ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ିର ସମୂହ ଦୀପଦାନ

ବୁଗୁଡା,୨୩।୬(କାଳିଚରଣଦାଶ): ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରସ୍ତାବ କ୍ରମେ ବୁଗୁଡ଼ା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଓ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସ୍ଥାନୀୟ ବଳଦେବ ସାମୀ ଏବଂ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ସାମୂହିକ ଦୀପଦାନ ପୂର୍ବକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ବିଜେଡ଼ି ସଭାପତି […] The post ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ିର ସମୂହ ଦୀପଦାନ appeared first on Dharitri Odia News.

ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ିର ସମୂହ ଦୀପଦାନ

ବୁଗୁଡା,୨୩।୬(କାଳିଚରଣଦାଶ): ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରସ୍ତାବ କ୍ରମେ ବୁଗୁଡ଼ା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଓ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସ୍ଥାନୀୟ ବଳଦେବ ସାମୀ ଏବଂ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ସାମୂହିକ ଦୀପଦାନ ପୂର୍ବକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଖଦାଳ ଖଟେଇ, କାର୍ଯ୍ୟକାରୀ ସଭାପତି କବିରାଜ ଗୌଡ, ନଗର ସଭାପତି କେ.ତ୍ରିଲୋଚନ ଦୋରା, ସମ୍ପାଦକ ଅମରେନ୍ଦ୍ର ସେନାପତି, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଦାଶ, ଜିଲା ପରିଷଦ ସଦସ୍ୟା ସମିତା ସ୍ବାଇଁ, ଜିତେନ୍ଦ୍ର ନାୟକ, ଭାଗ୍ୟଲକ୍ଷ୍ମୀ ରାଉତ, କିଶୋର ଚନ୍ଦ୍ର ବେହେରା, ଗୋପୀନାଥ ସ୍ବାଇଁ, ରାମଚନ୍ଦ୍ର ନାହାକ, ରମଣ ନାହାକ,ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ଅଞ୍ଚଳର ବହୁ ଜନପ୍ରତିନିଧି ଏବଂ ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହି ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

The post ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ିର ସମୂହ ଦୀପଦାନ appeared first on Dharitri Odia News.