ପୀଡ଼ିତାଙ୍କ ମାଆ କହିଲେ- ବଡ଼ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲା ମୋ ଝିଅ
ଝିଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲୁ। ହେଲେ ଭାଙ୍ଗି ଚୁରମାର ହୋଇଗଲା ସବୁ ସ୍ବପ୍ନ। ଗଣମାଧ୍ୟମ ଆଗରେ ଭୋ ଭୋ ହୋଇ କାନ୍ଦି ଉଠିଲେ କୋଲକାତା ପୀଡ଼ିତାଙ୍କ ବାପା, ମାଆ।
କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ମୁହଁ ଖୋଲିଲେ ପୀଡ଼ିତାଙ୍କ ମା' ବାପା। ବର୍ଣ୍ଣନା କଲେ ସେଦିନର ସେହି ଭୟାନକ ଘଟଣା। ବହୁତ ବଡ଼ ସ୍ୱପ୍ନ ଦେଖୁଥିଲେ ଝିଅ। ବଡ଼ ଡାକ୍ତର ହେବ, ସମାଜସେବା କରିବ। ଅଗଷ୍ଟ 8 ତାରିଖ ଗୁରୁବାର ରାତିରେ ଝିଅ ଡ୍ୟୁଟି ଯାଇଥିଲା। ପରାଦିନ ସକାଳୁ ଫୋନ ଆସିଲା, ଝିଅ ଆତ୍ମହତ୍ୟା କରିଛି। ପହଞ୍ଚିବା ପରେ ଯାହା ଦେଖିଥିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିବ। ତେବେ ଏଭଳି ଏକ ଘଟଣାରେ କୋଲକାତା ପୁଲିସର ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା' ବାପା।