ଜନସେବା କେନ୍ଦ୍ରରେ ପଶି ଆକ୍ରମଣ ମାମଲା, ପ୍ରତିବାଦରେ ଉତ୍ଯକ୍ତ ଲୋକଙ୍କ ଦୋକାନ ଓ ବାଇକ୍ ପୋଡି ଅଭିଯୋଗ

ଆନନ୍ଦପୁର: ସାମାନ୍ଯ କଥାକୁ କେନ୍ଦ୍ରକରି ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମାଲିକ ଡାକ୍ତରଖାନାରେ ଭର୍ତ୍ତି । ଅପରପଟେ ଘଟଣାକୁ କେନ୍ଦ୍ରକରି ଉତ୍ଯକ୍ତ ଲୋକଙ୍କ ଦ୍ବାରା ବଜାରରେ ଥିବା ଆକ୍ରମଣକାରୀ ଭାଇଙ୍କ ଏକ ଚିକେନ୍ ସେଣ୍ଟର ସହ ବାଇକ୍ ପୋଡି ଅଭିଯୋଗ ହୋଇଛି । ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ […] The post ଜନସେବା କେନ୍ଦ୍ରରେ ପଶି ଆକ୍ରମଣ ମାମଲା, ପ୍ରତିବାଦରେ ଉତ୍ଯକ୍ତ ଲୋକଙ୍କ ଦୋକାନ ଓ ବାଇକ୍ ପୋଡି ଅଭିଯୋଗ appeared first on KNews Odisha.

ଜନସେବା କେନ୍ଦ୍ରରେ ପଶି ଆକ୍ରମଣ ମାମଲା, ପ୍ରତିବାଦରେ ଉତ୍ଯକ୍ତ ଲୋକଙ୍କ ଦୋକାନ ଓ ବାଇକ୍ ପୋଡି ଅଭିଯୋଗ
ps

ଆନନ୍ଦପୁର: ସାମାନ୍ଯ କଥାକୁ କେନ୍ଦ୍ରକରି ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମାଲିକ ଡାକ୍ତରଖାନାରେ ଭର୍ତ୍ତି । ଅପରପଟେ ଘଟଣାକୁ କେନ୍ଦ୍ରକରି ଉତ୍ଯକ୍ତ ଲୋକଙ୍କ ଦ୍ବାରା ବଜାରରେ ଥିବା ଆକ୍ରମଣକାରୀ ଭାଇଙ୍କ ଏକ ଚିକେନ୍ ସେଣ୍ଟର ସହ ବାଇକ୍ ପୋଡି ଅଭିଯୋଗ ହୋଇଛି । ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାକୁ ଲାଗି ଗଢିଉଠିଥିବା ମରୈଗାଁ ବଜାରରେ । ଥାନା ନିକଟରେ ଏକ ଜନସେବା କେନ୍ଦ୍ର କରିଥିବା ଅମର ସେଠୀଙ୍କୁ ନିକଟସ୍ଥ ଚଣ୍ଡିବିରଞ୍ଚିପୁର ଗାଁର କିଛି ଲୋକେ ଆଜି ଦୋକାନରେ ପଶି ସଂଘବଦ୍ଧ ଆକ୍ରମଣ କରିବାରୁ ଏଭଳି ପରିସ୍ଥିତି ଉପୁଜିଛି । ପୂର୍ବରୁ ଚଣ୍ଡୀବିରଞ୍ଚିପୁର ଗାଁର ପ୍ରତାପ ଜେନାଙ୍କ ସହ ଏକ PF ଅନଲାଇନ୍ ଆବେଦନକୁ ନେଇ ଯୁକ୍ତିତର୍କ ହୋଇଥିଲା । ଆଜି ତାଙ୍କ ଏକାଉଣ୍ଟରୁ ଟଙ୍କା ସମ୍ପୃକ୍ତ ଜନ ସେବା କେନ୍ଦ୍ରର ମାଲିକ ଉଠାଇ ନେଇଥିବା ସନ୍ଦେହ କରି  ଗାଁ ରୁ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଦୋକାନ ଭିତରେ ପଶି ଧାରୁଆ ଅସ୍ତ୍ରରେ ଅମରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

The post ଜନସେବା କେନ୍ଦ୍ରରେ ପଶି ଆକ୍ରମଣ ମାମଲା, ପ୍ରତିବାଦରେ ଉତ୍ଯକ୍ତ ଲୋକଙ୍କ ଦୋକାନ ଓ ବାଇକ୍ ପୋଡି ଅଭିଯୋଗ appeared first on KNews Odisha.