ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା: ଆନ୍ଧ୍ରରୁ ଗାଁକୁ ଫେରିଲା ମୃତଦେହ, ଅଧାରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ
ପଟାଙ୍ଗି,୧୭ା୩(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଗ୍ରାମକୁ ଶବ ହୋଇ ଫେରିବା ଦୃଶ୍ୟ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଶୋକାକୁଳ ପରିବେଶ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ୨ କିଲୋମିଟର ଦୂରରେ ରହିଥିବା ଡୁମୁରିଗୁଡ଼ା ଗ୍ରାମ କ୍ଷେତ୍ରରେ। ସୂଚନାନୁଯାୟୀ, ଉକ୍ତ ଗ୍ରାମରୁ ୬ଜଣ ଯଥା ବାବୁଲା ମାଝି , ଧନପତି ମାଝି, ବନ୍ଧୁ ପାମିୟା , କଡ୍ରିଆ ସୁରେନ୍ଦ୍ର […] The post ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା: ଆନ୍ଧ୍ରରୁ ଗାଁକୁ ଫେରିଲା ମୃତଦେହ, ଅଧାରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ appeared first on Dharitri Odia News.
ପଟାଙ୍ଗି,୧୭ା୩(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଗ୍ରାମକୁ ଶବ ହୋଇ ଫେରିବା ଦୃଶ୍ୟ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଶୋକାକୁଳ ପରିବେଶ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ୨ କିଲୋମିଟର ଦୂରରେ ରହିଥିବା ଡୁମୁରିଗୁଡ଼ା ଗ୍ରାମ କ୍ଷେତ୍ରରେ।
ସୂଚନାନୁଯାୟୀ, ଉକ୍ତ ଗ୍ରାମରୁ ୬ଜଣ ଯଥା ବାବୁଲା ମାଝି , ଧନପତି ମାଝି, ବନ୍ଧୁ ପାମିୟା , କଡ୍ରିଆ ସୁରେନ୍ଦ୍ର , ସନୁ ମାଝି ଓ କଡ୍ରିଆ ପ୍ରଫୁଲ୍ଲ ପ୍ରମୁଖ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ଗୁଡୁଓ୍ବାଡା ଜିଲାର ଏମ୍ପି ପାଡ ଅଞ୍ଚଳର ଏକ ମାଲିକଙ୍କ ବିରି ବାଡ଼ରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଉକ୍ତ ମାଲିକଙ୍କ ଲୋକଙ୍କ ସହାୟତାରେ ପହଞ୍ଚି ଦୀର୍ଘ ୨୦ଦିନ ହେବ ଉକ୍ତ ବାଡ଼ରେ କାମ କରୁଥିଲେ। ଏହି ସମୟରେ ସନୁ (୬୫)ଙ୍କ ହଠାତ୍ ଦେହ ଅସୁସ୍ଥ ହୋଇ ପଡ଼ିବା ଫଳରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସନୁ ମୃତ୍ୟୁବରଣ କରି ଯାଇଥିଲେ। ଶେଷରେ ବିରି ବାଡର ମାଲିକ ଜଣକ ଦିନକୁ ୬୦୦ଟଙ୍କା ହିସାବ ରେ ୧୨୦୦ଟଙ୍କା ଲେଖାଏ ୬ ଜଣଙ୍କର ଟଙ୍କା ହାତରେ ଦେଇ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଓଡ଼ିଶାର ଉପରୋକ୍ତ ଗ୍ରାମ ଡୁମୁରିଗୁଡ଼ାକୁ ପଠାଇ ଦେଇଥିବା ବେଳେ ଆମ୍ବୁଲାନ୍ସ ଗାଡ଼ିଟି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଉକ୍ତ ଗ୍ରାମରେ ନ ପହଞ୍ଚାଇ ଗ୍ରାମଠାରୁ କିଛି ଦୂରରେ ମୃତଦେହକୁ ଓହ୍ଲାଇ ଦେଇ ତରବରିଆ ଭାବେ ଛାଡ଼ି ଚାଲି ଯାଇଥିଲା। ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ମୃତ ବୃଦ୍ଧ ସମ୍ପର୍କୀୟମାନେ ଭୋର ସକାଳୁ ସମସ୍ତ ଘଟଣା ଜାଣିବା ପରେ ଆମ୍ବୁଲାନ୍ସ ଛାଡ଼ି ଚାଲି ଯାଇଥିବା ସ୍ଥାନରେ ପହଞ୍ଚି ମୃତ ଶରୀରକୁ ନେଇ ସରକାରୀ ସହଯୋଗକୁ ଅପେକ୍ଷା କରି ରହିଥିବା ବେଳେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି। ମୃତ ପରିବାରବର୍ଗଙ୍କୁ କିପରି ସରକାରୀ ସହାୟତା ମିଳିବ ସେନେଇ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।
The post ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା: ଆନ୍ଧ୍ରରୁ ଗାଁକୁ ଫେରିଲା ମୃତଦେହ, ଅଧାରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ appeared first on Dharitri Odia News.