ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ଆକ୍ସନ, ୫ କଂଗ୍ରେସ କର୍ମୀ ବହିଷ୍କୃତ

ଭୁବନେଶ୍ବର: ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣା। ୫ କଂଗ୍ରେସ କର୍ମୀ ଦଳରୁ ବହିଷୃତ। ବହିଷ୍କୃତ ହୋଇଥିବା କର୍ମୀଙ୍କ ହେଉଛନ୍ତି ପ୍ରକାଶ ମିଶ୍ର, ଶ୍ରୀୟସ୍ମିତା ପଣ୍ଡା, ଆର୍ଯ୍ୟନ ସାସମଲ, ସନ୍ଦୀ ରାଉତରାୟ, ଅମରେଶ ପରିଡ଼ା ବହିଷ୍କୃତ। ସୂଚନାଥାଉକି, ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିଲେ କିଛି କର୍ମୀ। କଂଗ୍ରେସ ଭବନରେ ପଶି କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ କରିଥିଲେ କାଳିମାଡ଼। ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି ଏହି କର୍ମୀମାନେ ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିବା ଜଣାପଡ଼ିଥିଲା।ଏମିତିକି ଏହି କର୍ମୀମାନେ ପିସିସି ସଭାପତିଙ୍କ ବିରୋଧରେ ନାରାବାଜି ମଧ୍ୟ କରୁଥିଲେ। ଘଟଣାରେ ପ୍ରତିକ୍ରିୟା ରଖି ପିସିସି ସଭାପତି କହିଥିଲେ ‘‘ କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି । କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି ଯାଇଛନ୍ତି, ସେସବୁ ଖାତିର କରେନି ।

ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ଆକ୍ସନ, ୫ କଂଗ୍ରେସ କର୍ମୀ ବହିଷ୍କୃତ

ଭୁବନେଶ୍ବର: ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣା। ୫ କଂଗ୍ରେସ କର୍ମୀ ଦଳରୁ ବହିଷୃତ। ବହିଷ୍କୃତ ହୋଇଥିବା କର୍ମୀଙ୍କ ହେଉଛନ୍ତି ପ୍ରକାଶ ମିଶ୍ର, ଶ୍ରୀୟସ୍ମିତା ପଣ୍ଡା, ଆର୍ଯ୍ୟନ ସାସମଲ, ସନ୍ଦୀ ରାଉତରାୟ, ଅମରେଶ ପରିଡ଼ା ବହିଷ୍କୃତ। 

ସୂଚନାଥାଉକି, ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିଲେ କିଛି କର୍ମୀ। କଂଗ୍ରେସ ଭବନରେ ପଶି କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ କରିଥିଲେ କାଳିମାଡ଼। ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି ଏହି କର୍ମୀମାନେ ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିବା ଜଣାପଡ଼ିଥିଲା।ଏମିତିକି ଏହି କର୍ମୀମାନେ ପିସିସି ସଭାପତିଙ୍କ ବିରୋଧରେ ନାରାବାଜି ମଧ୍ୟ କରୁଥିଲେ। 

ଘଟଣାରେ ପ୍ରତିକ୍ରିୟା ରଖି ପିସିସି ସଭାପତି କହିଥିଲେ ‘‘ କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି । କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି ଯାଇଛନ୍ତି, ସେସବୁ ଖାତିର କରେନି ।