ପିକ୍ଅପ୍-ବୁଲେଟ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ଗୋପାଳପୁର,୯ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରାରେ ଶନିବାର ବୁଲେଟ୍ ସହ ପିକ୍ଅପ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ସୁମନ ପ୍ରଧାନ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଚମାଖଣ୍ଡି ଥାନା ଅଧିନସ୍ଥ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ଓ ସୁମନ ଏକ ବୁଲେଟ୍ରେ ମହାଶିବ ରାତ୍ରି ନେଇ ବିଭିନ୍ନ ଶୈବପୀଠ ଦର୍ଶନ କରିବା ପାଇଁ ଉଭୟ ଶୁକ୍ରବାର ରାତିରେ […] The post ପିକ୍ଅପ୍-ବୁଲେଟ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର appeared first on Dharitri Odia News.
ଗୋପାଳପୁର,୯ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରାରେ ଶନିବାର ବୁଲେଟ୍ ସହ ପିକ୍ଅପ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ସୁମନ ପ୍ରଧାନ ଗୁରୁତର ହୋଇଛନ୍ତି।
ସୂଚନାନୁସାରେ, ଚମାଖଣ୍ଡି ଥାନା ଅଧିନସ୍ଥ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ଓ ସୁମନ ଏକ ବୁଲେଟ୍ରେ ମହାଶିବ ରାତ୍ରି ନେଇ ବିଭିନ୍ନ ଶୈବପୀଠ ଦର୍ଶନ କରିବା ପାଇଁ ଉଭୟ ଶୁକ୍ରବାର ରାତିରେ ବାହାରିଥିଲେ। ଦର୍ଶନ କରି ଗ୍ରାମକୁ ବୁଲେଟ୍ରେ ରାଜେନ୍ଦ୍ର ଓ ସୁମନ ଫେରୁଥିବା ବେଳେ ଶନିବାର ୧୬ ନଂ ଜାତୀୟ ରାଜପଥ କନିସି ହାଟ ନିକଟରେ ଏକ ପିକ୍ଅପ୍ ସହିତ ଧକ୍କା ହୋଇଥିଲା। ଉଭୟ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ସୁମନ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ସୁମନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ରାଜେନ୍ଦ୍ର ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲା। ଦୁର୍ଘଟଣା ଘଟେଇ ଥିବା ବୁଲେଟ ଓ ପିକ୍ଅପ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ମୃତ ରାଜେନ୍ଦ୍ରଙ୍କ ବାପା ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସ୍ ନଂ ୧୦୧/୨୪ରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟ ପଟେ ରାଜେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଗୁରୁତର ସୁମନଙ୍କର ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି।
The post ପିକ୍ଅପ୍-ବୁଲେଟ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର appeared first on Dharitri Odia News.