ଗରମ ଭାତ ସହ ବାମ୍ପ ଦିଆ ମାଛର ମଜା ନିଅନ୍ତୁ

ଖୁବ୍‌ ଅଳ୍ପ ସମୟରେ ଅଳ୍ପ ମସଲାରେ ପ୍ରସ୍ତୁତ ହେବ ଏହି ସ୍ୱାଦିଷ୍ଟ ଆଇଟମ୍‌।

ଗରମ ଭାତ ସହ ବାମ୍ପ ଦିଆ ମାଛର ମଜା ନିଅନ୍ତୁ

ଆବଶ୍ୟକ ସାମଗ୍ରୀ: ରୋହି ମାଛ, ହଳଦି, ଲୁଣ, ସୋରିଷ ତେଲ, ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଜିରା, ଶୁଖିଲା ଲଙ୍କା, ରସୁଣ ,ପିଆଜ, ହଳଦି, ଟମାଟୋ, କଞ୍ଚାଲଙ୍କା, ଲୁଣ, ଆମ୍ବୁଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୋହି ମାଛକୁ ଧୋଇ ଦେଇ ସେଥିରେ ହଳଦି, ଲୁଣ ଭଲ ଭାବେ ଗୋଳାଇ ଦିଅନ୍ତୁ। ମାଛକୁ ଏକ ପ୍ୟାନ୍‌ରେ ହାଲକା ଫ୍ରାଏ କରି ଦିଅନ୍ତୁ।

ଏହାପରେ ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଜିରା, ଶୁଖିଲା ଲଙ୍କା, ରସୁଣ ,ପିଆଜକୁ ମିଶାଇ ବାଟି ଦିଅନ୍ତୁ। ଏକ ଟିଫିନରେ ମସଲା ମିଶ୍ରଣକୁ ପକାଇ ଦିଅନ୍ତୁ। ସେଥିରେ କିଛି ହଳଦି, ଟମାଟୋ, କଞ୍ଚାଲଙ୍କା, ଲୁଣ, ସୋରିଷ ତେଲ, ଆମ୍ବୁଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ମାଛ ଫ୍ରାଏକୁ ପକାଇ ଦିଅନ୍ତୁ। ଏହାପରେ ଟିଫିନ୍‌ କଭରକୁ ଭଲ ଭାବେ ବନ୍ଦ କରି ଦିଅନ୍ତୁ।

ଏହାପରେ ଗ୍ୟାସ୍‌ ଅନ୍‌ କରି ଏକ କରେଇରେ ପାଣି ନିଅନ୍ତୁ। ପାଣି ଭଲ ଭାବେ ଫୁଟିଗଲେ ତାହା ଉପରେ ଷ୍ଟାଣ୍ଡ ରଖନ୍ତୁ । ଏବେ ଉକ୍ତ ଷ୍ଟାଣ୍ଡ ଉପରେ ମାଛ ଥିବା ଟିଫିନ୍‌କୁ ରଖନ୍ତୁ। ଏହାପରେ କରେଇକୁ ଭଲ ଭାବେ କଭର କରି ପ୍ରାୟ ଅଧ ଘଣ୍ଟା କାଳ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଟିଫିନ୍‌ ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ତାହାକୁ ଖୋଲି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ବାମ୍ଫ ଦିଆ ମାଛ । ତାହା ଉପରେ ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ।  ଗରମ ଭାତ ସହ ଏହାର ମଜା ନିଅନ୍ତୁ।