ପୀଠାଖାଇ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତ ଅଟକ
ନୟାଗଡ : ଫତେଗଡ ଥାନା ଅଂଚଳରେ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତ 20 ତାରିଖ ସନ୍ଧ୍ୟା ସମୟରେ ୨ ପ୍ରେମୀ ଯୁଗଳ ଫତେଗଡ଼ ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ଫେରିବା ସମୟରେ ଫତେଗଡ଼ ନିକଟ ପୀଠାଖାଇ ଜଙ୍ଗଲରେ ୩ ଅସାମାଜିକ ଯୁବକ ଅଟକାଇଥିଲେ । ପୁରୁଷ ବନ୍ଧୁକୁ ମାଡ ମାରି ଜଙ୍ଗଲ ମଧ୍ୟରେ ଗଛରେ ବାନ୍ଧି ଦେଇଥିଲେ । ସେହି ଜଙ୍ଗଲରେ ୩ ଅସାମାଜିକ ଯୁବକ ଯୁବତୀକୁ […] The post ପୀଠାଖାଇ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତ ଅଟକ appeared first on KNews Odisha.

ନୟାଗଡ : ଫତେଗଡ ଥାନା ଅଂଚଳରେ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତ 20 ତାରିଖ ସନ୍ଧ୍ୟା ସମୟରେ ୨ ପ୍ରେମୀ ଯୁଗଳ ଫତେଗଡ଼ ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ଫେରିବା ସମୟରେ ଫତେଗଡ଼ ନିକଟ ପୀଠାଖାଇ ଜଙ୍ଗଲରେ ୩ ଅସାମାଜିକ ଯୁବକ ଅଟକାଇଥିଲେ । ପୁରୁଷ ବନ୍ଧୁକୁ ମାଡ ମାରି ଜଙ୍ଗଲ ମଧ୍ୟରେ ଗଛରେ ବାନ୍ଧି ଦେଇଥିଲେ । ସେହି ଜଙ୍ଗଲରେ ୩ ଅସାମାଜିକ ଯୁବକ ଯୁବତୀକୁ ଗଣ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ସମୟରେ ଭିଡିଓ ଉତ୍ତଳନ କରି ଭିଡିଓ ଭାଇରଲ କରିଥିଲେ । ୨ ପ୍ରେମି ଯୁଗଳଙ୍କ ଠାରୁ 4500 ଟଙ୍କା ଛଡାଇ ନେଇ ଯାଇଥିଲେ ଦୁର୍ବୃତ୍ତ । ଆଜି ଏ ନେଇ ଫତେଗଡ଼ ଥାନାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଖଣ୍ଡପଡା SDPO କହିଛନ୍ତି ।
The post ପୀଠାଖାଇ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତ ଅଟକ appeared first on KNews Odisha.