ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ସଂସଦରେ ବିକ୍ଷୋଭବେଳେ ପେଲାଠେଲାର ପଡ଼ିଯାଇ ଆହତ ହୋଇଥିବା ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ସୋମବାର ତାଙ୍କୁ ରାମ ମନୋହର ଲୋହିଆ ମେଡ଼ିକାଲରୁ ନୋଏଡ଼ାର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅଧିକ ଚିକିତ୍ସା କରାଯିବ । ତେବେ କ’ଣ ପାଇଁ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି ସେ ନେଇ କୌଣସି ସବିଶେଷ ତଥ୍ୟ ମିଳି ନାହିଁ । ସୂଚନାନୁସାରେ,ଗତ ୧୯ରେ ସଂସଦ […]

ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ସଂସଦରେ ବିକ୍ଷୋଭବେଳେ ପେଲାଠେଲାର ପଡ଼ିଯାଇ ଆହତ ହୋଇଥିବା ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ସୋମବାର ତାଙ୍କୁ ରାମ ମନୋହର ଲୋହିଆ ମେଡ଼ିକାଲରୁ ନୋଏଡ଼ାର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅଧିକ ଚିକିତ୍ସା କରାଯିବ । ତେବେ କ’ଣ ପାଇଁ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି ସେ ନେଇ କୌଣସି ସବିଶେଷ ତଥ୍ୟ ମିଳି ନାହିଁ ।

ସୂଚନାନୁସାରେ,ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ଏଥିରେ ସଂସଦର ମକର ଦ୍ୱାରର ଶିଢ଼ି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ ଷଡ଼ଙ୍ଗୀ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ୫ଟି ଷ୍ଟିଚ୍ ଲାଗିଛି। ୫ ଦିନ ଧରି ଆର୍‌ଏମ୍‌ଏଲ୍‌ ହସ୍ପିଟାଲର ଆଇସିୟୁରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇ ନୋଏଡାର କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ରାହୁଲ ଗାନ୍ଧି ସାଂସଦଙ୍କୁ ଠେଲି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହା ସହିତ ସାଂସଦ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଥିଲେ । ଉଭୟଙ୍କୁ ଆରଏମଏଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।