ପିଲାଦିନୁ ମା' ଙ୍କୁ ହରାଇ ବଡ ଭଉଣୀ କୋଳରେ ହୋଇଥିଲେ ବଡ ; ଭାରତୀୟ ଅର୍ଥନୀତି ସଂସ୍କାରର ଭୀଷ୍ମପିତାମହ

କନକ ବ୍ୟୁରୋ : ପାକିସ୍ତାନରେ ଜନ୍ମ, ବିଲାତରେ ପାଠପଢା କିନ୍ତୁ ନିଜ କାନ୍ଧରେ ଉଠାଇଥିଲେ ଭାରତର ଭାର । ଭାରତର ମହାନ ଜନନେତା ତଥା ୧୩ତମ ପ୍ରଧାନମନ୍ତ୍ରୀ ଥିଲେ ଡ. ମନମୋହନ ସିଂସ । ୯୨ ବର୍ଷ ବୟସରେ ୨୬ ଡିସେମ୍ବର ୨୦୨୪ ରାତି ୯ଟା ବାଜି ୫୧ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଆଜି ନିରବୀ ଯାଇଛି ଦେଶ, ନିରବୀ ଯାଇଛି ଭାରତୀୟ ରାଜନୀତି । ସ୍ତବ୍ଧ ହୋଇଛନ୍ତି ଦେଶବାସୀ, ଅଭିମାନ କରିଛି ଅର୍ଥନୀତି... ମନମୋହନଙ୍କ ଜୀବନ ସଂଘର୍ଷ, ପରିଶ୍ରମ ଓ ସେବାର ମସାଲ ସବୁବେଳେ ଜଳୁଥିବ । ନିଜର ଶାନ୍ତ ସ୍ବଭାବ, ସରଳ ବ୍ୟକ୍ତିତ୍ୱ, ଅଗାଧ ଜ୍ଞାନ ଓ ଅଦ୍ୱିତୀୟ ରାଜନୈତୀକ ଯାତ୍ରା ପାଇଁ ଲୋକପ୍ରିୟତା ପାଇଥିବା ଏହି ମହାନ ରାଜନେତା ଦେଶକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗରେ ଦିଶା ଦେଖାଇଥିଲେ ।  ମନମୋହନଙ୍କ ଜନ୍ମ ୨୬ ସେପ୍ଟେମ୍ୱର ୧୯୩୨ ପାକିସ୍ତାନର ଗାହ ଗାଁରେ ହୋଇଥିଲା । ତାଙ୍କ ପିଲାବେଳ ଅନେକ ବାଧା ବିଘ୍ନ ମଧ୍ୟରେ ଗତି କରିଥିଲା । ଶୈଶବ ଅବସ୍ଥାରୁ ମା ଅମୃତ କୌରଙ୍କୁ ହରାଇଥିବା ମନମୋହନଙ୍କୁ ତାଙ୍କ ବଡ ଭଉଣୀ ଲାଳନ ପାଳନ କରି ବଡ କରିଥିଲେ । ଦେଶ ବିଭାଜନ ପରେ ସେ ତାଙ୍କ ପରିବାର ସହିତ ଭାରତ ଆସି ପଞ୍ଜାବ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଅଧ୍ୟୟନ କରିଥିଲେ । ପିଲାବେଳୁ ହିଁ ସେ ଜଣେ ମେଧାବୀ ଛାତ୍ର ଥିଲେ,ଶିକ୍ଷା ପ୍ରତି ତାଙ୍କର ଅନାବିଳ ପ୍ରେମ ଥିଲା । ପ୍ରଚଣ୍ଡ ଜ୍ଞାନୀ ଡ. ସିଂସ ବହୁ ବାଧା ବ

ପିଲାଦିନୁ ମା' ଙ୍କୁ ହରାଇ ବଡ ଭଉଣୀ କୋଳରେ ହୋଇଥିଲେ ବଡ ; ଭାରତୀୟ ଅର୍ଥନୀତି ସଂସ୍କାରର ଭୀଷ୍ମପିତାମହ

