ପୀଡିତାର ୭୫ ପ୍ରତିଶତ ଶରୀର ପୋଡ଼ି ଯାଇଛି, ଆଗାମୀ ୭୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ଵର: ପିପିଲି ବଳଙ୍ଗା ବାୟାବର ଗାଁରେ ନାବାଳିକା ପୋଡ଼ି ଘଟଣାରେ ପୀଡ଼ିତାର ଚିକିତ୍ସା ଭୁବନେଶ୍ଵର ଏମ୍ସରେ ଜାରି ରହିଛି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଏମ୍ସ ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ ବଡ ସୂଚନା ଦେଇଛନ୍ତି। ଝିଅର ଅବସ୍ଥା ଗୁରୁତର ରହିଛି। ୭୦ରୁ ୭୫ ପ୍ରତିଶତ ଶରୀର ପୋଡ଼ି  ଯାଇଛି। ଶାରୀରିକ ଓ ମାନସିକ ଅବସ୍ଥା ଠିକ୍ ନାହିଁ।  ପୀଡ଼ିତାର ରକ୍ତଚାପ କମ ରହିଛି। ୪୮ରୁ ୭୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ। ଏହା ପରେ ହିଁ ଝିଅଟିର ଅବସ୍ଥା ବିଷୟରେ କହି ପାରିବା। ଏମ୍ସ ନିର୍ଦ୍ଦେଶ ଆଶୁତୋଷ ବିଶ୍ଵାସ କହିଛନ୍ତି , ଝିଅକୁ ଭେଣ୍ଟିଲେଟରରେ ରଖାଯାଇ ନାହିଁ, କିନ୍ତୁ ଅକ୍ସିଜେନ ଦିଆଯାଉଛି। ଝିଅଟି କଥାବାର୍ତ୍ତା କରି ପାରୁଛି, କିନ୍ତୁ ମସ୍ତିଷ୍କ ସ୍ଥିର ନାହିଁ।ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।  ଚିକିତ୍ସା ପାଇଁ ୧୪ ଜଣିଆ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି। ଅନ୍ୟପଟେ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସେପଟେ ଘଟଣାସ୍ଥଳରେ ପହଞ୍ଚି ପୁରୀ ଏସ୍‌ପି ପିନାକ ମିଶ୍ର ତଦନ୍ତ କରିଛନ୍ତି । ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି କହିଛନ୍ତି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତ୍ବର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି । ଦହନଶୀଳ ସାମଗ୍ରୀ ବ୍

ପୀଡିତାର ୭୫ ପ୍ରତିଶତ ଶରୀର ପୋଡ଼ି ଯାଇଛି, ଆଗାମୀ ୭୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ଵର: ପିପିଲି ବଳଙ୍ଗା ବାୟାବର ଗାଁରେ ନାବାଳିକା ପୋଡ଼ି ଘଟଣାରେ ପୀଡ଼ିତାର ଚିକିତ୍ସା ଭୁବନେଶ୍ଵର ଏମ୍ସରେ ଜାରି ରହିଛି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଏମ୍ସ ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ ବଡ ସୂଚନା ଦେଇଛନ୍ତି। ଝିଅର ଅବସ୍ଥା ଗୁରୁତର ରହିଛି। ୭୦ରୁ ୭୫ ପ୍ରତିଶତ ଶରୀର ପୋଡ଼ି  ଯାଇଛି। ଶାରୀରିକ ଓ ମାନସିକ ଅବସ୍ଥା ଠିକ୍ ନାହିଁ।  ପୀଡ଼ିତାର ରକ୍ତଚାପ କମ ରହିଛି। ୪୮ରୁ ୭୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ। ଏହା ପରେ ହିଁ ଝିଅଟିର ଅବସ୍ଥା ବିଷୟରେ କହି ପାରିବା। 

ଏମ୍ସ ନିର୍ଦ୍ଦେଶ ଆଶୁତୋଷ ବିଶ୍ଵାସ କହିଛନ୍ତି , ଝିଅକୁ ଭେଣ୍ଟିଲେଟରରେ ରଖାଯାଇ ନାହିଁ, କିନ୍ତୁ ଅକ୍ସିଜେନ ଦିଆଯାଉଛି। ଝିଅଟି କଥାବାର୍ତ୍ତା କରି ପାରୁଛି, କିନ୍ତୁ ମସ୍ତିଷ୍କ ସ୍ଥିର ନାହିଁ।ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।  ଚିକିତ୍ସା ପାଇଁ ୧୪ ଜଣିଆ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି। ଅନ୍ୟପଟେ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। 

ସେପଟେ ଘଟଣାସ୍ଥଳରେ ପହଞ୍ଚି ପୁରୀ ଏସ୍‌ପି ପିନାକ ମିଶ୍ର ତଦନ୍ତ କରିଛନ୍ତି । ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି କହିଛନ୍ତି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତ୍ବର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କ’ଣ ସ୍ପଷ୍ଟ ହୋଇନି । କେତେ ଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିନାକ ମିଶ୍ର କହିଛନ୍ତି ।

ସେହିଭଳି ଡିଜିପି ଓ୍ବାଇ ବି ଖୁରାନିଆ କହିଛନ୍ତି, ଏସ୍‌ପି ନିଜେ ଅନୁଧ୍ୟାନ କରୁଛନ୍ତି, ତୁରନ୍ତ ଅଭିଯୁକ୍ତଙ୍କୁ ଧରିବୁ । ଏହା ଅଭାବନୀୟ ଘଟଣା, ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।