ମାର୍ଚ୍ଚରେ ବଡ଼ ଧମାକା କରିବ HMD, ଖୁବ୍ ଶୀଘ୍ର ଲଞ୍ଚ ହେବ ନୂଆ ସ୍ମାର୍ଟଫୋନ୍

ମାର୍ଚ୍ଚ ୩ ରୁ MWC ୨୦୨୫ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ସ୍ମାର୍ଟଫୋନ୍ ଲଭର୍ସଙ୍କ ପାଇଁ ଏହି ଇଭେଣ୍ଟ ବଡ଼ ସରପ୍ରାଇଜ୍ । Nokia ସ୍ମାର୍ଟଫୋନ୍ ତିଆରି କରୁଥିବା HMD ମଧ୍ୟ MWC ୨୦୨୫ ରେ ନିଜର ନୂଆ ସ୍ମାର୍ଟଫୋନ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଅପକମିଙ୍ଗ ଡିଭାଇସ୍ ବିଷୟରେ ଏକ ଟିଜର ମଧ୍ୟ ଜାରି ରହିଛି । ତେବେ ଆସନ୍ତୁ ଜାଣିବ ଏହି ବିଷୟରେ ଡିଟେଲ୍ସ । ଆପଣଙ୍କୁ କହିବୁ ଯେ […] The post ମାର୍ଚ୍ଚରେ ବଡ଼ ଧମାକା କରିବ HMD, ଖୁବ୍ ଶୀଘ୍ର ଲଞ୍ଚ ହେବ ନୂଆ ସ୍ମାର୍ଟଫୋନ୍ appeared first on KNews Odisha.

ମାର୍ଚ୍ଚରେ ବଡ଼ ଧମାକା କରିବ HMD, ଖୁବ୍ ଶୀଘ୍ର ଲଞ୍ଚ ହେବ ନୂଆ ସ୍ମାର୍ଟଫୋନ୍
nokia

ମାର୍ଚ୍ଚ ୩ ରୁ MWC ୨୦୨୫ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ସ୍ମାର୍ଟଫୋନ୍ ଲଭର୍ସଙ୍କ ପାଇଁ ଏହି ଇଭେଣ୍ଟ ବଡ଼ ସରପ୍ରାଇଜ୍ । Nokia ସ୍ମାର୍ଟଫୋନ୍ ତିଆରି କରୁଥିବା HMD ମଧ୍ୟ MWC ୨୦୨୫ ରେ ନିଜର ନୂଆ ସ୍ମାର୍ଟଫୋନ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଅପକମିଙ୍ଗ ଡିଭାଇସ୍ ବିଷୟରେ ଏକ ଟିଜର ମଧ୍ୟ ଜାରି ରହିଛି । ତେବେ ଆସନ୍ତୁ ଜାଣିବ ଏହି ବିଷୟରେ ଡିଟେଲ୍ସ ।

ଆପଣଙ୍କୁ କହିବୁ ଯେ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ୍ ଇଭେଣ୍ଟ ପୂର୍ବରୁ HMD ତା’ର ସୋସିଆଲ୍ ମିଡିଆ ଆକାଉଣ୍ଟ X ରୁ ଏକ ଭିଡିଓ ପୋଷ୍ଟ କରିଛି । ଟିଜର ଭିଡିଓ ସହିତ କମ୍ପାନୀ ଏହାର ଅପକମିଙ୍ଗ ଇଭେଣ୍ଟର ଡେଟ୍ ମଧ୍ୟ ପ୍ରକାଶ କରିଛି । କମ୍ପାନୀ କହିଛି ଯେ ଏହା MWC ୨୦୨୫ ସମୟରେ ମାର୍ଚ୍ଚ ନ ରେ ଏକ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି । ଟିଜର ଭିଡିଓରେ କମ୍ପାନୀ ଲୋଗୋ ସହିତ HMD Fusion ଭଳି ଏକ ଫୋନର ଝଲକ ଦେଖାଇଛି ।

X ରେ HMD ଦ୍ବାରା ଜାରି କରାଯାଇଥିବା ଟିଜର ଭିଡିଓରୁ ଏହା ମଧ୍ୟ ଗଣାପଡିଛି ଯେ କମ୍ପାନୀ MWC ଇଭେଣ୍ଟ ସମୟରେ ଗୋଟିଏ ନୁହେଁ ବରଂ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ସ୍ମାର୍ଟଫୋନ୍ ସହିତ ଅନ୍ୟ କିଛି ପ୍ରଡକ୍ଟ ମଧ୍ୟ ଲଞ୍ଚ କରାଯାଇପାରିବ । MWC ୨୦୨୫ ରେ HMD Amped Buds ଏବଂ ଇନ-ଇୟର earbuds ଦେଖିବାକୁ ମିଳିପାରିବ । ଏଥିରେ ପ୍ରେସ୍ ଟୁ ରିଲିଜ୍ ମେକାନିଜିମ୍ ଏବଂ ୱେୟାରଲେସ୍ ଚାର୍ଜିଂ ର ସପୋର୍ଟ ଦେଖିବାକୁ ମିଳିପାରିବ ।

ଆପଣଙ୍କୁ କହିରଖୁଛୁ ଯେ HMD ଦ୍ବାରା ନିକଟରେ Aura² ସ୍ମାର୍ଟଫୋନକୁ ଲଞ୍ଚ କରାଯାଇଛି । କମ୍ପାନୀ ଏହାକୁ ଇଣ୍ଟରନେସ୍ନାଲ୍ ମାର୍କେଟରେ ଉପସ୍ଥାପନ କରିଛି । ଏହି ସ୍ମାର୍ଟଫୋନରେ ୬.୫୨ ଇଞ୍ଚର IPS HD+ LCD ପ୍ୟାନେଲ୍ ମିଳିଥାଏ । ଯଦି ଆପଣ ଏକ ଶସ୍ତା ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଏହା ଏକ ଭଲ ଅପ୍ସନ ହୋଇପାରେ । ଏଥିରେ କମ୍ପାନୀ ୪GB RAM ଏବଂ ୨୫୬GB ଷ୍ଟୋରେଜ୍ ପ୍ରଦାନ କରିଛି । ଏହି ସ୍ମାର୍ଟଫୋନରେ ୧୩ ମେଗାପିକ୍ସେଲର ଅଟୋଫୋକସ୍ କ୍ୟାମେରା ସେଟଅପ୍ ଦିଆଯାଇଛି । କମ୍ପାନୀ ଏଥିରେ ୫୦୦୦mAh ର ବଡ଼ ବ୍ୟାଟେରୀ ଦିଆଯାଇଛି, ଯାହା ୧୦W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।

The post ମାର୍ଚ୍ଚରେ ବଡ଼ ଧମାକା କରିବ HMD, ଖୁବ୍ ଶୀଘ୍ର ଲଞ୍ଚ ହେବ ନୂଆ ସ୍ମାର୍ଟଫୋନ୍ appeared first on KNews Odisha.