କନକ ବ୍ୟୁରୋ : ପାକିସ୍ତାନରେ ଜନ୍ମ, ବିଲାତରେ ପାଠପଢା କିନ୍ତୁ ନିଜ କାନ୍ଧରେ ଉଠାଇଥିଲେ ଭାରତର ଭାର । ଭାରତର ମହାନ ଜନନେତା ତଥା ୧୩ତମ ପ୍ରଧାନମନ୍ତ୍ରୀ ଥିଲେ ଡ. ମନମୋହନ ସିଂସ । ୯୨ ବର୍ଷ ବୟସରେ ୨୬ ଡିସେମ୍ବର ୨୦୨୪ ରାତି ୯ଟା ବାଜି ୫୧ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଆଜି ନିରବୀ ଯାଇଛି ଦେଶ, ନିରବୀ ଯାଇଛି ଭାରତୀୟ ରାଜନୀତି । ସ୍ତବ୍ଧ ହୋଇଛନ୍ତି ଦେଶବାସୀ, ଅଭିମାନ କରିଛି ଅର୍ଥନୀତି...

7gfhkju

ମନମୋହନଙ୍କ ଜୀବନ ସଂଘର୍ଷ, ପରିଶ୍ରମ ଓ ସେବାର ମସାଲ ସବୁବେଳେ ଜଳୁଥିବ । ନିଜର ଶାନ୍ତ ସ୍ବଭାବ, ସରଳ ବ୍ୟକ୍ତିତ୍ୱ, ଅଗାଧ ଜ୍ଞାନ ଓ ଅଦ୍ୱିତୀୟ ରାଜନୈତୀକ ଯାତ୍ରା ପାଇଁ ଲୋକପ୍ରିୟତା ପାଇଥିବା ଏହି ମହାନ ରାଜନେତା ଦେଶକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗରେ ଦିଶା ଦେଖାଇଥିଲେ । 

1thytij

ମନମୋହନଙ୍କ ଜନ୍ମ ୨୬ ସେପ୍ଟେମ୍ୱର ୧୯୩୨ ପାକିସ୍ତାନର ଗାହ ଗାଁରେ ହୋଇଥିଲା । ତାଙ୍କ ପିଲାବେଳ ଅନେକ ବାଧା ବିଘ୍ନ ମଧ୍ୟରେ ଗତି କରିଥିଲା । ଶୈଶବ ଅବସ୍ଥାରୁ ମା ଅମୃତ କୌରଙ୍କୁ ହରାଇଥିବା ମନମୋହନଙ୍କୁ ତାଙ୍କ ବଡ ଭଉଣୀ ଲାଳନ ପାଳନ କରି ବଡ କରିଥିଲେ । ଦେଶ ବିଭାଜନ ପରେ ସେ ତାଙ୍କ ପରିବାର ସହିତ ଭାରତ ଆସି ପଞ୍ଜାବ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଅଧ୍ୟୟନ କରିଥିଲେ । ପିଲାବେଳୁ ହିଁ ସେ ଜଣେ ମେଧାବୀ ଛାତ୍ର ଥିଲେ,ଶିକ୍ଷା ପ୍ରତି ତାଙ୍କର ଅନାବିଳ ପ୍ରେମ ଥିଲା । ପ୍ରଚଣ୍ଡ ଜ୍ଞାନୀ ଡ. ସିଂସ ବହୁ ବାଧା ବିଘ୍ନ ସତ୍ତ୍ବେ ପାଠପଢାକୁ ସଦା ସର୍ବଦା ଗୁରୁତ୍ବ ଦେଉଥିଲେ । 

13fjyhkuiol

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକ ଏବଂ ସ୍ନାତ୍ତକୋତର ଶେଷ କରିବା ପରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଅନର୍ସରେ ଡିଗ୍ରୀ ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଡି.ଫିଲ୍ ଉପାଧି ପ୍ରାପ୍ତ କରିଥିଲେ । ତାଙ୍କ ରଚିତ ପୁସ୍ତକ 'ଇଣ୍ଡିଆଜ୍ ଏକ୍ସପୋର୍ଟ ଟ୍ରେଣ୍ଡସ୍' ଏବଂ 'ପ୍ରୋସପେକଟ ଫର ସେଲ୍ଫ ସସଟେଣ୍ଡ ଗ୍ରୋଥ୍‌'  ଭାରତର ଆଭ୍ୟନ୍ତରୀଣ ବାଣିଜ୍ୟ ନୀତିର ପ୍ରଥମ ଏବଂ ସଠିକ ଆଲୋଚିତ ବୋଲି ବିବେଚନା କରାଯାଏ ।

