ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ
ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ ୪ ଆସନରେ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରାଯାଇଥିବା ବେଳେ ୧୧ ଆସନରେ ନୂଆ ମୁହଁ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ୨ ଜଣ ଏମ୍ପିଙ୍କ ଟିକେଟ କଟିଥିବା ଦେଖାଯାଇଛି। ପୁରୀ ଏମ୍ପି ପିନାକୀ ମିଶ୍ରଙ୍କ ସହ ଢ଼େଙ୍କାନାଳ ଏମ୍ପି ମହେଶ ସାହୁଙ୍କୁ ଟିକେଟ ବିଜେଡି କାଟିଛି। ଏହି ଦୁଇ ଆସନରେ […] The post ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ appeared first on Dharitri Odia News.
ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ ୪ ଆସନରେ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରାଯାଇଥିବା ବେଳେ ୧୧ ଆସନରେ ନୂଆ ମୁହଁ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ୨ ଜଣ ଏମ୍ପିଙ୍କ ଟିକେଟ କଟିଥିବା ଦେଖାଯାଇଛି।
ପୁରୀ ଏମ୍ପି ପିନାକୀ ମିଶ୍ରଙ୍କ ସହ ଢ଼େଙ୍କାନାଳ ଏମ୍ପି ମହେଶ ସାହୁଙ୍କୁ ଟିକେଟ ବିଜେଡି କାଟିଛି। ଏହି ଦୁଇ ଆସନରେ ଅରୁପ ପଟ୍ଟନାୟକ ଏବଂ ଅବିନାଶ ସାମଲ ଲୋକ ସଭା ନିର୍ବାଚନ ଲଢ଼ିବେ।
ସୂଚନାଯୋଗ୍ୟ, କଟକ ଏମ୍ପି ଭର୍ତ୍ତୁହରି ମହତାବ ଦଳରୁ ଇସ୍ତଫା ଦେବା ପରେ ଏବେ କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ସନ୍ତୃପ୍ତ ମିଶ୍ର ଲଢ଼ିବେ। ତାଙ୍କ ବ୍ୟତିତ ଯାଜପୁର ଏମ୍ପି ଶର୍ମିଷ୍ଠା ସେଠୀ, ଜଗତସିଂହପୁର ଏମ୍ପି ରାଜଶ୍ରୀ ମଲ୍ଲିକ, କନ୍ଧମାଳ ଏମ୍ପି ଅଚ୍ୟୁତ ସାମନ୍ତଙ୍କ ଉପରେ ଦଳ ପୁନର୍ବାର ଭରସା କରିଛି। ଏହି ୩ ନେତାଙ୍କୁ ପୁଣିଥରେ ଲୋକ ସଭା ଟିକେଟ ମିଳିଛି।
The post ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ appeared first on Dharitri Odia News.