ହାରିଲେ ଫଳାଫଳକୁ ଚ୍ୟାଲେଞ୍ଜ କରିପାରନ୍ତି ଟ୍ରମ୍ପ୍‌

ନ୍ୟୁୟର୍କ, ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ୭୨ ଘଣ୍ଟାରୁ କମ୍‌ ସମୟ ରହିଛି। ଭୋଟିଂର ଠିକ୍‌ ପୂର୍ବରୁ ଉଭୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସ ଶନିବାର ନିଜ ସପକ୍ଷରେ ମତଦାତାଙ୍କୁ ଆଣିବା ପାଇଁ ଜୋର୍‌ଦାର ପ୍ରଚାର କରିଛନ୍ତି। ଏକ ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିର୍ବାଚନ ହାରିବା ସ୍ଥିତିରେ ଟ୍ରମ୍ପ୍‌ ଫଳାଫଳକୁ ସ୍ବୀକାର କରିବେ ନାହିଁ। ଏପରି ସ୍ଥଳେ ସେ ନିର୍ବାଚନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଉକ୍ତ […] The post ହାରିଲେ ଫଳାଫଳକୁ ଚ୍ୟାଲେଞ୍ଜ କରିପାରନ୍ତି ଟ୍ରମ୍ପ୍‌ appeared first on Dharitri Odia News.

ହାରିଲେ ଫଳାଫଳକୁ ଚ୍ୟାଲେଞ୍ଜ କରିପାରନ୍ତି ଟ୍ରମ୍ପ୍‌

ନ୍ୟୁୟର୍କ, ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ୭୨ ଘଣ୍ଟାରୁ କମ୍‌ ସମୟ ରହିଛି। ଭୋଟିଂର ଠିକ୍‌ ପୂର୍ବରୁ ଉଭୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସ ଶନିବାର ନିଜ ସପକ୍ଷରେ ମତଦାତାଙ୍କୁ ଆଣିବା ପାଇଁ ଜୋର୍‌ଦାର ପ୍ରଚାର କରିଛନ୍ତି। ଏକ ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିର୍ବାଚନ ହାରିବା ସ୍ଥିତିରେ ଟ୍ରମ୍ପ୍‌ ଫଳାଫଳକୁ ସ୍ବୀକାର କରିବେ ନାହିଁ। ଏପରି ସ୍ଥଳେ ସେ ନିର୍ବାଚନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ, ନିର୍ବାଚନ ଫଳାଫଳକୁ ରିଗିଂ କରାଯିବାର ସମ୍ଭାବନା ରହିଛି ବୋଲି ଟ୍ରମ୍ପ ତାଙ୍କ ପ୍ରତ୍ୟେକ ପ୍ରଚାର ରାଲିରେ କହୁଛନ୍ତି। ସେଥିପାଇଁ ତାଙ୍କୁ ନିର୍ବାଚନରେ ବହୁ ମାତ୍ରାରେ ବିଜୟୀ କରାଇବାକୁ ଟ୍ରମ୍ପ୍‌ ତାଙ୍କ ସମର୍ଥକଙ୍କୁ ଅପିଲ କରୁଛନ୍ତି। ଶୁକ୍ରବାର ଆରିଜୋନାରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ତାଙ୍କର ବିଜୟ ସୁନିଶ୍ଚିନ୍ତ। କେବଳ ଡେମୋକ୍ରାଟ୍‌ଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା କରାଗଲେ ହିଁ ସେ ହାରିବାର ସମ୍ଭାବନା ରହିଛି। ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ରହୁନାହିଁ ବୋଲି ଟ୍ରମ୍ପ୍‌ ବାରମ୍ବାର ତାଙ୍କର କହୁଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ତେଣୁ ନିର୍ବାଚନରେ ହାରିବା ସ୍ଥିତିରେ ସେ ଫଳାଫଳକୁ ଗ୍ରହଣ କରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ବିଜୟୀ କରାଇବା ପାଇଁ ରିପବ୍ଲିକାନ ନ୍ୟାଶନାଲ କମିଟି ପକ୍ଷରୁ ‘ଇଲେକ୍ସନ ଇଣ୍ଟିଗ୍ରିଟି’ ଅଭିଯାନ ଅନ୍ତର୍ଗତ ନିର୍ବାଚନର ସ୍ବଚ୍ଛତାକୁ ତଦାରଖ କରିବା ପାଇଁ ୨ ଲକ୍ଷ ୩୦ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇ ତାଲିମ ଦିଆଯାଉଛି। ବିଭିନ୍ନ ନିର୍ବାଚନୀ ଅନିୟମିତତାକୁ ନେଇ ୧୩୦ରୁ ଅଧିକ ମକଦ୍ଦମା ଦାଏର କରାଯାଇଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଟ୍ରମ୍ପଙ୍କ ସପକ୍ଷରେ ଯାଇ ନ ଥିଲା। ସେ ତତ୍କାଳୀନ ଡେମୋକ୍ରାଟ ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କଠାରୁ ପରାଜିତ ହୋଇଥିଲେ। ସେତେବେଳେ ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାର ଯଥେଷ୍ଟ ପୂର୍ବରୁ ହ୍ବାଇଟ ହାଉସରେ ଥିବା ଟ୍ରମ୍ପ ନିଜକୁ ବିଜେତା ଘୋଷଣା କରିଦେଇଥିଲେ। କିନ୍ତୁ ପୂରା ଫଳାଫଳ ଆସିବା ପରେ ସେ ପରାଜିତ ହୋଇଥିଲେ। ନିର୍ବାଚନରେ ରିଗିଂ ହୋଇଥିବା ଅଭିଯୋଗ କରି ଫଳାଫଳକୁ ତାଙ୍କ ସପକ୍ଷରେ ବଦଳାଇବା ପାଇଁ ଟ୍ରମ୍ପ ଆଇନଗତ ଲଢ଼େଇର ଆଶ୍ରୟ ନେଇଥିଲେ।

The post ହାରିଲେ ଫଳାଫଳକୁ ଚ୍ୟାଲେଞ୍ଜ କରିପାରନ୍ତି ଟ୍ରମ୍ପ୍‌ appeared first on Dharitri Odia News.