14yuiku

୧୯୭୧ରେ ସେ ବାଣିଜ୍ୟ ମନ୍ତ୍ରାଣାଳୟ ପରାମର୍ଶଦାତା ,୧୯୭୨ରେ ମୂଖ୍ୟ ଅର୍ଥନୈତିକ ପରାମର୍ଶଦାତା, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର , ପ୍ରଧାନନ୍ତ୍ରୀଙ୍କ ଅର୍ଥନୈତିକ ମୂଖ୍ୟ ପରାମର୍ଶଦାତା ଏବଂ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ରହି କାର୍ଯ୍ୟ ଭାର ସମ୍ଭାଳିଥିଲେ ମନମୋହନ । ପତ୍ନୀ ଗୁରଶରଣ କୌର ଓ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର ଥିଲା ସତ କିନ୍ତୁ ସେ ପରିବାର ଅପେକ୍ଷା ଦେଶର ଉନ୍ନତି ଦିଗରେ ସଦା ସର୍ବଦା ଚିନ୍ତା କରୁଥିଲେ । ଅର୍ଥନୀତିଜ୍ଞ ଭାବରେ କ୍ୟାରିୟର ଆରମ୍ଭ କରିଥିବା ମନମୋହନ ଦେଶର ସର୍ବୋଚ୍ଚ ଆର୍ଥିକ ପଦବୀରେ ରହି କାର୍ୟ୍ୟ କରିଥିଲେ । ୧୯୯୧ରେ ପିଭି ନରସିଂହ ରାଓଙ୍କ ସରକାର ସମୟରେ ସେ ଅର୍ଥମନ୍ତ୍ରୀ ହେବାପରେ ଭାରତକୁ ଏକ ଭୟଙ୍କର ଆର୍ଥିକ ସଙ୍କଟରୁ ମୁକୁଳାଇଥିଲେ । ଯାହାକି ତାଙ୍କ କାର୍ୟ୍ୟକାଳର ଶ୍ରେଷ୍ଠ ଏବଂ ସର୍ବୋତ୍ତମ ସଫଳତା ଥିଲା । 

gklk

୨୦୦୪ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାର ପରେ ଆସିଥିଲା ଭାରତ ପାଇଁ ଏକ ସ୍ମରଣୀୟ ବା ସ୍ବର୍ଣ୍ଣିମ ଦିନ । ୧୨ ମେ ୨୦୦୪.... ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେଲେ ସର୍ଦ୍ଦାର ମନମୋହନ ସିଂହ । ତାଙ୍କ ନେତୃତ୍ବ ଭାରତକୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିଥିଲା । ୧୯୯୧ ଐତିହାସିକ ଆର୍ଥିକ ସୁଧାରକୁ ଆଧାର କରି ବିଶ୍ବବଜାରରେ ଜଗତିକରଣ ଦିଗରେ ଭାରତୀୟ ବଜାର ଖୋଲିଲା । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ-ଆମେରିକା ପରମାଣୁ ଚୁକ୍ତିକୁ ଆଗକୁ ବଢାଇଥିଲେ । ୩୩ ବର୍ଷ ପର୍ୟ୍ୟନ୍ତ ରାଜ୍ୟ ସଭାର ସଦସ୍ୟ ରହିଥିଲେ ମନମୋହନ । ୨୦୨୪ରେ ରାଜସ୍ଥାନର ପ୍ରତିନିଧିତ୍ବ କରିବା ସହ ରାଜନୈତିକ ଇନିଂସ ଶେଷ କରିଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ସବୁ ସମସ୍ୟାକୁ ପାର କରି ସେ ଦେଶକୁ ସୁରକ୍ଷା ଦେଇଥିଲେ । 

ନିଜର ସରଳତା ଓ ସଚ୍ଚୋଟତା ପାଇଁ ସେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ । ସେଥିପାଇଁ ତାଙ୍କୁ ବହୁ ଥର ମିଷ୍ଟର 'କ୍ଲିନ' ମଧ୍ୟ କୁହାଯାଏ । ମନମୋହନ- କେବଳ ଏକ ନାଁ ନୁହେଁ ଭାରତୀୟ ଅର୍ଥନୀତି ସଂସ୍କାରର ଭୀଷ୍ମପିତାମହ । ଯାହାଙ୍କୁ କେବେ ଭୁଲିପାରିବନି ଦେଶ... ମିସ୍ ୟୁ ମନମୋହନ...