ସହରାଟିକ୍ରାରେ ଚାଞ୍ଚଲ୍ୟ: ଛାତରେ ଶୋଇଥିବାବେଳେ ଗୃହକର୍ତ୍ତାଙ୍କୁ ହତ୍ୟା

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଘରଛାତ ଉପରେ ଏକ ଖଟିଆରେ ଶୋଇଥିବାବେଳେ ଗ୍ରାମର ମଗନିଆଁ ସେଠଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ଭେଡେନ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତକଙ୍କ ପୁଅଙ୍କୁ ପୋଲିସ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। The post ସହରାଟିକ୍ରାରେ ଚାଞ୍ଚଲ୍ୟ: ଛାତରେ ଶୋଇଥିବାବେଳେ ଗୃହକର୍ତ୍ତାଙ୍କୁ ହତ୍ୟା appeared first on Dharitri Odia News.

ସହରାଟିକ୍ରାରେ ଚାଞ୍ଚଲ୍ୟ: ଛାତରେ ଶୋଇଥିବାବେଳେ ଗୃହକର୍ତ୍ତାଙ୍କୁ ହତ୍ୟା

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଘରଛାତ ଉପରେ ଏକ ଖଟିଆରେ ଶୋଇଥିବାବେଳେ ଗ୍ରାମର ମଗନିଆଁ ସେଠଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ଭେଡେନ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତକଙ୍କ ପୁଅଙ୍କୁ ପୋଲିସ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

The post ସହରାଟିକ୍ରାରେ ଚାଞ୍ଚଲ୍ୟ: ଛାତରେ ଶୋଇଥିବାବେଳେ ଗୃହକର୍ତ୍ତାଙ୍କୁ ହତ୍ୟା appeared first on Dharitri Odia News.