ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା
ଛତ୍ରପୁର, ୨୩।୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ସୋରଡ଼ାରେ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ଜଳକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୬ ତାରିଖରୁ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ପଦଯାତ୍ରା ରବିବାର ଛତ୍ରପୁର ବ୍ଲକରେ ପହଞ୍ଚିଛି। ପରେ ପଦଯାତ୍ରାକୁ କୃଷକ ସଂଗଠନ, ଚାଷୀ, ସରପଞ୍ଚ ଓ ସମିତିସଭ୍ୟ ପକ୍ଷରୁ ସ୍ବାଗତ କରାଯାଇଛି। ରାଜ୍ୟ ସରକାର […] The post ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା appeared first on Dharitri Odia News.
ଛତ୍ରପୁର, ୨୩।୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ସୋରଡ଼ାରେ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ଜଳକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୬ ତାରିଖରୁ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ପଦଯାତ୍ରା ରବିବାର ଛତ୍ରପୁର ବ୍ଲକରେ ପହଞ୍ଚିଛି। ପରେ ପଦଯାତ୍ରାକୁ କୃଷକ ସଂଗଠନ, ଚାଷୀ, ସରପଞ୍ଚ ଓ ସମିତିସଭ୍ୟ ପକ୍ଷରୁ ସ୍ବାଗତ କରାଯାଇଛି।
ରାଜ୍ୟ ସରକାର ଛତ୍ରପୁର ଠାରେ ଥିବା ଶିଳ୍ପ କୁ ପାଣି ଯୋଗାଇ ଦେବାକୁ ଡ୍ୟାମ ନିର୍ମାଣ ଯୋଜନା କରୁଥିବାବେଳେ ଏହାଦ୍ବାରା ତଳିଆ ଅଞ୍ଚଳର ଜନସାଧାରଣ ଜଳ ନ ପାଇ ବେଶ ପ୍ରଭାବିତ ହେବାର ଆଶଙ୍କା ରହିଥିବା ଏଠାରେ କୁହାଯାଇଥିଲା। ପଦଯାତ୍ରାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ଭାଲ ଚନ୍ଦ୍ର ଷଡଙ୍ଗୀ, ଋଷିକୂଲ୍ୟା ରଯତ ମହାସଂଘ ସମ୍ପାଦକ ସୀମାଞ୍ଚଳ ନାହାକ ସମେତ ଶତାଧିକ କୃଷକ ଓ ଜନସାଧାରଣ ସାମିଲ ହୋଇଥିଲେ। ଜଳବାୟୁରେ ପରିବର୍ତ୍ତନ ଯୋଗୁ ଋଷିକୂଲ୍ୟା ନଦୀ ଶୁଷ୍କ ହୋଇଯାଇଛି। ଏପଟେ ରାଜ୍ୟ ସରକାର ଡ୍ୟାମ ର୍ନିମାଣ କରି ପାଣିକୁ ଅଟକାଇଲେ ନଦୀର ତଳିଆ ଅଞ୍ଚଳର ଜନବସତି ଉପରେ ଏହାର ପ୍ରଭାବ ପଡ଼ିବ।ଏହାକୁ ପ୍ରତିହତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ସଭାରେ କୁହାଯାଇଥିଲା।
ରବିବାର ବଡମାଧପୁର ଓ ପୋଟଲାମପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପଦଯାତ୍ରାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଉଦ୍ବୋଧନ ଦେଇ ସଚେତନତା କରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ବଡମାଧାପୁର ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ.ଯୁଧିଷ୍ଠିର ରେଡ୍ଡୀ, ଶିବରଞ୍ଜନ ସାହୁ, ମହେନ୍ଦ୍ର ଗୌଡ, ପଂଚାୟତ ନେତା ଶିବଶଙ୍କର ସେଠୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ,ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ବୁନାଥ ସ୍ବାଇଁ, ଚାଷୀନେତା ରାଜେନ୍ଦ୍ର ନାହାକ, ସନ୍ୟାସୀ ସ୍ବାଇଁ, ରଞ୍ଜନ ସେଠୀ, ଲଡୁକିଶୋର ପ୍ରଧାନ, ଶତ୍ରୁଘ୍ନ ବିଶ୍ୱାଳ, ରାଜେନ୍ଦ୍ର ନାହାକଙ୍କ ବହୁ ଜନସାଧାରଣ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
The post ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା appeared first on Dharitri Odia News.