ତ୍ରିମୁଖୀ ଲଢେଇ ଦେଖିବେ ଭୋଟର
ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ଅଭିମନ୍ୟୁ ସେଠୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଭାଗିରଥିଙ୍କ ଉପରେ ଦଳ ନିରାଶ ହୋଇ ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି। ନବାଗତ ପ୍ରାର୍ଥୀଙ୍କ ଚୟନ କରି ନିର୍ବାଚନମଣ୍ଡଳୀରେ ବୃଦ୍ଧି ପାଇଆସୁଥିବା ବିଜେଡିର ଗୋଷ୍ଠୀ କନ୍ଦଳ ଏକ ପ୍ରକାର ଭଟ୍ଟା ପଡିଛି ବୋଲି କୁହାଯାଉଛି। ଅଭିମନ୍ୟୁ […] The post ତ୍ରିମୁଖୀ ଲଢେଇ ଦେଖିବେ ଭୋଟର appeared first on Dharitri Odia News.
ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ଅଭିମନ୍ୟୁ ସେଠୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଭାଗିରଥିଙ୍କ ଉପରେ ଦଳ ନିରାଶ ହୋଇ ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି। ନବାଗତ ପ୍ରାର୍ଥୀଙ୍କ ଚୟନ କରି ନିର୍ବାଚନମଣ୍ଡଳୀରେ ବୃଦ୍ଧି ପାଇଆସୁଥିବା ବିଜେଡିର ଗୋଷ୍ଠୀ କନ୍ଦଳ ଏକ ପ୍ରକାର ଭଟ୍ଟା ପଡିଛି ବୋଲି କୁହାଯାଉଛି। ଅଭିମନ୍ୟୁ ବିଜେଡିର ଜଣେ ଆଗଧାଡିର କର୍ମୀ ଓ ସଂଗଠକ ଭାବେ ବେଶ ଚର୍ଚ୍ଚାରେ ରହିଆସିଥିବାବେଳେ ତାଙ୍କ ନେତୃତ୍ୱରେ ତାଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ ହାଟଡିହୀ ବ୍ଲକ ଅଧ୍ୟକ୍ଷା ଭାବେ ବର୍ତ୍ତମାନ ଦାୟିତ୍ୱରେ ରହିଛନ୍ତି। ଏପରିକି ପୂର୍ବରୁ ସାବିତ୍ରୀ ମଧ୍ୟ ହାଟଡିହୀ ବ୍ଲକର ଅଧ୍ୟକ୍ଷା ଭାବେ ଦାୟିତ୍ୱ ନିର୍ବାହ କରିବା ଏପରକି ନିଜ ପଞ୍ଚାୟତ ହାଟଡିହୀ ବ୍ଲକ ଇଚୋଳରୁ ସରପଂଚ ଭାବେ ଜିତିବାର ନଜିର ରହିଛି। ଢେର ରାଜନୈତିକ ଅଭିଜ୍ଞତା ସମ୍ପନ୍ନ ୍ଯଯକ୍ତିଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅଭିମନ୍ୟୁ ଏବେ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଦୀର୍ଘ ପ୍ରତୀକ୍ଷାର ଅନ୍ତ ପରେ ବିଜେଡି ତାର ପ୍ରାର୍ଥୀ ଘୋଷଣା ପରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି। ପୂର୍ବରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ଆଲୋକ ସେଠୀଙ୍କ ନାମ ଘୋଷଣା ଓ ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସର ଭେଟେରାନ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାମ ଘୋଷଣା ହୋଇଥିଲା। ଏହି ନିର୍ବାଚନମଣ୍ଡଳୀକୁ ଲଗାତର ଭାବେ ବିଜେଡି ଦଖଲ କରି ଆସୁଥିବାବେଳେ ଚଳିତ ଥର ବିଜୟୀ ହୋଇ ଚତୁର୍ଥ ବିଜୟ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଲଗାତର ତିନି ପାଳି ନିର୍ବାଚନମଣ୍ଡଳୀରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହେଉଥିବା ଦେଖାଯାଇଛି। ଚଳିତ ଥର ଭାଜପାର ପରିବର୍ତ୍ତନର ସ୍ବର ନିର୍ବାଚନ ମାହୋଲକୁ ସରଗରମ କରୁଥିବାବେଳେ ଲଢେଇ ତ୍ରିମୁଖୀ ହେବା ସ୍ପଷ୍ଟ ହେଉଛି। ଯଥେଷ୍ଟ ପୂର୍ବରୁ ଦଳୀୟ ଟିକେଟ ହାସଲ କରି ଭାଜପା ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି। ତେବେ ବିଜେଡିର ସାଂଗଠନିକ ଦକ୍ଷତାକୁ ଆଧାର କରି ନବାଗତଙ୍କୁ ଟିକେଟ ଦେଇଥିବାବେଳେ ଆଗାମି ଦିନରେ ଅଭିମନ୍ୟୁ କିପରି ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ଦେଖିବାକୁ ବାକି ରହିଛି।
The post ତ୍ରିମୁଖୀ ଲଢେଇ ଦେଖିବେ ଭୋଟର appeared first on Dharitri Odia News.