ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାଲିଗଲା ଶ୍ରମିକଙ୍କ ପ୍ରାଣ

ବୌଦ୍ଧ: ବୌଦ୍ଧ କୁଲାରୀକୁଦା ମହାନଦୀରେ ଚାଲିଥିଲା ରତ୍ନ ପଥର ଖୋଜା। ହେଲେ ଏହି ରତ୍ନ ପଥର ଖୋଜୁ ଖୋଜୁ ଏତେ ବଡ଼ ଅଘଟଣ ଘଟିଯିବ ସେ ବିଷୟରେ ସ୍ୱପ୍ନରେ ବି ସୁଦ୍ଧା କେହି ଭାବି ନଥିଲେ । କିନ୍ତୁ ପଥର ସନ୍ଧିରେ ଗାତ କରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟି ଯାଇଛି ବଡ଼ ଧରଣର ଅଘଟଣ। ଖନନ କାର୍ଯ୍ୟ କରୁଥିଲେ ଜଣେ ଶ୍ରମିକ ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ଉପରେ ଖସି ପଡ଼ିଲା ଏକ ବିଶାଳକାୟ […] The post ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାଲିଗଲା ଶ୍ରମିକଙ୍କ ପ୍ରାଣ appeared first on KNews Odisha.

ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାଲିଗଲା ଶ୍ରମିକଙ୍କ ପ୍ରାଣ

ବୌଦ୍ଧ: ବୌଦ୍ଧ କୁଲାରୀକୁଦା ମହାନଦୀରେ ଚାଲିଥିଲା ରତ୍ନ ପଥର ଖୋଜା। ହେଲେ ଏହି ରତ୍ନ ପଥର ଖୋଜୁ ଖୋଜୁ ଏତେ ବଡ଼ ଅଘଟଣ ଘଟିଯିବ ସେ ବିଷୟରେ ସ୍ୱପ୍ନରେ ବି ସୁଦ୍ଧା କେହି ଭାବି ନଥିଲେ । କିନ୍ତୁ ପଥର ସନ୍ଧିରେ ଗାତ କରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟି ଯାଇଛି ବଡ଼ ଧରଣର ଅଘଟଣ। ଖନନ କାର୍ଯ୍ୟ କରୁଥିଲେ ଜଣେ ଶ୍ରମିକ ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ଉପରେ ଖସି ପଡ଼ିଲା ଏକ ବିଶାଳକାୟ ପଥର । ଯାହା ଫଳରେ କାର୍ଯ୍ୟରତ ଶ୍ରମିକଙ୍କର ଘଟଣାସ୍ଥଳରେ ଚାଲିଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଯାଇଛି ବୌଦ୍ଧ ଜିଲ୍ଲା କୁଲାରୀକୁଦା ଘାଟିରେ ।

ତେବେ ସୌଭାଗ୍ୟବଶତଃ ସେହି ସମୟରେ ଖାଇବା ପାଇଁ ଅନ୍ୟ ସ୍ଥାନକୁ ପଳାଇ ଯାଇଥିଲେ ୧୦ ରୁ ୧୨ ଜଣ ଶ୍ରମିକ । ପଥରରେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଲୋଡ଼ାଗଲା ଅଗ୍ନିଶମ ବାହିନୀର ସହାୟତା । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ହେଲେ ଏତେବଡ଼ ବିଶାଳକାୟ ପଥରକୁ ହଟାଇବାରେ ଅସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ପରେ JCP ମେସିନ୍ ସାହାଯ୍ୟରେ ଉଦ୍ଧାର କରାଗଲା ।

ଆଉ ତାଙ୍କୁ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକଙ୍କ ନାଁ ସୁଶାନ୍ତ ଝାଙ୍କର ବୋଲି ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରମିକ ସୁଶାନ୍ତଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇ ଅଧିକ ତଦନ୍ତ କରାଯାଉଛି । ତେବେ ଏହି ଘଟଣାଟି ଶୁକ୍ରବାର ଅପରାହ୍ନ ଗୋଟାଏ ସମୟରେ ଘଟିଥିବା ବେଳେ ମାତ୍ର ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ଆଇନ ଆଖିରେ ଧୂଳିଦେଇ ଶ୍ରମିକଙ୍କ ଦ୍ୱାରା ମହନଦୀରୁ ଦୁର୍ମୂଲ୍ୟ ରତ୍ନପଥର ଖନନ କରି ନିଜର କଳା ବ୍ୟବସାୟ ଚଳାଇଥିବା ମାଫିଆଙ୍କ ନାଁ ଓ ଅସଲ ଗୁମର ପଦାରେ ପଡ଼ିଯିବ, ଏହି ଭୟରେ ଏହାକୁ ଗୋପନ ରଖାଯାଇ ଥିବା କୁହାଯାଉଛି ।

The post ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାଲିଗଲା ଶ୍ରମିକଙ୍କ ପ୍ରାଣ appeared first on KNews Odisha.