ବିଶ୍ୱର ପ୍ରଥମ ଦେଶ ଭାବେ ଚୀନର ଏଆଇ ଡିପସିକ୍କୁ ବ୍ୟାନ କଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଚୀନର ଏଆଇ ଆପ୍ ଡିପ୍ସିକ୍କୁ ବ୍ୟାନ୍ କଲା ଅଷ୍ଟ୍ରେଲିଆ। କୌଣସି ସରକାରୀ ଡିଭାଇସ୍ରେ ଏହି ସର୍ଭିସ୍ ଅପଲୋଡ୍ ହୋଇପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି। ଏନେଇ ମଙ୍ଗଳବାର ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ ଟୋନି ବର୍କ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଡିପସିକ୍ ପ୍ରଡକ୍ଟ ଯଥା ଆପ୍ଲିକେସନ୍ ଏବଂ ସର୍ଭିସ୍ଗୁଡ଼ିକୁ ସରକାରୀ ବ୍ୟବସ୍ଥାରୁ ତୁରନ୍ତ ହଟାଇ ଦିଆଯିବ। ଦେଶର ଗୁଇନ୍ଦା ବିଭାଗ ଚୀନ ଆପ୍ ଡିପ୍ସିକ୍ରୁ ସୁରକ୍ଷା ପ୍ରତି ବିପଦ ଥିବା ଜାଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶନାମା ଲାଗୁ ହେବ ବୋଲି ଟୋନି ବର୍କ କହିଛନ୍ତି। ମାତ୍ର ୨୦ ମାସ ପୂର୍ବେ ଚୀନର ହାଙ୍ଗଜୋଉରେ ଡେଭଲପ କରାଯାଇଥିବା ଡିପସିକର ଟେକ୍ନୋଲୋଜୀ ଜାନୁଆରୀ ମାସରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ବିଶ୍ୱବ୍ୟାପୀ ଡାଉନଲୋଡ୍ ଚାର୍ଟର ଶୀର୍ଷରେ ରହିଥିଲା। ହେଲେ ଏଥିରେ ଡାଟା ସୁରକ୍ଷା ପ୍ରତି ବିପଦ ଥିବା ଜଣାପଡ଼ିବା ପରେ ଚୀନର ଏହି ଏଆଇ ସର୍ଭିସ୍ ଏବେ ସମସ୍ତଙ୍କ ସ୍କାନରରେ ରହିଛି।ଅଷ୍ଟ୍ରେଲିଆର କାର୍ଯ୍ୟାନୁଷ୍ଠାନ ନେଇ ଟୋନି ବର୍କ କହିଛନ୍ତି ଯେ ଆମ ଗୁଇନ୍ଦା ବିଭାଗ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ତିଳେ ହେଲେ ବିଳମ୍ବ କରିବୁ ନାହିଁ। ଡାଟା ସୁରକ୍ଷା ଦୃଷ୍ଟିରୁ ଏହି କାର୍ଯ୍ୟ
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଚୀନର ଏଆଇ ଆପ୍ ଡିପ୍ସିକ୍କୁ ବ୍ୟାନ୍ କଲା ଅଷ୍ଟ୍ରେଲିଆ। କୌଣସି ସରକାରୀ ଡିଭାଇସ୍ରେ ଏହି ସର୍ଭିସ୍ ଅପଲୋଡ୍ ହୋଇପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି।
ଏନେଇ ମଙ୍ଗଳବାର ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ ଟୋନି ବର୍କ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଡିପସିକ୍ ପ୍ରଡକ୍ଟ ଯଥା ଆପ୍ଲିକେସନ୍ ଏବଂ ସର୍ଭିସ୍ଗୁଡ଼ିକୁ ସରକାରୀ ବ୍ୟବସ୍ଥାରୁ ତୁରନ୍ତ ହଟାଇ ଦିଆଯିବ। ଦେଶର ଗୁଇନ୍ଦା ବିଭାଗ ଚୀନ ଆପ୍ ଡିପ୍ସିକ୍ରୁ ସୁରକ୍ଷା ପ୍ରତି ବିପଦ ଥିବା ଜାଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶନାମା ଲାଗୁ ହେବ ବୋଲି ଟୋନି ବର୍କ କହିଛନ୍ତି।
