ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ…

ଭୁବନେଶ୍ୱର୧।୧୦: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା ଖୁବଶୀଘ୍ର ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ସ୍ବାସ୍ଥ୍ୟକାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପାଇ ପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମଧ୍ୟ ପାଇବେ ସ୍ବାସ୍ଥ୍ୟ ବୀମା ସୁବିଧା। ଆୟୁଷ୍ମାନରେ ୬୭ ଲକ୍ଷ ପରିବାର, ଗୋପବନ୍ଧୁରେ ୩୩ ଲକ୍ଷ ପରିବାର ସାମିଲ ହେବେ। ପୁରୁଷଙ୍କୁ ୫ […] The post ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ… appeared first on Dharitri Odia News.

ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ…

ଭୁବନେଶ୍ୱର୧।୧୦: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା ଖୁବଶୀଘ୍ର ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ସ୍ବାସ୍ଥ୍ୟକାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପାଇ ପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମଧ୍ୟ ପାଇବେ ସ୍ବାସ୍ଥ୍ୟ ବୀମା ସୁବିଧା। ଆୟୁଷ୍ମାନରେ ୬୭ ଲକ୍ଷ ପରିବାର, ଗୋପବନ୍ଧୁରେ ୩୩ ଲକ୍ଷ ପରିବାର ସାମିଲ ହେବେ। ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶର ପ୍ରାୟ ୫୦ କୋଟି ଲୋକ ଉପକୃତ ହୋଇସାରିଛନ୍ତି। ଯଦି ଆପଣ ଆୟୁଷ୍ମାନ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ। ସରକାର ଏଥିପାଇଁ ଉପଯୁକ୍ତ ମାନଦଣ୍ଡ ସ୍ଥିର କରିଛନ୍ତି।

ସରକାରୀ ନିୟମ ବିଷୟରେ କହିବାକୁ ଗଲେ ଆୟୁଷ୍ମାନ ଭାରତ କାର୍ଡ ତିଆରି କରିବା ପାଇଁ କିଛି ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଏଥିପାଇଁ ଏସ୍‌ସି-ଏସ୍‌ଟି କିମ୍ବା ଇଡବ୍ଲ୍ୟୁଏସ୍‌ ବର୍ଗର ହୋଇଥିବା ଆବଶ୍ୟକ। ଆହୁରି ମଧ୍ୟ, ଆପଣଙ୍କର ରୋଜଗାର ପ୍ରତି ମାସରେ ୧୦,୦୦୦ରୁ ଅଧିକ ହୋଉନଥିବ। ଏହାର ଅଧିକାଂଶ ଲାଭ ସେହି ଲୋକଙ୍କୁ ଦିଆଯାଉଛି ଯେଉଁମାନଙ୍କର ସ୍ଥାୟୀ ଘର କିମ୍ବା ନିଜସ୍ବ କୃଷି ଜମି ନାହିଁ । ତଥାପି, ଆବେଦନ କରିବା ପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ୍‌ ଯେ ଆୟୁଷ୍ମାନ ଭାରତ କାର୍ଡ କେଉଁମାନେ ତିଆରିକରିପାରିବ ନାହିଁ। ଯେଉଁମାନେ ଆୟୁଷ୍ମାନ ଭାରତ କାର୍ଡ ତିଆରି କରନ୍ତି ସେମାନେ ଅନେକ ପ୍ରକାରର ଚିକିତ୍ସା ସୁବିଧା ପାଆନ୍ତି ।

The post ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ… appeared first on Dharitri Odia News.