ପିକନିକ୍ ଦୁର୍ଘଟଣା ରୋକିବା ପାଇଁ ଜାରିହେଲା SOP

ଭୁବନେଶ୍ୱର : ଚାଲିଛି ପିକନିକ ଋତୁ I ଦୁର୍ଘଟଣା ଯୋଗୁଁ ପିକନିକ ମଜା ବଦଳରେ ସଜ୍ଜାରେ ପରିଣତ ହେଉଛି I ବିଶେଷକରି ମଦ୍ୟପାନ ଜନିତ ସଡକ ଦୁର୍ଘଟଣା ଏବଂ ଜଳପ୍ରପାତ ନିକଟରେ ଆମାନିଆଙ୍କ ସେଲ୍ଫି କରଜ ଯୋଗୁଁ ବଢୁଛି ଦୁର୍ଘଟଣା I ଏଥିପାଇଁ ଏସ୍‌ଓପି ଜାରି କଲା ରାଜ୍ୟ ପରିବହନ ବିଭାଗ I ପିକ୍‌ନିକ୍ ସମୟରେ ଦୁର୍ଘଟଣା ରୋକିବା ମାର୍ଗଦର୍ଶିକାର ମୁଖ୍ୟ ଉଦ୍ଦେଶ୍ୟ । ଏହା ସହ ଅମାନିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ମଦ୍ୟପ […]

ପିକନିକ୍ ଦୁର୍ଘଟଣା ରୋକିବା ପାଇଁ ଜାରିହେଲା SOP
ପିକନିକ୍ ଦୁର୍ଘଟଣା ରୋକିବା ପାଇଁ ଜାରିହେଲା SOP

ଭୁବନେଶ୍ୱର : ଚାଲିଛି ପିକନିକ ଋତୁ I ଦୁର୍ଘଟଣା ଯୋଗୁଁ ପିକନିକ ମଜା ବଦଳରେ ସଜ୍ଜାରେ ପରିଣତ ହେଉଛି I ବିଶେଷକରି ମଦ୍ୟପାନ ଜନିତ ସଡକ ଦୁର୍ଘଟଣା ଏବଂ ଜଳପ୍ରପାତ ନିକଟରେ ଆମାନିଆଙ୍କ ସେଲ୍ଫି କରଜ ଯୋଗୁଁ ବଢୁଛି ଦୁର୍ଘଟଣା I ଏଥିପାଇଁ ଏସ୍‌ଓପି ଜାରି କଲା ରାଜ୍ୟ ପରିବହନ ବିଭାଗ I ପିକ୍‌ନିକ୍ ସମୟରେ ଦୁର୍ଘଟଣା ରୋକିବା ମାର୍ଗଦର୍ଶିକାର ମୁଖ୍ୟ ଉଦ୍ଦେଶ୍ୟ । ଏହା ସହ ଅମାନିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ମଦ୍ୟପ ଡ୍ରାଇଭର ଗିରଫ ହେବେ । ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର ।

ଯାନ ମାଲିକଙ୍କୁ ପିକ୍‌ନିକ ପାଇଁ RTOଙ୍କ ଅନୁମତି ନେବାକୁ ହେବ । ପ୍ରତି ପିକ୍‌ନିକ ସ୍ପଟରେ ରହିବେ ପରିବହନ କର୍ମଚାରୀ । ସ୍ପଟରେ ଯାନବାହନ ଗୁଡ଼ିକର ଫିଟ୍‌ନେସ ଯାଞ୍ଚ କରାଯିବ । ପିକନିକ ସ୍ପଟ୍ ରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋ ଲଗାଯିବ । ପ୍ରମୁଖ ପିକନିକ୍ ସ୍ପଟ୍ ଗୁଡିକରେ ଦୁର୍ଘଟଣା ଜନିତ ସଚେତନତା କରାଯିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀର ପରିବହନ ରୋକିବା ପାଇଁ ପିକନିକ୍ ସ୍ପଟ୍ ବା ତୀର୍ଥ ସ୍ଥାନଗୁଡିକ ନିକଟରେ ପୋଲିସ୍ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ । ଓଭରଲୋଡିଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବହନ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ ଏବଂ ପିକନିକ୍ ସ୍ପଟ୍ ଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ଏବଂ ପ୍ରଶଂସାପତ୍ର, ସଡ଼କ ଦୁର୍ଘଟଣା ପୀଡିତଙ୍କ ପରିବାରର ଆବେଦନପତ୍ର ଲିଫଲେଟ୍, ପାମ୍ପଲେଟ୍ ବଣ୍ଟନ କରିବ ।