୍ୱାସ ଜିଣି ଚୂନ ଲଗାଇବାକୁ ଏବେ ସରକାରୀ ଯୋଜନାକୁ ଜରିଆ କରିଛନ୍ତି ସାଇବର ଠକ । ବଲାଙ୍ଗୀରରେ ପିଏମ କିସାନ ରେଜିଷ୍ଟ୍ରେସନ ଲିଙ୍କ୍‌ ପଠାଇ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି ସାଇବର ଲୁଟେରା ।  ମୋବାଇଲର ଏହି ମ୍ୟାସେଜ ଅନେକଙ୍କ ନିଦ ହଜାଇ ଦେଇଛି । ପିଏମ କିଷାନରେ ପଞ୍ଜୀକରଣ ପାଇଁ ଏହି ଲିଙ୍କ୍‌କୁ ଛୁଇଁଦେଲେ ଆକାଉଣ୍ଟରୁ ଉଡିଯାଉଛି ଲକ୍ଷ ଲକ୍ଷ ଟଙ୍କା । ବଲାଙ୍ଗୀରରୁ ଆସିଛି ଏହି ଚାଞ୍ଚଲ୍ୟକର ଅଭିଯୋଗ ।  କେମିତି ଠକିଲେ ସାଇବର ଠକ ? ବଲାଙ୍ଗୀରର ୨୦ ନମ୍ୱର ୱାର୍ଡର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାଙ୍କ ହ୍ୱାଟସଆପ୍‌ ଗ୍ରୁପକୁ ଆସିଥିଲା ମେସେଜ  ହ୍ୱାଟସଆପ୍ ଗ୍ରୁପକୁ ଅଞ୍ଚଳର ଗଙ୍ଗାଧର ମାଝୀଙ୍କ ମୋବାଇଲରୁ ମେସଜ୍ ଆସିଥିଲା ୨୩ ତାରିଖରେ ଏସଏଚଜି ହ୍ୱାଟସଆପ୍ ଗ୍ରୁପକୁ ପିଏମ କିଷାନ ପଞ୍ଜୀକରଣ ପାଇଁ ମେସଜ ଓ ଲିଙ୍କ୍ ଆସିଥିଲା ମେସେଜରେ ତଥ୍ୟ ଦାଖଲ କଲା ପରେ ଆର୍ଥିକ ସହାୟତା ମିଳିବ ବୋଲି କୁହାଯାଇଥିଲା ପରିଚିତ ଲୋକଙ୍କ ମେସେଜ ଦେଖି ବିଶ୍ୱାସରେ ଲିଙ୍କ୍‌ରେ କ୍ଲିକ୍ କରି ଠକିଯାଇଛନ୍ତି ଅନେକ। ବଲାଙ୍ଗୀର ପେଲେସ ଲାଇନ୍‌ର ଲକ୍ଷ୍ମୀ ସାହୁଙ୍କ ଆକାଉଣ୍ଟରୁ ଦୁଇଟି ପର୍ୟ୍ୟାୟରେ ୧ଲକ୍ଷ ୬ ହଜାର ଟଙ୍କା କଟିଗଲା। ସାଇରାମ ପାଣିଗ୍ରାହୀଙ୍କ ଆକାଉଣ୍ଟର

ପିଏମ୍‌ କିଷାନ ନାଁରେ ଠକେଇ: ଲିଙ୍କ୍‌ ପଠାଇ ଆକାଉଣ୍ଟ ଖାଲି କଲେ ଠକ

କନକ ବ୍ୟୁରୋ: ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକ ଯେତେ ସତର୍କ ହେଉଛିନ୍ତି, ସାଇବର ଠକ ନୂଆ ନୂଆ ତରିକାରେ ଲୋକଙ୍କୁ ଚୂନ ଲଗାଇଛନ୍ତି । ଲୋକଙ୍କ ବିଶ୍ୱାସ ଜିଣି ଚୂନ ଲଗାଇବାକୁ ଏବେ ସରକାରୀ ଯୋଜନାକୁ ଜରିଆ କରିଛନ୍ତି ସାଇବର ଠକ । ବଲାଙ୍ଗୀରରେ ପିଏମ କିସାନ ରେଜିଷ୍ଟ୍ରେସନ ଲିଙ୍କ୍‌ ପଠାଇ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି ସାଇବର ଲୁଟେରା । 

