ପିଜିଜିଏସ୍‌ର ନୂଆ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୨୮।୧: ପଲ୍‌ ଜର୍ଜ ଗ୍ଲୋବାଲ ସ୍କୁଲ ବା ପିଜିଜିଏସ୍‌ ନୂଆଦିଲ୍ଲୀକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏହି ସ୍କୁଲ ନିକଟରେ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି। ଏପରିକି ସଷ୍ଟେନେବିଲିଟି ଏଡୁକେଶନ ଆଣ୍ଡ ଏନଭାରନମେଣ୍ଟାଲ ରେସପନ୍ସିବିଲିଟି ଯୋଗୁ ପିଜିଜିଏସକୁ ଏହି ମାନ୍ୟତା ଓ ସମ୍ମାନ ମିଳିଛି। ଅପରପକ୍ଷରେ ଏହି ସ୍କୁଲ ବର୍ତ୍ତମାନ ଶତପ୍ରତିଶତ ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ଓ କାର୍ଯ୍ୟକ୍ଷମ ହେଉଛି। ଶିକ୍ଷା କ୍ଷେତ୍ରରେ ଅକ୍ଷୟ ଶକ୍ତିର ବ୍ୟବହାର ଓ ପରିବେଶ ଉପଯୋଗୀ ହୋଇଥିବାରୁ ବିଦ୍ୟାଳୟକୁ […] The post ପିଜିଜିଏସ୍‌ର ନୂଆ ମାଇଲଷ୍ଟୋନ୍‌ appeared first on Dharitri Odia News.

ପିଜିଜିଏସ୍‌ର ନୂଆ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୨୮।୧: ପଲ୍‌ ଜର୍ଜ ଗ୍ଲୋବାଲ ସ୍କୁଲ ବା ପିଜିଜିଏସ୍‌ ନୂଆଦିଲ୍ଲୀକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏହି ସ୍କୁଲ ନିକଟରେ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି। ଏପରିକି ସଷ୍ଟେନେବିଲିଟି ଏଡୁକେଶନ ଆଣ୍ଡ ଏନଭାରନମେଣ୍ଟାଲ ରେସପନ୍ସିବିଲିଟି ଯୋଗୁ ପିଜିଜିଏସକୁ ଏହି ମାନ୍ୟତା ଓ ସମ୍ମାନ ମିଳିଛି। ଅପରପକ୍ଷରେ ଏହି ସ୍କୁଲ ବର୍ତ୍ତମାନ ଶତପ୍ରତିଶତ ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ଓ କାର୍ଯ୍ୟକ୍ଷମ ହେଉଛି। ଶିକ୍ଷା କ୍ଷେତ୍ରରେ ଅକ୍ଷୟ ଶକ୍ତିର ବ୍ୟବହାର ଓ ପରିବେଶ ଉପଯୋଗୀ ହୋଇଥିବାରୁ ବିଦ୍ୟାଳୟକୁ ଏହି ମାନ୍ୟତା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଦିଲ୍ଲୀ ପୋଲିସର ଡିଜିପି ରବିନ ହିବୁଙ୍କ ସମେତ ଡ. ଗାମ୍ପି ହିବୁ, ସେଣ୍ଟ ଜର୍ଜ ଏଡୁକେଶନ ସୋସାଇଟିର ଅଧ୍ୟକ୍ଷ ଜର୍ଜ ଏମ ଜର୍ଜ, ଉପାଧ୍ୟକ୍ଷ ଆଲେକଜାଣ୍ଡର ଜର୍ଜ ମୁଥୁଟ, ନିର୍ଦ୍ଦେଶକ ଡ. ସାରା ଜର୍ଜ ସିଏ ଜର୍ଜ କୋସେ ଏବଂ ପିଜିଜିଏସର ପ୍ରିନ୍ସିପାଲ ରୋଜମେରି ଗାଏକ୍ୱାଡ ଓ ସେଣ୍ଟ ଜର୍ଜ ସ୍କୁଲର ପ୍ରିନ୍ସିପାଲ ଅଞ୍ଜଳି ମାସେ ପ୍ରମୁଖ ଉପସ୍ଥିତ ଥିଲେ।

The post ପିଜିଜିଏସ୍‌ର ନୂଆ ମାଇଲଷ୍ଟୋନ୍‌ appeared first on Dharitri Odia News.