ପିଏମ୍ କିସାନର ୨୦ତମ କିସ୍ତି ଜାଣନ୍ତୁ କେବେ ମିଳିବ.
ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସ୍ତରରେ ସଶକ୍ତ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି ସରକାର । ଏଭଳି ଭାବରେ ଚାଷୀମାନେ ୧୯ଟି କିସ୍ତି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇ ସାରିଛନ୍ତି । କିନ୍ତୁ ଏବେ ଅପେକ୍ଷା ୨୦ତମ […] The post ପିଏମ୍ କିସାନର ୨୦ତମ କିସ୍ତି ଜାଣନ୍ତୁ କେବେ ମିଳିବ. appeared first on Odisha.News.

ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସ୍ତରରେ ସଶକ୍ତ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି ସରକାର ।
ଏଭଳି ଭାବରେ ଚାଷୀମାନେ ୧୯ଟି କିସ୍ତି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇ ସାରିଛନ୍ତି । କିନ୍ତୁ ଏବେ ଅପେକ୍ଷା ୨୦ତମ କିସ୍ତିର । ତେବେ ପୂର୍ବରୁ ୧୮ ଜୁଲାଇ ଅର୍ଥାତ୍ ଆଜି ପିଏମ୍ କିସାନର ୨୦ତମ କିସ୍ତି ଆସିବା ନେଇ ଶୁଣିବାକୁ ମିଳିଥିଲା । ମାତ୍ର ଆଜି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିନାହିଁ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ଜାରି କରିପାରନ୍ତି ବୋଲି ଆଲୋଚନା ହୋଇଥିଲା । ତେବେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳିନଥିଲା । ତେଣୁ, ଏହି କିସ୍ତି ଆଜି ଜାରି କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୨୦ତମ କିସ୍ତି କେବେ ଜାରି ହେବ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ।
କିନ୍ତୁ କୁହାଯାଉଛି ଯେ ଆଗାମୀ ଦିନରେ ବିଭାଗ ଦ୍ୱାରା ଏହି କିସ୍ତି ଜାରି ହେବାର ତାରିଖ ଘୋଷଣା କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମ ଆୟୋଜନ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ମ କିସ୍ତି ସ୍ଥାନାନ୍ତର କରିବେ।ଚଳିତ ବର୍ଷ ଫେବ୍ରୁଆରି ମାସ ୧୯ ତାରିଖରେ ପିଏମ୍ କିସାନ ଯୋଜନାର ୧୯ତମ କିସ୍ତି ପାଇଥିଲେ ଚାଷୀ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୯କୋଟି ୮୦ ଲକ୍ଷ ଚାଷୀ ଉପକୃତ ହୋଇ ସାରିଛନ୍ତି । ଏମାନଙ୍କ ମଧ୍ୟରେ ୨ କୋଟି ୪୦ ଲକ୍ଷ ମହିଳା ଚାଷୀ ରହିଛନ୍ତି । ତେବେ ଯେଉଁମାନେ E-KYC କରାଇନାହାନ୍ତି, ସେମାନଙ୍କ ଖାତାକୁ ଏଥର ପିଏମ୍ କିସାନ ଟଙ୍କା ନଆସିପାରେ । ଖାଲି ସେତିକି ନୁହେଁ ଭୁଲେଖ ଭେରିଫିକେସନ୍ କରାଇନଥିଲେ ବି ଟଙ୍କା ଅଟକି ଯାଇପାରେ । ଏଣୁ ଅଧାଅଧୁରା ଫର୍ମ ପୂରଣ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଥିଇଲା ।
The post ପିଏମ୍ କିସାନର ୨୦ତମ କିସ୍ତି ଜାଣନ୍ତୁ କେବେ ମିଳିବ. appeared first on Odisha.News.