ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ବାଲିଗୁଡ଼ା,୯।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ସୁଡ୍ରା ପଞ୍ଚାୟତ ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍‌ ଭ୍ୟାନ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରୁତୁଙ୍ଗିଆ ପଞ୍ଚାୟତ ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଏବଂ ପୁଅ ନିଳମଣି କହଁରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାପା-ପୁଅ ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରିବା […] The post ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ appeared first on Dharitri Odia News.

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ବାଲିଗୁଡ଼ା,୯।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ସୁଡ୍ରା ପଞ୍ଚାୟତ ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍‌ ଭ୍ୟାନ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରୁତୁଙ୍ଗିଆ ପଞ୍ଚାୟତ ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଏବଂ ପୁଅ ନିଳମଣି କହଁରଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ବାପା-ପୁଅ ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରିବା ବେଳେ ସୁଡ୍ରା ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ ଭ୍ୟାନ୍‌ ସହ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାପା ପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଅଟକ ରଖି ପୋଲିକୁ ଖବର ଦେଇଥିଲେ।

ପରେ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡିକାଲ ପଠାଇଥିଲା। ହେଲେ ସେଠାରେ ବାପା ହେମ କହଁରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅ ନୀଳମଣିକୁ ଅଧିକ ଚିକିତ୍ସା ଲାଗି ଫୁଲବାଣୀ ମେଡିକାଲ ନିଆଯାଇଥିଲା। ହେଲେ ବାଟରେ ନୀଳମଣିଙ୍କ ମୃତ୍ୟୁ ଘଟିଥିଲା।

ଏହି ଖବର ପ୍ରଚାରିତ ହେବା ପରେ ପ୍ରତିବାଦରେ ସୋମବାର ବାଲିଗୁଡ଼ା ଉପଖଣ୍ଡ ମେଡିକାଲ ସମ୍ମୁଖରେ ମୃତକଙ୍କ ସମ୍ପର୍କୀୟ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏପରିକି ଦାବି ଅନୁଯାୟୀ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ appeared first on Dharitri Odia News.