ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ, ଟ୍ରାଫିକ୍ ଜାମରେ…
କେନ୍ଦୁଝର,୨୬।୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମାଇନିଂ ରୋଡ୍ ରାସ୍ତାରେ ରବିବାର ସାରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍ ଜାମରେ ଫସିଥିଲା। ସ୍ଥାନୀୟ ଲୋକ ରାସ୍ତାରୁ ଗାଡ଼ି ହଟାଇବା ପରେ ଆମ୍ବୁଲାନ୍ସ ଯିବା ସହ ଦୀର୍ଘ ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ବେଆଇନ ଭାବେ ପାର୍କିଂ ବ୍ୟବସ୍ଥା ନ କରି ଦୋକାନ ଓ ଅଟାଳିକା ନିର୍ମାଣ ଯୋଗୁ କେନ୍ଦୁଝର ସହରରେ ସର୍ବାଦ ଏଭଳି ସମସ୍ୟା ଉପୁଜଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି କର୍ଣ୍ଣପତା କରୁ […] The post ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ, ଟ୍ରାଫିକ୍ ଜାମରେ… appeared first on Dharitri Odia News.
କେନ୍ଦୁଝର,୨୬।୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମାଇନିଂ ରୋଡ୍ ରାସ୍ତାରେ ରବିବାର ସାରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍ ଜାମରେ ଫସିଥିଲା। ସ୍ଥାନୀୟ ଲୋକ ରାସ୍ତାରୁ ଗାଡ଼ି ହଟାଇବା ପରେ ଆମ୍ବୁଲାନ୍ସ ଯିବା ସହ ଦୀର୍ଘ ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ବେଆଇନ ଭାବେ ପାର୍କିଂ ବ୍ୟବସ୍ଥା ନ କରି ଦୋକାନ ଓ ଅଟାଳିକା ନିର୍ମାଣ ଯୋଗୁ କେନ୍ଦୁଝର ସହରରେ ସର୍ବାଦ ଏଭଳି ସମସ୍ୟା ଉପୁଜଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି କର୍ଣ୍ଣପତା କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଆମ୍ବୁଲାନ୍ସରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଜଣେ ଗୁରୁତର ରୋଗୀଙ୍କୁ ଆଣିବା ରାସ୍ତାରେ ମାଇନିଂ ରୋଡ୍ ରାସ୍ତା ଜାମରେ ଅଟକି ରହିଥିଲା। ରାସ୍ତାରେ ବିନା ପାର୍କିଂରେ ରାସ୍ତାକୁ ଲାଗି ବହୁ ସଂଖ୍ୟାରେ ବ୍ୟବସାୟିକ କୋଠା ଘର ନିର୍ମାଣ ହୋଇଛି। ଫଳରେ ଉକ୍ତ ଦୋକାନ ବଜାରକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ୨ ଚକିଆ, ୪ ଚକିଆ ଗାଡ଼ି ରଖୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହୋଇ ଦୈନନ୍ଦିନ ଯାତାୟାତରେ ସମସ୍ୟା ଦେଖାଦେଉଛି। ବିଶେଷ କରି ରାସ୍ତା ଦେଇ ଛାତ୍ରୀଛାତ୍ର, ପାଟଣା ଏବଂ ସାହାରପଡ଼ା ଡାକ୍ତରଖାନାରୁ ବହୁ ସଂଖ୍ୟାରେ ରୋଗୀ ଦୈନନ୍ଦିନ ଆମ୍ବୁଲାନ୍ସ ଏବଂ ଅନ୍ୟ ଛୋଟ ଗାଡ଼ିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। ଏଥିସହ ଅଞ୍ଚଳଟି ଏକ ଆବାସିକ ଜୋନ୍ ହୋଇଥିବା ସତ୍ତ୍ୱେ ପୌରପାଳିକା ପକ୍ଷରୁ ବ୍ୟବସାୟିକ କୋଠା ଘରକୁ ଅନୁମତି ଦେଉଛନ୍ତି। ବରିଷ୍ଠ ନାଗରିକଙ୍କ ଅଭିଯୋଗ ପରେ ସରକାରୀ ଜମିରେ ଦୋକାନ, ଘର ଏବଂ ବିଲ୍ଡି ପ୍ଲାନ ଉଲ୍ଲଂଘନ କରିଥିବା ଲୋକଙ୍କ ନାମରେ କେବଳ ନୋଟିସ୍ କରି ୧ବର୍ଷ ହେବ ପୌର ପ୍ରଶାସନ ଚୁପ୍୍ ବସିଛି। ଫଳରେ ଲାବଣ୍ୟଛକଠାରୁ ମାଇନିଂ ସ୍କୁଲ ପର୍ଯ୍ୟନ୍ତ ସବୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଜଟିଳ ହେବ ବୋଲି ମତପ୍ରକାଶ ପାଉଛି। ଏହାକୁ ନେଇ ସ୍ଥାନୀୟ ଲୋକେ ରବିବାର ଏସ୍ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
The post ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ, ଟ୍ରାଫିକ୍ ଜାମରେ… appeared first on Dharitri Odia News.