ଭିନେଶ ଫୋଗାଟଙ୍କ ଧମାକାଦାର ବିଜୟ, ସେମିରେ ପ୍ରବେଶ

ପ୍ୟାରିସ: ଭାରତର ତାରକା ରେସଲର ଭିନେଶ ଫୋଗାଟ କୁସ୍ତିରେ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ କ୍ଵାର୍ଟର ଫାଇନାଲ୍‌ରେ ୟୁକ୍ରେନର ଓକ୍ସାନା ଲିଭାଚକୁ ୭-୫ରେ ହରାଇଛନ୍ତି। ତାଙ୍କ ଚାଲ୍ ଆଗରେ ଲିଭାଚ ତିଷ୍ଠି ପାରି ନାହାନ୍ତି। ପ୍ରତିପକ୍ଷ ୟୁକ୍ରେନ ଖେଳାଳି ଫୋଗାଟଙ୍କୁ ରୋକିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ଭିନେଶ ମ୍ୟାଚ୍‌କୁ ଜିତି ସେମିରେ ପହଞ୍ଚିଛନ୍ତି। ଆଜି ରାତି ୧୦ଟା ୧୫ ମିନିଟରେ ଗୁଜମାନ ଲୋପେଜଙ୍କ ସହ ସେମି ଫାଇନାଲ୍‌ ମୁକାବିଲା ହେବ। Also read: ପ୍ୟାରିସ୍ ଅଲିମ୍ପିକ୍ସ: ସିଜିନ୍ ବେଷ୍ଟ ଥ୍ରୋ’ ସହ ଫାଇନାଲରେ ନୀରଜ ଚୋପ୍ରା, ପ୍ରଥମ ପ୍ରୟାସରେ ଭାଙ୍ଗିଲେ ବଡ଼ ରେକର୍ଡଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ହିଁ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କୁ ହରାଇଥିଲେ ଭିନେଶ। ଏହି ତାରକା ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ମୁକାବିଲାରେ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ହରାଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲେ। ୪ ଥରର ବିଶ୍ଵ ଚାମ୍ପିଅନ ସୁସାକି ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଜାପାର ଏହି ପହିଲମାନଙ୍କ ଅନ୍ତର୍ଜାତୀୟ କୁସ୍ତିରେ ପ୍ରଥମ ପରାଜୟ ଭୋଗିଛନ୍ତି। ତାଙ୍କୁ ହରାଇ ଭିନେଶ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭିନେଶଙ୍କ ବିପକ୍ଷରେ ଶେଷ କିଛି ସେକେଣ୍ଡ ପୂର୍ବରୁ ସୁସାକି ୨-୦ରେ ଅଗ୍ରଣୀ ହାସଲ କରିଥିଲେ। ନିଜର ତୃତୀୟ ଅଲିମ୍ପିକ୍ସ

ଭିନେଶ ଫୋଗାଟଙ୍କ ଧମାକାଦାର ବିଜୟ, ସେମିରେ ପ୍ରବେଶ

ପ୍ୟାରିସ: ଭାରତର ତାରକା ରେସଲର ଭିନେଶ ଫୋଗାଟ କୁସ୍ତିରେ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ କ୍ଵାର୍ଟର ଫାଇନାଲ୍‌ରେ ୟୁକ୍ରେନର ଓକ୍ସାନା ଲିଭାଚକୁ ୭-୫ରେ ହରାଇଛନ୍ତି। ତାଙ୍କ ଚାଲ୍ ଆଗରେ ଲିଭାଚ ତିଷ୍ଠି ପାରି ନାହାନ୍ତି। ପ୍ରତିପକ୍ଷ ୟୁକ୍ରେନ ଖେଳାଳି ଫୋଗାଟଙ୍କୁ ରୋକିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ଭିନେଶ ମ୍ୟାଚ୍‌କୁ ଜିତି ସେମିରେ ପହଞ୍ଚିଛନ୍ତି। ଆଜି ରାତି ୧୦ଟା ୧୫ ମିନିଟରେ ଗୁଜମାନ ଲୋପେଜଙ୍କ ସହ ସେମି ଫାଇନାଲ୍‌ ମୁକାବିଲା ହେବ। 

Also read: ପ୍ୟାରିସ୍ ଅଲିମ୍ପିକ୍ସ: ସିଜିନ୍ ବେଷ୍ଟ ଥ୍ରୋ’ ସହ ଫାଇନାଲରେ ନୀରଜ ଚୋପ୍ରା, ପ୍ରଥମ ପ୍ରୟାସରେ ଭାଙ୍ଗିଲେ ବଡ଼ ରେକର୍ଡ

ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ହିଁ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କୁ ହରାଇଥିଲେ ଭିନେଶ। ଏହି ତାରକା ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ମୁକାବିଲାରେ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ହରାଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲେ। ୪ ଥରର ବିଶ୍ଵ ଚାମ୍ପିଅନ ସୁସାକି ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଜାପାର ଏହି ପହିଲମାନଙ୍କ ଅନ୍ତର୍ଜାତୀୟ କୁସ୍ତିରେ ପ୍ରଥମ ପରାଜୟ ଭୋଗିଛନ୍ତି। ତାଙ୍କୁ ହରାଇ ଭିନେଶ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭିନେଶଙ୍କ ବିପକ୍ଷରେ ଶେଷ କିଛି ସେକେଣ୍ଡ ପୂର୍ବରୁ ସୁସାକି ୨-୦ରେ ଅଗ୍ରଣୀ ହାସଲ କରିଥିଲେ। 

ନିଜର ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଭିନେଶ ନିଜ ଅନୁଭବର ପୁରା ଉପଯୋଗ କରି ଶେଷ ପାଞ୍ଚ ସେକେଣ୍ଡରେ ଜାପାନର ଚାମ୍ପିଅନ ପହିଲମାନଙ୍କୁ ଟେକଡାଉନ କରି ଦୁଇ ଅଙ୍କ ହାସଲ କରିବାରେ ସଫଳ ରହିଛି। ଜାପାନର ଦଳ ଏହା ବିପକ୍ଷରେ ଅପିଲ କରିଥିଲେ ମଧ୍ୟ ଭିଡିଓ ରିପ୍ଲେ ଦେଖିବା ପରେ ଏହାକୁ ଖାରଜ କରିଥିଲେ ଏବଂ ଭିନେଶକୁ ଆଉ ଏକ ପଏଣ୍ଟ ମିଳିଥିଲା। ଶେଷରେ ସେ ମ୍ୟାଚ୍‌କୁ ୩-୨ରେ ଜିତି ନେଇଥିଲେ।