ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଲଗାତାର ୪ର୍ଥ ବିଜୟ, ଏବେ ପାକିସ୍ତାନ ସହ ଟକ୍କର

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନସିପ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାରତର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୩-୧ରେ ଦକ୍ଷିଣ କୋରିଆକୁ ହରାଇ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ଭାରତ ସେମିରେ ନିଜର ସ୍ଥାନ ସୁନିଶ୍ଚିତ  କରିଛି।ଦକ୍ଷିଣ କୋରିଆ ବିପକ୍ଷରେ ପ୍ରଥମ କ୍ଵାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌ରେ ନିଜର ସ୍ଥିତି ମଜବୁତ କରିଥିଲା। ତୃତୀୟ ମିନିଟ୍‌ରେ ଅରାୟଜିତ ଏବଂ ନବମ ମିନିଟ୍‌ରେ ଅଧିନାୟକ ହରମନପ୍ରୀତ ଗୋଲ୍ ଦେଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ଦକ୍ଷିଣ ଆଫ୍ରିକା ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇ ଭାରତ ସହ ଗୋଲ୍ ବ୍ୟବଧାନକୁ ହ୍ରାସ କରିଥିଲେ। ତୃତୀୟ କ୍ଵାର୍ଟରରେ ହରମନପ୍ରୀତ ଗୋଲ୍ ଦେଇ ଦଳକୁ ୩-୧ରେ ଅଗ୍ରଣୀ କରାଇଥିଲେ। #WATCH | भारत ने कोरिया को हरायाभारत 3-1 से कोरिया को हराते हुए सेमीफाइनल में प्रवेश किया।#asianchampionstrophy pic.twitter.com/joDSEQV1hv— डीडी न्यूज़ (@DDNewsHindi) September 12, 2024ଭାରତ ଏହା ପୂର୍ବରୁ ଚୀନ, ଜାପାନ ଓ ମାଲେସିଆକୁ ହରାଇ ପୂର୍ବରୁ ହିଁ ସେମି ଫାଇନାଲ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି। ଏବେ ଶନିବାର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ  ପାକିସ୍ତାନକୁ ଭେଟିବ। ପୂ

ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଲଗାତାର ୪ର୍ଥ ବିଜୟ, ଏବେ ପାକିସ୍ତାନ ସହ ଟକ୍କର

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନସିପ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାରତର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୩-୧ରେ ଦକ୍ଷିଣ କୋରିଆକୁ ହରାଇ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ଭାରତ ସେମିରେ ନିଜର ସ୍ଥାନ ସୁନିଶ୍ଚିତ  କରିଛି।

ଦକ୍ଷିଣ କୋରିଆ ବିପକ୍ଷରେ ପ୍ରଥମ କ୍ଵାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌ରେ ନିଜର ସ୍ଥିତି ମଜବୁତ କରିଥିଲା। ତୃତୀୟ ମିନିଟ୍‌ରେ ଅରାୟଜିତ ଏବଂ ନବମ ମିନିଟ୍‌ରେ ଅଧିନାୟକ ହରମନପ୍ରୀତ ଗୋଲ୍ ଦେଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ଦକ୍ଷିଣ ଆଫ୍ରିକା ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇ ଭାରତ ସହ ଗୋଲ୍ ବ୍ୟବଧାନକୁ ହ୍ରାସ କରିଥିଲେ। ତୃତୀୟ କ୍ଵାର୍ଟରରେ ହରମନପ୍ରୀତ ଗୋଲ୍ ଦେଇ ଦଳକୁ ୩-୧ରେ ଅଗ୍ରଣୀ କରାଇଥିଲେ। 




ଭାରତ ଏହା ପୂର୍ବରୁ ଚୀନ, ଜାପାନ ଓ ମାଲେସିଆକୁ ହରାଇ ପୂର୍ବରୁ ହିଁ ସେମି ଫାଇନାଲ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି। ଏବେ ଶନିବାର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ  ପାକିସ୍ତାନକୁ ଭେଟିବ। ପୂର୍ବ ମ୍ୟାଚ୍‌ରେ ମାଲେସିଆକୁ ୮-୧ରେ ହରାଇଥିଲା ଭାରତ। ନିଜର ପ୍ରଥମ ମ୍ୟାଚ୍‌ରେ ଚୀନକୁ ୩-୦ ଏବଂ ପରବର୍ତ୍ତୀ ମୁକାବିଲାରେ ଜାପାନକୁ ୫-୧ରେ ହରାଇଥିଲା ମନପ୍ରୀତ ସିଂହଙ୍କ ଭାରତୀୟ  ହକି ଦଳ।