ପିଟିଦେଲା ‘ଲକ୍ଷ୍ମୀ ବସ୍‌’, ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବିଚିକା ଗାଁର ବାଲ୍ମୀକି ମହାନନ୍ଦିଆ ଓ ପ୍ରଶାନ୍ତ ମହାନନ୍ଦିଆ କୌଣସି କାମରେ ବାଇକ୍‌ରେ ବୌଦ୍ଧ ଯାଉଥିଲେ। ତେବେ ଲମ୍ବସିରି ଛକରେ ବାଇକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ଲକ୍ଷ୍ମୀ ବସ୍‌। ଉଭୟ ଗୁରୁତର ହୋଇଥିଲେ।

ପିଟିଦେଲା ‘ଲକ୍ଷ୍ମୀ ବସ୍‌’, ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବାଇକ୍‌କୁ ପିଟିଦେଲା ‘ଲକ୍ଷ୍ମୀ ବସ୍‌’। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମଳ ବ୍ଲକ ଅନ୍ତର୍ଗତ ଲମ୍ବସିରି ଛକ ନିକଟରେ ଘଟିଛି।

ବିଚିକା ଗାଁର ବାଲ୍ମୀକି ମହାନନ୍ଦିଆ ଓ ପ୍ରଶାନ୍ତ ମହାନନ୍ଦିଆ କୌଣସି କାମରେ ବାଇକ୍‌ରେ ବୌଦ୍ଧ ଯାଉଥିଲେ। ତେବେ ଲମ୍ବସିରି ଛକରେ ବାଇକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ଲକ୍ଷ୍ମୀ ବସ୍‌। ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସରେ ଉଭୟଙ୍କୁ ଉଦ୍ଧାର କରି କଣ୍ଟାମଳ ମେଡ଼ିକାଲ୍‌ ନେଇଥିଲେ। ହେଲେ ବାଲ୍ମୀକିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏବେ ମଧ୍ୟ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ରିପୋର୍ଟ-ସୋନପୁରରୁ ରବୀନ୍ଦ୍ର ହୋତା