ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା

ଜଳେଶ୍ୱର (କେନ୍ୟୁଜ) : ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଆଠବାଟିଆ ଗ୍ରାମର ଜୟନ୍ତୀ ବାରିକ କୁଦମାନସିଂ ଗ୍ରାମରେ ନିଜର ଚାଷଜମି ନିକଟରେ ଥିବା ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ହଠାତ ଚୂଲିରୁ ନିଆଁ ଲାଗି ପୂରା ଘରେ ନିଆଁ ଲାଗି ଯାଇଥିଲା । […] The post ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା appeared first on KNews Odisha.

ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା

ଜଳେଶ୍ୱର (କେନ୍ୟୁଜ) : ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ଆଠବାଟିଆ ଗ୍ରାମର ଜୟନ୍ତୀ ବାରିକ କୁଦମାନସିଂ ଗ୍ରାମରେ ନିଜର ଚାଷଜମି ନିକଟରେ ଥିବା ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ହଠାତ ଚୂଲିରୁ ନିଆଁ ଲାଗି ପୂରା ଘରେ ନିଆଁ ଲାଗି ଯାଇଥିଲା । ତେବେ ଜୟନ୍ତୀ ଘର ଭିତରୁ ବାହାରକୁ ବାହାରି ନପାରି ନିଆଁରେ ପୋଡି ହୋଇ ଘଟଣା ସ୍ଥଳରେ ମୃତ୍ଯୁ ବରଣ କରିଥିଲେ । ଖବରପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ଯବଛେଦ ପାଇ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

The post ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା appeared first on KNews Odisha.