ପିକ୍ଅପ୍-ଟ୍ରାକ୍ଟର ଧକ୍କା: ୩ ଶ୍ରମିକ ମୃତ, ୧୨ ଆହତ
କୋଷାଗୁମୁଡ଼ା : ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଛତିଶଗଡ଼ ବକାୱଣ୍ଡ ରାଜନଗର ନିକଟରେ ପିକ୍ଅପ୍-ଟ୍ରାକ୍ଟର ଧକ୍କା ହୋଇଛି। ଏଥିରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ ନବରଙ୍ଗପୁର ଜିଲା ଏମ୍ କେରାଗାଁ ପଞ୍ଚାୟତ ସିରାଗୁଡ଼ା ଗ୍ରାମର ଧନାଇ ଭତ୍ରା , ପୂର୍ଣ୍ଣି ଭତ୍ରା ଓ ଦୟାବତୀ ସରାବୁ । ଛତିଶଗଡ଼ ବକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଏମ. କେରାଗାଁ […]

କୋଷାଗୁମୁଡ଼ା : ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଛତିଶଗଡ଼ ବକାୱଣ୍ଡ ରାଜନଗର ନିକଟରେ ପିକ୍ଅପ୍-ଟ୍ରାକ୍ଟର ଧକ୍କା ହୋଇଛି। ଏଥିରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ ନବରଙ୍ଗପୁର ଜିଲା ଏମ୍ କେରାଗାଁ ପଞ୍ଚାୟତ ସିରାଗୁଡ଼ା ଗ୍ରାମର ଧନାଇ ଭତ୍ରା , ପୂର୍ଣ୍ଣି ଭତ୍ରା ଓ ଦୟାବତୀ ସରାବୁ । ଛତିଶଗଡ଼ ବକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଏମ. କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗାଁରୁ ୨୦ରୁ ୨୫ ଶ୍ରମିକ ପିକ୍ଅପ୍ ଯୋଗେ ଯାଉଥିଲେ। ଶନିବାର ରାତିରେ ଘରକୁ ଫେରୁଥିବା ସମୟରେ ଧାନ ବୋଝେଇ ଟ୍ରାକ୍ଟର ଡାଲ ଓ ପିକ୍ଅପ୍ ମଧ୍ୟରେ ଧକ୍କା ହୋଇଥିଲା। ସମସ୍ତ ଆହତ ଶ୍ରମିକଙ୍କୁ ଡିମରାପାଲ ମେଡିକାଲ କଲେଜକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଆହତ ଚିକିତ୍ସିତ ହେଉଛନ୍ତି।