ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦୁବାଇ,୧୦।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ ପିଲାଙ୍କ ପରି ନାଚିଥିଲେ। ଭାରତ ନ୍ୟୁଜିଲାଣ୍ଡ ଦେଇଥିବା ୨୫୨ ରନର ଟାର୍ଗେଟକୁ ୬ ବଲ ବାକି ଥାଇ ହାସଲ କରି ୪ ଉଇକେଟରେ ଐତିହାସିକ ବିଜୟ ହାସଲ କରିଛି। ଗାଭାସ୍କରଙ୍କ ନୃତ୍ୟର ଭିଡିଓ ଭାଇରାଲ ହେଉଛି। ସୁନୀଲ ଗାଭାସ୍କର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ କମେଣ୍ଟ୍ରି ପ୍ୟାନେଲର ଅଂଶ ଥିଲେ। ଭାରତ […] The post ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ appeared first on Dharitri Odia News.

ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦୁବାଇ,୧୦।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ ପିଲାଙ୍କ ପରି ନାଚିଥିଲେ। ଭାରତ ନ୍ୟୁଜିଲାଣ୍ଡ ଦେଇଥିବା ୨୫୨ ରନର ଟାର୍ଗେଟକୁ ୬ ବଲ ବାକି ଥାଇ ହାସଲ କରି ୪ ଉଇକେଟରେ ଐତିହାସିକ ବିଜୟ ହାସଲ କରିଛି। ଗାଭାସ୍କରଙ୍କ ନୃତ୍ୟର ଭିଡିଓ ଭାଇରାଲ ହେଉଛି।

ସୁନୀଲ ଗାଭାସ୍କର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ କମେଣ୍ଟ୍ରି ପ୍ୟାନେଲର ଅଂଶ ଥିଲେ। ଭାରତ ଫାଇନାଲ ଜିତିବା ପରେ ସେ ନିଜ ଖୁସିକୁ ନିୟନ୍ତ୍ରଣ କରିପାରି ନ ଥିଲେ। ରୋହିତ ଶର୍ମା, ବିରାଟ କୋହଲି ଏବଂ ଦଳ ଟ୍ରଫି ସହିତ ଉତ୍ସବ ପାଳନ କରୁଥିଲେ ଏବଂ ସେମାନଙ୍କ ଆଗରେ ସୁନୀଲ ଗାଭାସ୍କର ପିଲାଙ୍କ ଭଳି ନାଚିବା ଆରମ୍ଭ କଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗାଭାସ୍କର ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ବଡ଼ କ୍ରିକେଟରଙ୍କ ଦୁର୍ବଳତା ବିଷୟରେ ଆଲୋଚନା କରିବାକୁ ଭୟ କରନ୍ତି ନାହିଁ, ସେ ଖୋଲାଖୋଲି ସମାଲୋଚନା ମଧ୍ୟ କରନ୍ତି।

The post ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ appeared first on Dharitri Odia News.