ଛେଳିକୁ ଗିଳିଦେଲା ଅଜଗର
ଖଲ୍ଲିକୋଟ,୨୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍ଏସିର ୮ ନମ୍ବର ଓ୍ବାର୍ଡ ଶ୍ୟାମସୁନ୍ଦରପୁରରେ ରବିବାରରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଛେଳି ଚାଷୀ ଆରତ ଦାସ ଛେଳି ଗୋଠ ଚରିବା ପାଇଁ ଛାଡ଼ିଥିବା ବେଳେ ଛେଳି ଗୋଠରୁ ଗୋଟିଏ ଛେଳିକୁ ଅଜଗର ସାପ ଗିଳି ଦେଇଥିଲା। ଆରତ ଛେଳି ଆଣିବାକୁ ଗଲା ବେଳକୁ ଛେଳି ଗୋଠରେ ଗୋଟିଏ ଛେଳି […] The post ଛେଳିକୁ ଗିଳିଦେଲା ଅଜଗର appeared first on Dharitri Odia News.
ଖଲ୍ଲିକୋଟ,୨୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍ଏସିର ୮ ନମ୍ବର ଓ୍ବାର୍ଡ ଶ୍ୟାମସୁନ୍ଦରପୁରରେ ରବିବାରରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଛେଳି ଚାଷୀ ଆରତ ଦାସ ଛେଳି ଗୋଠ ଚରିବା ପାଇଁ ଛାଡ଼ିଥିବା ବେଳେ ଛେଳି ଗୋଠରୁ ଗୋଟିଏ ଛେଳିକୁ ଅଜଗର ସାପ ଗିଳି ଦେଇଥିଲା। ଆରତ ଛେଳି ଆଣିବାକୁ ଗଲା ବେଳକୁ ଛେଳି ଗୋଠରେ ଗୋଟିଏ ଛେଳି କମ୍ ମିଳିଥିଲା। ଛେଳି କି ଖୋଜିବା ସମୟରେ ଆରତ ଦେଖିଥିଲେ ଏକ ଅଜଗର ଛେଳିଟିକୁ ଗିଳି ଦେଇଛି। ଏହା ପ୍ରଚାରିତ ହେବା ପରେ ସାପ ଦେଖିବାକୁ ଗାଁ ଲୋକ ଭିଡ଼ ଜମାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନ ଆଲୋକ ମିଶ୍ର ପହଞ୍ଚି ଛେଳିକୁ ଗିଳିଥିବା ଅବସ୍ଥାରେ ଅଜଗର ସାପକୁ ଉଦ୍ଧାର କରି ଖଲ୍ଲିକୋଟ ବନ କାର୍ଯ୍ୟାଳୟକୁ ନେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନ ଆଲୋକ ମିଶ୍ର କହିଛନ୍ତି ଅଜଗରଟି ୭ଫୁଟର ହୋଇଥିବା ବେଳେ ପ୍ରାୟ ୫୦ କିଲୋ ଓଜନ ରହିଛି। ତେବେ ଛେଳି ଚାଷୀ ଆରତ କହିଛନ୍ତି, ଆଗରୁ ଅଜଗର ଆରତଙ୍କ ଦୁଇଟି ଛେଳି ଖାଇଥିବା ବେଳେ ଆଜି ପୁଣି ଗୋଟେ ଛେଳିକୁ ଖାଇଛି। ତେଣୁ ସେ ବନ ବିଭାଗଠାରୁ କ୍ଷତିପୂରଣ ଦାବି କରିଛନ୍ତି। ତେବେ ବନ ବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନ ଆଲୋକ ମିଶ୍ର ଙ୍କ ମିଳିତ ଉଦ୍ୟମରେ ଅଜଗର ସାପକୁ ନିକଟସ୍ଥ କରାଖୋଲ ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ଛଡ଼ା ଯାଇଥିବା ଜାଣିବାକୁ ମିଳିଛି।
The post ଛେଳିକୁ ଗିଳିଦେଲା ଅଜଗର appeared first on Dharitri Odia News.