ମୋବାଇଲର ଏହି ମ୍ୟାସେଜ ଅନେକଙ୍କ ନିଦ ହଜାଇ ଦେଇଛି । ପିଏମ କିଷାନରେ ପଞ୍ଜୀକରଣ ପାଇଁ ଏହି ଲିଙ୍କ୍‌କୁ ଛୁଇଁଦେଲେ ଆକାଉଣ୍ଟରୁ ଉଡିଯାଉଛି ଲକ୍ଷ ଲକ୍ଷ ଟଙ୍କା । ବଲାଙ୍ଗୀରରୁ ଆସିଛି ଏହି ଚାଞ୍ଚଲ୍ୟକର ଅଭିଯୋଗ । 

କେମିତି ଠକିଲେ ସାଇବର ଠକ ? 
ବଲାଙ୍ଗୀରର ୨୦ ନମ୍ୱର ୱାର୍ଡର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାଙ୍କ ହ୍ୱାଟସଆପ୍‌ ଗ୍ରୁପକୁ ଆସିଥିଲା ମେସେଜ  
ହ୍ୱାଟସଆପ୍ ଗ୍ରୁପକୁ ଅଞ୍ଚଳର ଗଙ୍ଗାଧର ମାଝୀଙ୍କ ମୋବାଇଲରୁ ମେସଜ୍ ଆସିଥିଲା 
୨୩ ତାରିଖରେ ଏସଏଚଜି ହ୍ୱାଟସଆପ୍ ଗ୍ରୁପକୁ ପିଏମ କିଷାନ ପଞ୍ଜୀକରଣ ପାଇଁ ମେସଜ ଓ ଲିଙ୍କ୍ ଆସିଥିଲା 
ମେସେଜରେ ତଥ୍ୟ ଦାଖଲ କଲା ପରେ ଆର୍ଥିକ ସହାୟତା ମିଳିବ ବୋଲି କୁହାଯାଇଥିଲା

ପରିଚିତ ଲୋକଙ୍କ ମେସେଜ ଦେଖି ବିଶ୍ୱାସରେ ଲିଙ୍କ୍‌ରେ କ୍ଲିକ୍ କରି ଠକିଯାଇଛନ୍ତି ଅନେକ। ବଲାଙ୍ଗୀର ପେଲେସ ଲାଇନ୍‌ର ଲକ୍ଷ୍ମୀ ସାହୁଙ୍କ ଆକାଉଣ୍ଟରୁ ଦୁଇଟି ପର୍ୟ୍ୟାୟରେ ୧ଲକ୍ଷ ୬ ହଜାର ଟଙ୍କା କଟିଗଲା। ସାଇରାମ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ମଧ୍ୟ ସମାନ ଢଙ୍ଗରେ ୩ଟି ପର୍ୟ୍ୟାୟରେ ୧ଲକ୍ଷ ୪ଠ ହଜାର ୫ଶହ ଟଙ୍କା ଉଡିଯାଇଛି । ବଲାଙ୍ଗୀର ଟାଉନ ଥାନାରେ ଏନେଇ ଏତଲା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।

 ବଡ କଥା ହେଉଛି ଯେଉଁ ଗଙ୍ଗାଧର ମାଝୀଙ୍କ ମୋବାଇଲରୁ ସବୁ ମୋବାଇଲକୁ ପିଏମ କିଷାନ ଆବେଦନ ମେସେଜଟି ଯାଇଥିଲା । ସେହି ମୋବାଇଲର ହ୍ୱାଟସଆପ୍ ଦୁଇ ଘଣ୍ଟା ପୂର୍ବରୁ ହ୍ୟାକ୍ ହୋଇ ଲକ ହୋଇଯାଇଥିଲା । ମୋବାଇଲରେ ଯେଉଁ ମାନଙ୍କ ନମ୍ବର ସେଭ୍ ଥିଲା ସମସ୍ତଙ୍କ ପାଖକୁ ସମାନ ଲିଙ୍କ ଯାଇଥିଲା ତାଙ୍କ ଅଜାଣତରେ। ଏବେ ବି ଗଙ୍ଗାଧର ହ୍ୱାଟସଆପ୍ ଖୋଲି ପାରୁନାହାନ୍ତି । ଅନ୍ୟ ପଟେ ପୋଲିସ ଏହାର ତଦନ୍ତ କରି ଯଥାଶୀଘ୍ର ଠକେଇର ମୂଳକୁ ପହଞ୍ଚିବ ବୋଲି ବଲାଙ୍ଗୀର ଏସଡିପିଓ କହିଛନ୍ତି ।  

ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ ନିରୀହ ଲୋକ। ସରକାରୀ ଯୋଜନାର ନାଁରେ ଲୋକଙ୍କ ଆକାଉଣ୍ଟ ପୋଛି ନେଇଛନ୍ତି ଏହି ସାଇବର ଲୁଟେରା।