ରାଜନୀତିରେ ଏଣ୍ଟ୍ରି ମାରିବେ ସମୀର ୱାଙ୍ଖେଡ! ଏହି ଦଳରୁ ଲଢିବେ…
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ପ୍ରସିଦ୍ଧ ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। କୁହାଯାଉଛି କି, ମହାରାଷ୍ଟ୍ର ବଇଦାନସଭା ନିର୍ବାଚନ ଥିବାରୁ ସମୀର ମଇଦାନକୁ ଓହ୍ଲାଇବେ। ସୂଚନାନୁସାରେ ସମୀର ଶିବସେନା ସିନ୍ଦେ ଦଳରେ ଯୋଗଦେବେ। ସେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢି ପାରନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀରଙ୍କୁ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରିବାକୁ ପଡ଼ିବ। ଏହା […] The post ରାଜନୀତିରେ ଏଣ୍ଟ୍ରି ମାରିବେ ସମୀର ୱାଙ୍ଖେଡ! ଏହି ଦଳରୁ ଲଢିବେ… appeared first on Dharitri Odia News.
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ପ୍ରସିଦ୍ଧ ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। କୁହାଯାଉଛି କି, ମହାରାଷ୍ଟ୍ର ବଇଦାନସଭା ନିର୍ବାଚନ ଥିବାରୁ ସମୀର ମଇଦାନକୁ ଓହ୍ଲାଇବେ। ସୂଚନାନୁସାରେ ସମୀର ଶିବସେନା ସିନ୍ଦେ ଦଳରେ ଯୋଗଦେବେ। ସେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢି ପାରନ୍ତି।
ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀରଙ୍କୁ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରିବାକୁ ପଡ଼ିବ। ଏହା ପରେ ଯାଇ ସେ ରାଜନୀତିରେ ପ୍ରବେଶ କରିବେ।
୪୪ ବର୍ଷିୟ ସମୀର ଓ୍ବାଙ୍ଖେଡ ୨୦୦୮ ବ୍ୟାଚ IRS ଭାରତୀୟ ରାଜସ୍ବ ସେବା ଅଧିକାରୀ। ୨୦୨୧ ପର୍ଯ୍ୟନ୍ତ ସେ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏନସିବିରେ ଯୋଗଦେବା ପୂର୍ବରୁ ସେ ଜାତୀୟ ଯାଞ୍ଚ ଏଜେନ୍ସି ଏବଂ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ସହିତ କାର୍ଯ୍ୟ କରିଥିଲେ।
ସେ ତାଙ୍କ କ୍ୟାରିଅରରେ ଡ୍ରଗ ଏନଫୋର୍ସମେଣ୍ଟ ସହ ଜଡିତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡ୍ରଗ ଚୋରା ଚାଲାଣକାରୀ ଏବଂ ସେମାନଙ୍କ ନେଟୱାର୍କକୁ ଟାର୍ଗେଟ କରି ଆକ୍ରମଣ, ସିକ୍ରେଟ ମିଶନରେ ସମୀର ସକ୍ରିୟ ଭାବରେ ଜଡିତ ଅଛନ୍ତି। ତାଙ୍କର ୧୫ ବର୍ଷର କ୍ୟାରିଅର୍ରେ, ସେ ୧୭ହଜାର କିଲୋଗ୍ରାମ ନିଶା ଏବଂ ୧୬୫ କିଲୋଗ୍ରାମ ସୁନା ଜବତ କରିଛନ୍ତି।
ସେ ତଦନ୍ତ କରିଥିବା ଏପରି କିଛି ମାଲା ଅଛି ଯାହା ପର ମୂହୁର୍ତ୍ତରେ ହେଡ୍ଲାଇନରେ ରହିଥିଲା। ଅଣ୍ଡରୱାଲର୍ଡ ଡନ ଦାଉଦ ଗ୍ୟାଙ୍ଗର ଡ୍ରଗ୍ସ ନେଟଓ୍ବର୍କକୁ ଭାଙ୍ଗିବା, ଇସଲାମ ପ୍ରଚାରକ ଜାକିର ନାୟକ, କରଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ସେ ଜେଲରେ ଭର୍ତ୍ତି କରିଥିଲେ।
The post ରାଜନୀତିରେ ଏଣ୍ଟ୍ରି ମାରିବେ ସମୀର ୱାଙ୍ଖେଡ! ଏହି ଦଳରୁ ଲଢିବେ… appeared first on Dharitri Odia News.