ମାତ୍ର ୨୦ ମାସ ପୂର୍ବେ ଚୀନର ହାଙ୍ଗଜୋଉରେ ଡେଭଲପ କରାଯାଇଥିବା ଡିପସିକର ଟେକ୍ନୋଲୋଜୀ ଜାନୁଆରୀ ମାସରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ବିଶ୍ୱବ୍ୟାପୀ ଡାଉନଲୋଡ୍ ଚାର୍ଟର ଶୀର୍ଷରେ ରହିଥିଲା। ହେଲେ ଏଥିରେ ଡାଟା ସୁରକ୍ଷା ପ୍ରତି ବିପଦ ଥିବା ଜଣାପଡ଼ିବା ପରେ ଚୀନର ଏହି ଏଆଇ ସର୍ଭିସ୍ ଏବେ ସମସ୍ତଙ୍କ ସ୍କାନରରେ ରହିଛି।
ଅଷ୍ଟ୍ରେଲିଆର କାର୍ଯ୍ୟାନୁଷ୍ଠାନ ନେଇ ଟୋନି ବର୍କ କହିଛନ୍ତି ଯେ ଆମ ଗୁଇନ୍ଦା ବିଭାଗ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ତିଳେ ହେଲେ ବିଳମ୍ବ କରିବୁ ନାହିଁ। ଡାଟା ସୁରକ୍ଷା ଦୃଷ୍ଟିରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛୁ।
ପଢନ୍ତୁ- ଟ୍ରମ୍ପଙ୍କ ଆକ୍ସନ ଉପରେ ଚୀନର ରିଆକ୍ସନ; ଆମେରିକୀୟ ଉତ୍ପାଦ ଉପରେ ୧୫% ଅତିରିକ୍ତ ଟାରିଫ୍ ବୃଦ୍ଧି
ଡିପସିକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ନୁହେଁ। ଏହା ପୂର୍ବରୁ ଇଟାଲୀରେ ମଧ୍ୟ ଡିପ୍ସିକ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇଟାଲୀର ଗୋପନୀୟତା ନିୟାମକ ଗ୍ରାହକଙ୍କ ତଥ୍ୟକୁ ସୁରକ୍ଷା ଦେବା ପାଇଁ ଏହାକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ଆୟରଲ୍ୟାଣ୍ଡର ଡାଟା ପ୍ରୋଟେକ୍ସନ କମିଶନ କମ୍ପାନୀଠାରୁ ଅଧିକ ସୂଚନା ମାଗିଛି।
ଗତ ସପ୍ତାହରେ ବ୍ଲୁମବର୍ଗ ନ୍ୟୁଜ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ଶହ ଶହ ଘରୋଇ କମ୍ପାନୀ ମଧ୍ୟ ଡିପସିକର ବ୍ୟବହାର ବନ୍ଦ କରିବାକୁ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି।
ତେବେ ଚୀନ ବିରୋଧରେ ଖୋଲାଖୋଲି ଭାବେ କାର୍ଯ୍ୟାନୁଷ୍ଠାନ ନେବାରେ ଅଷ୍ଟ୍ରେଲିଆର ସାରା ବିଶ୍ୱରେ ଏକ ନମ୍ବର। କାରଣ ଏହା ପୂର୍ବରୁ ଏହି ଅଷ୍ଟ୍ରେଲିଆ ୨୦୧୮ରେ ଚୀନ୍ ନେଟୱାର୍କିଂ ଜାଏଣ୍ଟ ହୁଆୱେଇ ଟେକ୍ନୋଲୋଜିସ୍ କୋର ୫ଜି ସିଷ୍ଟମ ବ୍ୟାନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦ ପରେ କୋଭିଡ-୧୯ ମହାମାରୀ ଚରମ ସୀମାରେ ଥିବା ସମୟରେ ଚୀନ୍ ଅଷ୍ଟ୍ରେଲିୟ ରପ୍ତାନୀ ଉପରେ ବାଣିଜ୍ୟ କଟକଣା ଲଗାଇଥିଲା। ହେଲେ ୨୦୨୨ରେ ଆନ୍ଥୋନୀ ଆଲବାନୀଙ୍କ ସରକାର ଆସିବା ପରେ ଦୁଇ ଦେଶର ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି।
ତେବେ ଆମେରିକାର ମଧ୍ୟ କିଛି କିଛି ରାଜ୍ୟରେ ଚୀନର ଡିପ୍ସିକ୍କୁ ବ୍ୟାନ୍ କରାଯାଇଛି। ଆମେରିକାର ଟେକ୍ସାସ ରାଜ୍ୟରେ ସର୍ଭିସ୍ ବ୍ୟବାହରକୁ ବ୍ୟାନ କରିଛନ୍ତି ଗଭର୍ଣ୍ଣର ଗ୍ରେକ୍ ଏବଟ। ଏହି ଆପ୍ ମଧ୍ୟମରେ ଚୀନ ଆମେରିକା ଠାରୁ ଗୁରୁତ୍ୱପୂର୍ଣ୍ଣ ଡାଟା ନେଇଯିବା ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ବ୍ୟାନ୍ କରାଯାଉଛି ବୋଲି ଗ୍ରେକ୍ ଆବଟ କହିଛନ୍ତି।