ରାଜ୍ୟ ସରକାରଙ୍କ ହାତକୁ ଗଲା ଅତିକ ଅହମଦର ୫୦ କୋଟିର ସମ୍ପତ୍ତି
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ହତ୍ୟାକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଛି।ଆଉ ଏବେ ଅତିକ୍ର ୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରାଜ୍ୟ ସରକାରଙ୍କୁ ହସ୍ତାନ୍ତରିତ ହୋଇଛି। ଏହି ସମ୍ପତ୍ତିକୁ ସେ ନିଜର ଅପରାଧ ମାଧ୍ୟମରେ କିଣିଥିଲା। ରିପୋର୍ଟ ଅନୁଯାୟୀ, ଅହମଦ ଅପରାଧିକ ମାଧ୍ୟମରେ ୨.୩୭୭ ହେକ୍ଟର ଜମି କଣିଥିଲା, ତାହାବି ପୁଣି ରାଜମିସ୍ତ୍ରୀ ହୁବଲାଲଙ୍କ ନାଁରେ। ଆଉ ଆବଶ୍ୟକ ପଡ଼ିଲେ ଏହି ଜମିକୁ ସେ ନିଜ ନାଁରେ କରାଇନେବାକୁ ମଧ୍ୟ ହୁବଲାଲକୁ କହିଥିଲା ଅତିକ।ରିପୋର୍ଟ ଅନୁଯାୟୀ, ଏହି ସମ୍ପତ୍ତିକୁ ପୋଲିସ ଗ୍ୟାଙ୍ଗଷ୍ଟର ଆକ୍ଟ ଧାରା ୧୪ (୧) ଅନୁଯାୟୀ, ବାଜ୍ୟାପ୍ତି କରାଯାଇଥିଲା।ଆଉ ଜବାବ ଦାଖଲ ପାଇଁ ତିନି ମାସର ସମୟ ମାଗିଥିଲା। କିନ୍ତୁ ଅତିକଙ୍କ ପକ୍ଷରୁ କୌଣସି ସାକ୍ଷୀ ପ୍ରମାଣ ଦିଆଯାଇନଥିଲା। ଏହା ପରେ ପୋଲିସ କମିଶନର କୋର୍ଟଙ୍କୁ ଏହି ମାମଲାର ଫାଇଲ ଗ୍ୟାଙ୍ଗଷ୍ଟର କୋର୍ଟ ପ୍ରୟାଗରାଙ୍କୁ ପଠାଇଦେଇଥିଲେ। ମଙ୍ଗଳବାର ବିଚାରପତି ବିନୋଦ କୁମାର ଚୌରସିଆ ପୋଲିସ କମିଶନରଙ୍କ କାର୍ଯ୍ୟାନୁଷ୍ଠାନକୁ ନିରପେକ୍ଷ ଏବଂ ନ୍ୟାୟସଙ୍ଗତ ବୋଲି କହିବା ସହ ଏହି ସମ୍ପତ୍ତିକୁ ସରକାରଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ।ପୋଲିସ ଅନୁଯାୟୀ, ଅତିକ ଅହମଦଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ରୁଜୁ ମୋକଦ୍ଦମାର ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଥାନା କ୍ଷେତ୍ରରେ ହୁବଲାଲଙ୍କ ନାଁରେ ସମ୍ପତ୍ତି ରହିଛି। ପ
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ହତ୍ୟାକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଛି।ଆଉ ଏବେ ଅତିକ୍ର ୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରାଜ୍ୟ ସରକାରଙ୍କୁ ହସ୍ତାନ୍ତରିତ ହୋଇଛି। ଏହି ସମ୍ପତ୍ତିକୁ ସେ ନିଜର ଅପରାଧ ମାଧ୍ୟମରେ କିଣିଥିଲା। ରିପୋର୍ଟ ଅନୁଯାୟୀ, ଅହମଦ ଅପରାଧିକ ମାଧ୍ୟମରେ ୨.