ପିଜୁଳି ଚାଷରୁ ଆତ୍ମନିର୍ଭର । ଅନ୍ୟକୁ ଦେଇଛନ୍ତି ରୋଜଗାର ।
କନକ ବ୍ୟୁରୋ: ପିଜୁଳି ଚାଷ ଦେଇଛି ସ୍ୱାବଲମ୍ବୀ ହେବାର ନୂଆ ସୁଯୋଗ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୁଳ ପଞ୍ଚାୟତର ବ୍ରଜକିଶୋର ନାୟକ ନିଜ ବାଡ଼ିରେ ୨ ଏକର ଚାଷଜମିରେ ପିଜୁଳି ଚାଷ କରି ଉଦ୍ୟାନ କୃଷିରେ ଆତ୍ମ ନିର୍ଭରଶୀଳ ହେବାର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । ରୋଜଗାର ପାଇଁ କିଏ କେତେ ବାଟ ବାଛୁଛନ୍ତି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରୀ ଯୋଜନାରୁ ଲାଭ ଉଠାଉଛନ୍ତି ଚାଷୀ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବିରିବନ୍ଧ ଗାଁର ବ୍ରଜ କିଶୋର ନାୟକ । ଉଦ୍ୟାନ କୃଷି ବିଭାଗରୁ ପରାମର୍ଶ ନେଇ ସେ ଦୁଇ ଏକର ଜମିରେ ପିଜୁଳି ଚାଷ କରିଛନ୍ତି । ଥାଇ-ସେଭେନ ଓ ତାଇୱାନ ପିଙ୍କ୍ ନାମକ ଦୁଇଟି ପ୍ରଜାତିର ଚାରା ସେ କର୍ଣ୍ଣାଟକରୁ ଆଣି ନିଜ ବାଡ଼ିରେ ରୋପଣ କରିଥିଲେ । ୭ ମାସ ତଳେ ଲଗାଇଥିବା ପିଜୁଳି ଚାରା ଏବେ ଭଲ ଅମଳକ୍ଷମ ହୋଇଛି । ତାଙ୍କ ଜମିରୁ ଦିନକୁ ୩୦ରୁ ୪୦ କେଜି ପିଜୁଳି ତୋଳା ହେଉଛି । ସ୍ଥାନୀୟ ବଜାରରେ କିଲୋପ୍ରତି ୬୦ରୁ ୭୦ ଟଙ୍କାରେ ବିକ୍ରି କରି ଭଲ ରୋଜଗାରର କରୁଛନ୍ତି ବ୍ରଜକିଶୋର । ଏହି ଚାଷରେ ବ୍ରଜକିଶୋର ଜୈବିକ ସାର ପ୍ରୟୋଗ କରୁଛନ୍ତି । ଧାଡ଼ି ପ୍ରଣାଳୀରେ ପିଜୁଳି ଚାରା ରୋପଣ କରାଯାଇଛି । ପ୍ରତି ଚାରା ମଧ୍ୟରେ ରହିଛି ୩ ଫୁଟ ବ୍ୟବଧାନ । ସବୁଦିନ ସିଞ୍ଚନ ପ୍ରଣାଳିରେ ଗଛମୂଳରେ ଆବଶ୍ୟକତା ଅନୁସାରେ ପାଣି ଦେଉଛନ୍ତି । ଜୈବିକ ସାର ହିସାବରେ ପା

କନକ ବ୍ୟୁରୋ: ପିଜୁଳି ଚାଷ ଦେଇଛି ସ୍ୱାବଲମ୍ବୀ ହେବାର ନୂଆ ସୁଯୋଗ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୁଳ ପଞ୍ଚାୟତର ବ୍ରଜକିଶୋର ନାୟକ ନିଜ ବାଡ଼ିରେ ୨ ଏକର ଚାଷଜମିରେ ପିଜୁଳି ଚାଷ କରି ଉଦ୍ୟାନ କୃଷିରେ ଆତ୍ମ ନିର୍ଭରଶୀଳ ହେବାର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ।
ରୋଜଗାର ପାଇଁ କିଏ କେତେ ବାଟ ବାଛୁଛନ୍ତି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରୀ ଯୋଜନାରୁ ଲାଭ ଉଠାଉଛନ୍ତି ଚାଷୀ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବିରିବନ୍ଧ ଗାଁର ବ୍ରଜ କିଶୋର ନାୟକ । ଉଦ୍ୟାନ କୃଷି ବିଭାଗରୁ ପରାମର୍ଶ ନେଇ ସେ ଦୁଇ ଏକର ଜମିରେ ପିଜୁଳି ଚାଷ କରିଛନ୍ତି । ଥାଇ-ସେଭେନ ଓ ତାଇୱାନ ପିଙ୍କ୍ ନାମକ ଦୁଇଟି ପ୍ରଜାତିର ଚାରା ସେ କର୍ଣ୍ଣାଟକରୁ ଆଣି ନିଜ ବାଡ଼ିରେ ରୋପଣ କରିଥିଲେ । ୭ ମାସ ତଳେ ଲଗାଇଥିବା ପିଜୁଳି ଚାରା ଏବେ ଭଲ ଅମଳକ୍ଷମ ହୋଇଛି । ତାଙ୍କ ଜମିରୁ ଦିନକୁ ୩୦ରୁ ୪୦ କେଜି ପିଜୁଳି ତୋଳା ହେଉଛି । ସ୍ଥାନୀୟ ବଜାରରେ କିଲୋପ୍ରତି ୬୦ରୁ ୭୦ ଟଙ୍କାରେ ବିକ୍ରି କରି ଭଲ ରୋଜଗାରର କରୁଛନ୍ତି ବ୍ରଜକିଶୋର ।
ଏହି ଚାଷରେ ବ୍ରଜକିଶୋର ଜୈବିକ ସାର ପ୍ରୟୋଗ କରୁଛନ୍ତି । ଧାଡ଼ି ପ୍ରଣାଳୀରେ ପିଜୁଳି ଚାରା ରୋପଣ କରାଯାଇଛି । ପ୍ରତି ଚାରା ମଧ୍ୟରେ ରହିଛି ୩ ଫୁଟ ବ୍ୟବଧାନ । ସବୁଦିନ ସିଞ୍ଚନ ପ୍ରଣାଳିରେ ଗଛମୂଳରେ ଆବଶ୍ୟକତା ଅନୁସାରେ ପାଣି ଦେଉଛନ୍ତି ।
ଜୈବିକ ସାର ହିସାବରେ ପାଉଁଶ, ଅଙ୍ଗାର ଓ ପରିବା ଚୋପା ଦେଇ ଗଛର ଯତ୍ନ ନେବା ଦ୍ବାରା ଭଲ ଫଳ ଫଳିଛି । ତାଙ୍କ ଜମିରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ମଧ୍ୟ କାମ ପାଇଛନ୍ତି । ଏହାଦ୍ବାରା ବ୍ରଜକିଶୋର ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଛନ୍ତି । ପିଜୁଳି ଚାଷ କେବଳ ରୋଜଗାର ଦେଇ ନାହିଁ, ସବୁଜିମାରେ ପରିବେଶ ଭରି ଯାଇଛି। ପିଲାଦିନୁ ଚାଷପ୍ରତି ଥିବା ଆଗ୍ରହ ବ୍ରଜକିଶୋରଙ୍କୁ ଖୁସି ଦେଇଛି ଓ ସେ ରୋଜଗାରକ୍ଷମ ହୋଇପାରିଛନ୍ତି ।