ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ
ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ। ଭାଜପା ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରାଯିବ। ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲାଗଲା, ଚାଷୀ ଧାନ ଏବେ ୩୧୦୦ ଟଙ୍କାରେ ବିକିବେ ଏବଂ ସୁଭଦ୍ରା ଯୋଜନାରେ ମହିଳାମାନେ ଲାଭ ପାଇବାକୁ ଯାଉଛନ୍ତି। ସରକାରୀ ଯୋଜନାରେ ପିସି ଦେବା ଓ ନେବା ଉଭୟ ଲୋକ ଦଳରୁ ବିଦା ହେବେ ବୋଲି […] The post ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ appeared first on Dharitri Odia News.
ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ। ଭାଜପା ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରାଯିବ। ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲାଗଲା, ଚାଷୀ ଧାନ ଏବେ ୩୧୦୦ ଟଙ୍କାରେ ବିକିବେ ଏବଂ ସୁଭଦ୍ରା ଯୋଜନାରେ ମହିଳାମାନେ ଲାଭ ପାଇବାକୁ ଯାଉଛନ୍ତି। ସରକାରୀ ଯୋଜନାରେ ପିସି ଦେବା ଓ ନେବା ଉଭୟ ଲୋକ ଦଳରୁ ବିଦା ହେବେ ବୋଲି ଭାଜପା ପକ୍ଷରୁ ରଜ ମହୋତ୍ସବ ଅବସରରେ ଯୋଗଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଶନିବାର ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଅନୁଷ୍ଠିତ ଏହି ମହୋତ୍ସବରେ ଭାଜପାର ବରିଷ୍ଠ ନେତା ଅଜୟ ନାୟକ ଯୋଗଦେଇ କହିଥିଲେ, ବିଜେଡି ଶାସନ କାଳରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ କରାଯିବ। ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ନୃସିଂହନାଥ ହାଇସ୍କୁଲରେ ୧ କୋଟି ୧୯ ଲକ୍ଷ ଟଙ୍କା ଖାଲି ରଙ୍ଗ ମରାଯାଇ ଚଳୁ କରାଯାଇଛି। ଆରଡ଼ି ପୀଠରେ ଶିବଗଙ୍ଗା ପୋଖରୀ ଆଦି ଦୁର୍ନୀତିର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
The post ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ appeared first on Dharitri Odia News.