ପିଏସ, ଓଏସଡି ନିଯୁକ୍ତିରେ ନୂଆ ଗାଇଡଲାଇନ୍‌, ଜରୁରୀ ୫ ବର୍ଷ ଚାକିରି

ଭୁବନେଶ୍ବର: ପିଏସ, ଓଏସଡି ନିଯୁକ୍ତିକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌।ଏଣିକି ପିଏସ, ଓଏସଡି ନିଯୁକ୍ତିରେ ପାଳନ ହେବ ଓଆରଏସପି ରୁଲ୍‌ ୨୦୧୭। ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ନୂଆ ଗାଇଡଲାଇନ ଅନୁଯାୟୀ, ଅତିକମ୍‌ରେ ୫ ବର୍ଷ ଚାକିରି କରୁଥିଲେ ହେବେ ପିଏସ, ଓଏସଡି । ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପାହ୍ୟା ଅଫିସର ହେବେ ପିଏସ। ମନ୍ତ୍ରୀଙ୍କ ପିଏସ ମଧ୍ୟ ଏହି କ୍ୟାଡର ଅଫିସର ନିଯୁକ୍ତି ପାଇବେ। ସେହିଭଳି ଯୁଗ୍ମ ସଚିବ, ଉପ ସଚିବ ପାହ୍ୟା ଅଫିସର ହେବେ ଓଏସଡି। ଆହୁରି ମଧ୍ୟ ପିଏସ, ଓଏସଡିରେ ନିଯୁକ୍ତି ପୂର୍ବରୁ ଅଧିକାରୀଙ୍କ ନାଁରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି କି’ ନାହିଁ ତାହା ଦେଖାଯିବ। ଅଧିକାରୀଙ୍କ ନାଁରେ ଭିଜିଲାନ୍ସ କିମ୍ବା ଅପରାଧିକ ମାମଲା ନଥିବ। ଚାକିରିର ଅତିକମ୍‌ରେ ୩୬ ମାସ ବହୁତ ଭଲ କାମ କରିଥିବେ। ସିସିଆର କିମ୍ବ ପିଏଆର ଖରାପ ମନ୍ତବ୍ୟ ଲେଖାନଥିବା ମଧ୍ୟ ଦରକାର।

ପିଏସ, ଓଏସଡି ନିଯୁକ୍ତିରେ ନୂଆ ଗାଇଡଲାଇନ୍‌, ଜରୁରୀ ୫ ବର୍ଷ ଚାକିରି

ଭୁବନେଶ୍ବର: ପିଏସ, ଓଏସଡି ନିଯୁକ୍ତିକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌।ଏଣିକି ପିଏସ, ଓଏସଡି ନିଯୁକ୍ତିରେ ପାଳନ ହେବ ଓଆରଏସପି ରୁଲ୍‌ ୨୦୧୭। ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ନୂଆ ଗାଇଡଲାଇନ ଅନୁଯାୟୀ, ଅତିକମ୍‌ରେ ୫ ବର୍ଷ ଚାକିରି କରୁଥିଲେ ହେବେ ପିଏସ, ଓଏସଡି । ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପାହ୍ୟା ଅଫିସର ହେବେ ପିଏସ। ମନ୍ତ୍ରୀଙ୍କ ପିଏସ ମଧ୍ୟ ଏହି କ୍ୟାଡର ଅଫିସର ନିଯୁକ୍ତି ପାଇବେ। ସେହିଭଳି ଯୁଗ୍ମ ସଚିବ, ଉପ ସଚିବ ପାହ୍ୟା ଅଫିସର ହେବେ ଓଏସଡି। 

ଆହୁରି ମଧ୍ୟ ପିଏସ, ଓଏସଡିରେ ନିଯୁକ୍ତି ପୂର୍ବରୁ ଅଧିକାରୀଙ୍କ ନାଁରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି କି’ ନାହିଁ ତାହା ଦେଖାଯିବ। ଅଧିକାରୀଙ୍କ ନାଁରେ ଭିଜିଲାନ୍ସ କିମ୍ବା ଅପରାଧିକ ମାମଲା ନଥିବ। ଚାକିରିର ଅତିକମ୍‌ରେ ୩୬ ମାସ ବହୁତ ଭଲ କାମ କରିଥିବେ। ସିସିଆର କିମ୍ବ ପିଏଆର ଖରାପ ମନ୍ତବ୍ୟ ଲେଖାନଥିବା ମଧ୍ୟ ଦରକାର।