ପିଏମ୍ ବୋର୍ କରି ଦେଲେ, ଡବଲ ଗଣିତ କ୍ଲାସ୍ କଲା ଭଳି ଲାଗିଲା: ମୋଦୀଙ୍କ ଭାଷଣ ପରେ ପ୍ରିୟଙ୍କାଙ୍କ କଟାକ୍ଷ

ନୂଆଦିଲ୍ଲୀ: ଶନିବାର ସଂସଦରେ ଭାରତର ସମ୍ବିଧାନ ଉପରେ ୧୧୦ ମିନିଟ୍‌ର ଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିରେ ସେ ଗାନ୍ଧୀ ପରିବାର ଇତିହାସକୁ ପୁଣିଥରେ ଦୋହରାଇଥିଲେ। ଏହି ପରିବାର ମୁଣ୍ଡରେ ଯେଉଁ କଳଙ୍କ ଲାଗିଛି ତାହା କେବେ ଲିଭିବନି ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରଧାନମନ୍ତ୍ରୀଙ୍କ ଭାଷଣ ବୋର୍ ଲାଗିଲା। ସେ କିଛି ଗୋଟେ ବି ନୂଆ କଥା କହିଲେନି ବୋଲି ପ୍ରିୟଙ୍କା କହିଛନ୍ତି।ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି “ପ୍ରଧାନମନ୍ତ୍ରୀ ଗୋଟିଏ ବି ନୂଆ କଥା କହିଲେନି। ପୂରା ବୋର କରିଦେଲେ। ଦଶନ୍ଧୀ ପରେ ମୋତେ ଲାଗିଲା ଯେ ସ୍କୁଲ୍‌ରେ ଯେଉଁ ଗଣିତରେ ଡବଲ ପିରିୟଡ଼ ହୁଏ ମୁଁ ସେଥିରେ ବସିଛି।”ପ୍ରଧାନମନ୍ତ୍ରୀଙ୍କ କଥା କେହି ଧ୍ୟାନର ସହ ଶୁଣି ନଥିଲେ ବୋଲି ପ୍ରିୟଙ୍କା କହିଥିଲେ। ଏନେଇ ସେ କହିଥିଲେ “ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ନଡ୍ଡା ଜୀ ହାତ ମଳୁଥିଲେ। ପୁଣି ମୋଦୀ ଜୀ ଦେଖିଲା ପରେ ଅଚାନକ ସେ ସବୁ ଶୁଣୁଛନ୍ତି ବୋଲି ଆକ୍ଟିଂ କଲେ। ଅମିତ ଶାହ ଏମିତି ମୁଣ୍ଡରେ ହାତ ମାରୁଥିଲେ। ପିୟୁଷ ଗୋୟଲ ଶୋଇବା ଭଳି ସ୍ଥିତିରେ ଥିଲେ।”#WATCH | Delhi: On PM Narendra Modi's speech, Congress MP Priyanka Gandhi Vadra says, "PM Narendra Modi did not speak a

ପିଏମ୍ ବୋର୍ କରି ଦେଲେ, ଡବଲ ଗଣିତ କ୍ଲାସ୍ କଲା ଭଳି ଲାଗିଲା: ମୋଦୀଙ୍କ ଭାଷଣ ପରେ ପ୍ରିୟଙ୍କାଙ୍କ କଟାକ୍ଷ

ନୂଆଦିଲ୍ଲୀ: ଶନିବାର ସଂସଦରେ ଭାରତର ସମ୍ବିଧାନ ଉପରେ ୧୧୦ ମିନିଟ୍‌ର ଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିରେ ସେ ଗାନ୍ଧୀ ପରିବାର ଇତିହାସକୁ ପୁଣିଥରେ ଦୋହରାଇଥିଲେ। ଏହି ପରିବାର ମୁଣ୍ଡରେ ଯେଉଁ କଳଙ୍କ ଲାଗିଛି ତାହା କେବେ ଲିଭିବନି ବୋଲି ମୋଦୀ କହିଥିଲେ। 

ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରଧାନମନ୍ତ୍ରୀଙ୍କ ଭାଷଣ ବୋର୍ ଲାଗିଲା। ସେ କିଛି ଗୋଟେ ବି ନୂଆ କଥା କହିଲେନି ବୋଲି ପ୍ରିୟଙ୍କା କହିଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି “ପ୍ରଧାନମନ୍ତ୍ରୀ ଗୋଟିଏ ବି ନୂଆ କଥା କହିଲେନି। ପୂରା ବୋର କରିଦେଲେ। ଦଶନ୍ଧୀ ପରେ ମୋତେ ଲାଗିଲା ଯେ ସ୍କୁଲ୍‌ରେ ଯେଉଁ ଗଣିତରେ ଡବଲ ପିରିୟଡ଼ ହୁଏ ମୁଁ ସେଥିରେ ବସିଛି।”

ପ୍ରଧାନମନ୍ତ୍ରୀଙ୍କ କଥା କେହି ଧ୍ୟାନର ସହ ଶୁଣି ନଥିଲେ ବୋଲି ପ୍ରିୟଙ୍କା କହିଥିଲେ। ଏନେଇ ସେ କହିଥିଲେ “ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ନଡ୍ଡା ଜୀ ହାତ ମଳୁଥିଲେ। ପୁଣି ମୋଦୀ ଜୀ ଦେଖିଲା ପରେ ଅଚାନକ ସେ ସବୁ ଶୁଣୁଛନ୍ତି ବୋଲି ଆକ୍ଟିଂ କଲେ। ଅମିତ ଶାହ ଏମିତି ମୁଣ୍ଡରେ ହାତ ମାରୁଥିଲେ। ପିୟୁଷ ଗୋୟଲ ଶୋଇବା ଭଳି ସ୍ଥିତିରେ ଥିଲେ।”




ସେହିପରି ଆଦାନୀଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରିୟଙ୍କା ଗାନ୍ଧୀ ସେ କହିଛନ୍ତି “ ମୋ ପାଇଁ ନୂଆ ଅନୁଭବ ଥିଲା। ମୁଁ ଭାବିଥିଲେ ପ୍ରଧାନମନ୍ତ୍ରୀ କିଛି ନୂଆ କହିବେ, କିଛି ଭଲ କହିବେ। ତାଙ୍କର ଫମ୍ପା ୧୧ ସଂକଳ୍ପ। ଯଦି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ତେବେ ଆଦାନୀଙ୍କ ଉପରେ ତର୍କ ତ କରନ୍ତୁ।”