୩୭୭ ହେକ୍ଟର ଜମି କଣିଥିଲା, ତାହାବି ପୁଣି ରାଜମିସ୍ତ୍ରୀ ହୁବଲାଲଙ୍କ ନାଁରେ। ଆଉ ଆବଶ୍ୟକ ପଡ଼ିଲେ ଏହି ଜମିକୁ ସେ ନିଜ ନାଁରେ କରାଇନେବାକୁ ମଧ୍ୟ ହୁବଲାଲକୁ କହିଥିଲା ଅତିକ।
ରିପୋର୍ଟ ଅନୁଯାୟୀ, ଏହି ସମ୍ପତ୍ତିକୁ ପୋଲିସ ଗ୍ୟାଙ୍ଗଷ୍ଟର ଆକ୍ଟ ଧାରା ୧୪ (୧) ଅନୁଯାୟୀ, ବାଜ୍ୟାପ୍ତି କରାଯାଇଥିଲା।ଆଉ ଜବାବ ଦାଖଲ ପାଇଁ ତିନି ମାସର ସମୟ ମାଗିଥିଲା। କିନ୍ତୁ ଅତିକଙ୍କ ପକ୍ଷରୁ କୌଣସି ସାକ୍ଷୀ ପ୍ରମାଣ ଦିଆଯାଇନଥିଲା। ଏହା ପରେ ପୋଲିସ କମିଶନର କୋର୍ଟଙ୍କୁ ଏହି ମାମଲାର ଫାଇଲ ଗ୍ୟାଙ୍ଗଷ୍ଟର କୋର୍ଟ ପ୍ରୟାଗରାଙ୍କୁ ପଠାଇଦେଇଥିଲେ। ମଙ୍ଗଳବାର ବିଚାରପତି ବିନୋଦ କୁମାର ଚୌରସିଆ ପୋଲିସ କମିଶନରଙ୍କ କାର୍ଯ୍ୟାନୁଷ୍ଠାନକୁ ନିରପେକ୍ଷ ଏବଂ ନ୍ୟାୟସଙ୍ଗତ ବୋଲି କହିବା ସହ ଏହି ସମ୍ପତ୍ତିକୁ ସରକାରଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ।
ପୋଲିସ ଅନୁଯାୟୀ, ଅତିକ ଅହମଦଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ରୁଜୁ ମୋକଦ୍ଦମାର ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଥାନା କ୍ଷେତ୍ରରେ ହୁବଲାଲଙ୍କ ନାଁରେ ସମ୍ପତ୍ତି ରହିଛି। ପଚରାଉଚରାରେ ହୁବଲାଲ କହିଛନ୍ତି ଅତିକ ୨୦୧୫ରେ ତାଙ୍କୁ ଧମକାଇ ଏହି ଜମିକୁ ନିଜ ନାଁରେ କରିଥିଲେ। ପୋଲିସ ନଭେମ୍ବର ୨୦୨୩ରେ ଏହି ଜମିକୁ ବାଜ୍ୟାପ୍ତି କରିଥିଲେ।
କେବେ ହୋଇଥିଲା ଅତିକ୍ର ହତ୍ୟା ?
ଅତିକ ଅହମ୍ମଦର ହତ୍ୟା ଗତ ବର୍ଷ ଏପ୍ରିଲ ୧୫ରେ ହୋଇଥିଲା। ଉମେଶ ପାଲ୍ ହତ୍ୟା ମାମଲାରେ ପୋଲିସ ଗତ ବର୍ଷ ଅତିକ ଅହମଦ ଏବଂ ତାଙ୍କ ଭାଇ ଅଶରଫକୁ ରିମାଣ୍ଡରେ ନେଇଥିଲେ। ପ୍ରୟାଗରାଜରେ ଏପ୍ରିଲ ୧୫ ରାତି ପ୍ରାୟ ୧୦ଟାରେ ପୋଲିସ ଅତିକ ଏବଂ ତା’ର ଭାଇକୁ ମେଡିକାଲ ଯାଞ୍ଚ ପାଇଁ ହସ୍ପିଟାଲ ନେବାବେଳେସାମ୍ବାଦିକ ବେଶରେ ଆସିଥିବା ତିନି ହତ୍ୟାକାରୀ ଅରୁଣା ମୋର୍ଯ୍ୟା, ସନୀ ଏବଂ ଲବଲେଶ ତିଓ୍ବାରୀ, ଦୁଇ ଭାଇଙ୍କୁ ଗୁଳି ମାରି ହତ୍ୟା କରିଥିଲେ।